Advertisment

ଆଜି କାଳିଆ ସାଆନ୍ତଙ୍କ ବାହାଘର

ମାନବୀୟ ଲୀଳାରେ ଅବର୍ତ୍ତୀର୍ଣ୍ଣ ଆମ ବଡ଼ ଠାକୁର। ଆଜି ହେଉଛି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ। ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କ ବିବାହ ଉତ୍ସବ।

author-image
Mihir Pattnayak
ଅଦ୍ୟତନ ହୋଇଛି
History Of Rukmini Ekadashi 2024 At Puri Srimandir

Jana ajana Jagannath

ସିଂଗିଦୁଆରେ ଆଜି ହୁରି ପଡିଛି। ଫୁଲରେ ସଜେଇ ହୋଇଛି ବଡ ଦେଉଳ। ତେଲିଙ୍ଗି ବାଇଦ ସାଙ୍ଗକୁ ମହୁରୀ ବାଜୁଛି, ଢୋଲ ପିଟୁଛି ଢୋଲିଆ। ଆଜି ବର ବେଶରେ ସଜେଇ ହେବ ଆମ କାଳିଆ। ହାତରେ ବାନ୍ଧିବ ଅଶାଡୁଆ ସୂତା। ଜଗତ ଜନନୀଙ୍କ ମଥାରେ ଦେବ ଟୋପି ସିନ୍ଦୁର। ହରିବୋଲ ହୁଳୁହୁଳିରେ କମ୍ପୁଛି ଶ୍ରୀବତ୍ସ ଖଣ୍ଡଶାଳ। ଜଗତ ଯାକ ହୁରି ପଡିଛି, ବରିବେ ବୋଲି ହରି ହରିଛନ୍ତି ନାରୀ।

Advertisment

ମାନବୀୟ ଲୀଳାରେ ଅବର୍ତ୍ତୀର୍ଣ୍ଣ ଆମ ବଡ଼ ଠାକୁର। ଆଜି ହେଉଛି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ। ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କ ବିବାହ ଉତ୍ସବ। ମା ଲକ୍ଷ୍ମୀଙ୍କ ହାତ ଧରିବେ କଳା ଠାକୁର। ବିମଳା ମନ୍ଦିରକୁ ଦେବୀ ଦର୍ଶନ ପାଇଁ ଆସିଥିବା ବେଳେ ମହାପ୍ରଭୁ ମଦନମୋହନ ତାଙ୍କୁ ହରଣ କରି ବିବାହ କରିବେ। ମନେପଡିବ ଦ୍ବାପର ଯୁଗର ସେଇ କାହାଣୀ। ଯେଉଁଠି ବିଦର୍ଭ ରାଜକନ୍ୟା ରୁକ୍ମଣୀଙ୍କ ଇଚ୍ଛାକୁ ପୂର୍ଣ୍ଣ କରିବାକୁ କୃଷ୍ଣଚନ୍ଦ୍ର ତାଙ୍କୁ ହରଣ କରିଛନ୍ତି। ସାରା ବିଶ୍ୱ ଜାଣିବ ନାରୀର ଇଚ୍ଛାକୁ ଚରିତାର୍ଥ କରିବାକୁ ନିଜେ ମହାପ୍ରଭୁ ଚୋର ନାମକୁ ଅଙ୍ଗୀକାର କରିଛନ୍ତି

ଗତକାଲି ରାଜେନ୍ଦ୍ରାଭିଷେକର ନୀତି ହୋଇଥିଲା। ବିବାହ ପୂର୍ବରୁ ମହାପ୍ରଭୁଙ୍କ ମୁଖ୍ୟ ଅର୍ଚ୍ଚା ବିଗ୍ରହ ମଦନମୋହନ ରାଜା ପୁଅ ଭଳି ଅଭିଷେକ ହୋଇଥିଲେ। ମହାପ୍ରଭୁଙ୍କୁ ଦଣ୍ଡ ପ୍ରଣାମ ଜଣାଇ ଦଣ୍ଡ ଛତ୍ର ନୀତି ସମ୍ପନ୍ନ ହୋଇଥିଲା।

Advertisment

ଆଉ ଆଜି ହେଉଛି ବାହାଘର। ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇବେ ସୁନାର ଲକ୍ଷ୍ମୀ ଠାକୁରାଣୀ। ପ୍ରଥମେ ଲକ୍ଷ୍ମୀ ମନ୍ଦିରକୁ ଯିବେ। ବେଶ ପଢିବ। ସନ୍ଧ୍ୟାରେ ବିମଳା ମନ୍ଦିରକୁ ପୂଜା ବାହାନାରେ ଆସିବେ ମା । ଏଇଠୁ ହରଣ କରିନେବେ ମଦନ ମୋହନ ରୂପି କଳାଠାକୁର। ମା’ ଲକ୍ଷ୍ମୀ ନିଜ ଇଚ୍ଛାରେ ଆଉ ପରମ ଆନନ୍ଦରେ ମହାପ୍ରଭୁଙ୍କ ସହ ଯାଉଥିବା ବେଳେ ବାଟ ଅଟକାଇବ ଶିଶୁପାଳ ରୂପି ସେବକ। ତାଙ୍କୁ ବାନ୍ଧି ପକାଇଲେ ମହାପ୍ରଭୁ।

ଶିଶୁପାଳ ମୁକ୍ତ ହେବ ଆଉ ଆଉ ବାହା ମଣ୍ଡପରେ ବିଜେ କରିବେ ଜଗତପତି ଜଗନ୍ନାଥ ଓ ଜଗତମାତା ମହାଲକ୍ଷ୍ମୀ, ଭୋଜି ଭାତ, ହୁଳୁହୁଳି ହରିବୋଲରେ କମ୍ପିବ ଶ୍ରୀମନ୍ଦିର। ଆଉ କାଲି ହେବ ଗୁଆଲି ଯାତ୍ରା।

Srimandir Lord Jagannath
Advertisment
Advertisment