Advertisment

Snana Purnima 2024: ଅତ୍ୟଧିକ ସ୍ନାନ ପରେ ଜରରେ ପଡନ୍ତି ଶ୍ରୀଜୀଉ; ଜାଣନ୍ତୁ କିପରି ହୁଏ ଚିକିତ୍ସା

ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉଙ୍କ ଅଣସର ନୀତି ପାଳନ ହୁଏ। ଅତ୍ୟଧିକ ସ୍ନାନ କରିବା ହେତୁ ଶ୍ରୀଜୀଉମାନେ ଜରରେ ପଡନ୍ତି। ଏହି ସମୟରେ ଅଣସର ଗୃହରେ କ’ଣ ରହିଛି ବିଧି, ଜାଣନ୍ତୁ ଏହି ଆଲେଖ୍ୟରେ।

author-image
Pramod Behera
ଅଦ୍ୟତନ ହୋଇଛି
Snana Purnima 2024 How is the Anasar rituals observed

Snana Purnima 2024 How is the Anasar rituals observed

ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉଙ୍କ ଅଣସର ନୀତି ପାଳନ ହୁଏ। ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଅତ୍ୟଧିକ ସ୍ନାନ କରିବା ହେତୁ ଜରରେ ପଡନ୍ତି ବୋଲି ବିଶ୍ବାସ ରହିଛି। ଯେଉଁ ଗୃହରେ ଦାରୁ ବିଗ୍ରହମାନେ ରୁହନ୍ତି ତାହାକୁ ଅନବସର ବା ଅଣସର ଗୃହ କୁହାଯାଏ। ଏଠାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା କରାଯାଏ।

Advertisment

ପାଠକବନ୍ଧୁ ଜାଣି ରଖନ୍ତୁ ଅଣସର ଦୁଇ ଭାଗରେ ବିଭକ୍ତ। ଗୋଟିଏ କେବଳ ଅଣସର ଓ ଅନ୍ୟଟି ମହା ଅଣସର ବା ମହାଅନବସର। ନବକଳେବର ସମୟରେ ହେଉଥିବା ବିଧିକୁ ମହା ଅଣସର କୁହାଯାଏ। କିନ୍ତୁ ପ୍ରତିବର୍ଷ ହେଉଥିବା ବିଧିକୁ ‘ଅଣସର’ କୁହାଯାଏ। ମହାଅନବସର ମଧ୍ୟ ଦୁଇ ଭାଗରେ ବିଭକ୍ତ। ପ୍ରଥମେ କୈବଲ୍ୟ ବୈକୁଣ୍ଠରେ ବୈଦିକ ବିଧି ଅନୁସାରେ ମୂର୍ତ୍ତି ନିର୍ମାଣ ଓ ଦ୍ବିତୀୟ ଭାଗରେ ଅନବସର ଗୃହରେ ବ୍ରହ୍ମ ପରିବର୍ତ୍ତନ ବିଧି।

ପଢନ୍ତୁ ଏହି ଖବର: Ratha Jatra 2024: କାହିଁକି ହୁଏ ମହାପ୍ରଭୁଙ୍କ ଶ୍ରୀଗୁଣ୍ତିଚା ଯାତ ? ଜାଣନ୍ତୁ ରଥଯାତ୍ରାର ବିଧି ସମ୍ପର୍କିତ କିଛି ତଥ୍ୟ...

Advertisment

    ଅଣସର ନୀତି:

    • କରାଳ କର୍ମ: ଶ୍ରୀଅଙ୍ଗରେ ଲାଗିଥିବା କସ୍ତୁରୀ, ଝୁଣା, ଚୁଆ ଓ ଚନ୍ଦନ ଲେପକୁ ଅଲଗା କରାଯାଇ ନୂତନ ଭାବେ ସ୍ଥାନିତ କରାଯାଏ
    • ଶ୍ରୀଅଙ୍ଗ ଫିଟା(କେବଳ ନବକଳେବର ସମୟରେ): କ୍ରମାନ୍ବୟରେ ନବ କଳେବର ଅଳ୍ପ ଦିନ ବ୍ୟବଧାନରେ ପଡିଲେ ଦାରୁ ପରିବର୍ତ୍ତିତ ନ ହୋଇ କେବଳ ସପ୍ତାଭରଣ ପରିବର୍ତ୍ତିତ ହୋଇଥାଏ।
    • ଫୁଲରି ତେଲ ଲାଗି: ବଡ଼ ଓଡ଼ିଆ ମଠ ଏହି ସେବା କରନ୍ତି। ବିଭିନ୍ନ ସୁଗନ୍ଧିତ ଫୁଲ ମିଶାଇ ରାଶି ତେଲକୁ ଏକ ମାଟି ଘଡାରେ ବର୍ଷେ ପର୍ଯ୍ୟନ୍ତ ପୋତି ରଖାଯାଇଥାଏ। ପୂର୍ବ ବର୍ଷ ହେରା ପଞ୍ଚମୀଠାରୁ ମାଟି ତଳେ ଏହାକୁ ପୋତା ଯାଇଥାଏ। ଯାହାକୁ ଅଣସର ବେଳେ କାଢି ଶ୍ରୀଅଙ୍ଗରେ ଘସାଯାଏ।
    • ପଇତା ଲାଗି: ଅଣସରରେ କେତେକ ସ୍ୱତନ୍ତ୍ର ନୀତିରେ ପାଟକନାକୁ ଛେକି ପକାଇଲା ଭଳି ବିଗ୍ରହମାନଙ୍କ ଦେହରେ ବନ୍ଧାଯାଏ। ତାହା ଉପରେ ଚନ୍ଦନ ଲେପ ଦିଆଯାଏ।
    • ଫୁଲୁରି ଲାଗି: ପଇତା ଲାଗି ପରେ ଫୁଲୁରି ତେଲ ଲାଗି ଅଣସରର ସପ୍ତମ ଦିନରେ ଲାଗି କରାଯାଏ।  
    • ମସୃଣ ଲେପନ: ଶ୍ରୀକାପଡ଼ା ବନ୍ଧାଯିବା ପରେ ସର୍ବାଙ୍ଗରେ ଏକ ଲେପ ଦିଆଯାଏ। ଶ୍ରୀଜୀଉମାନଙ୍କୁ ଚନ୍ଦନ, କର୍ପୂର, ରାଶିତେଲ ଏବଂ ଝୁଣା ଇତ୍ୟାଦି ଲେପନ କରାଯାଏ।

    ପଢନ୍ତୁ ଏହି ଖବର: Ratha Jatra 2024: ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରାର ପାଳନ ବିଧି; ଦର୍ଶନରେ ମିଳେ ବୈକୁଣ୍ଠ ପ୍ରାପ୍ତି

      • ଚକା ବିଜେ: ତିନୋଟି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଏକ ଚକା ଉପରେ ବିଜେ କରାଯାଏ। ଶାୟିତ ଅବସ୍ଥାରେ ଥିବା ଶ୍ରୀ ବିଗ୍ରହ ଏହି ସମୟରେ ବସିବା ମୁଦ୍ରାକୁ ଆସନ୍ତି। ପାରମ୍ପରିକ ରୀତି ଅନୁସାରେ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଆରୋଗ୍ୟ ହେବା ନିମନ୍ତେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ। ବେଲଛେଲି, ଗମ୍ଭାରୀ, ଫଣଫଣା, ଅଗବଥୁ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣି, ଅଙ୍କରାନ୍ତି, ପାଟେଳି ଓ ଲମ୍ବି କୋଳି ଆଦି ଚେରମୂଳିରୁ ପ୍ରସ୍ତୁତ କରାଯାଇଥାଏ।
      • ଚନ୍ଦନ ଲାଗି: ଶ୍ରୀଜୀଉମାନଙ୍କୁ ଚନ୍ଦନ, କର୍ପୂର ଇତ୍ୟାଦି ମିଶ୍ରିତ କରି ଲେପନ କରାଯାଏ। ଠାକୁରମାନେ ସୁସ୍ଥ ହୋଇଥିବାରୁ ଏକାଦଶୀଠାରୁ ଅଣସର ଘରେ ଠାକୁରମାନଙ୍କ ପୂଜା ସମୟରେ ଘଣ୍ଟ ବାଜିବା ସହ, ଭୋଗରେ ତୁଳସୀ ପଡ଼ିଥାଏ।
      • ଖଡ଼ି ଲାଗି: ସେହିଦିନ ରାତିରେ ବିଗ୍ରହମାନଙ୍କୁ ଖଡ଼ି ଲେପ ଦିଆଯାଏ।
      • ଓଷୁଅ ଲାଗି ଓ ରାଜ ପ୍ରସାଦ ବିଜେ: ମହାପ୍ରଭୁଙ୍କର ଦେହରେ ଯେଉଁ ଔଷଧ ଲାଗି ହୁଏ ତାହା ଏକ ସ୍ୱତନ୍ତ୍ର ପଦ୍ଧତିରେ ପ୍ରସ୍ତୁତ ହୁଏ। ରାଶି ତେଲରେ ଝୁଣା, କର୍ପୂର, କସ୍ତୁରୀ ଓ କେତେକ ସୁଗନ୍ଧିତ ଦ୍ରବ୍ୟ ମିଶାଯାଇ ଏହା ରନ୍ଧାଯାଏ। ଶ୍ରୀଅଙ୍ଗରୁ ଯେଉଁ ଚନ୍ଦନ ଓ ପାଟଡୋର ଝରି ପଡ଼େ ତାହା ରୂପାଥାଳିରେ ସଂଗ୍ରହ ହୁଏ। ଏହାକୁ ନେଇ ଦଇତାପତି ଓ ପତିମହାପାତ୍ର ସେବକମାନେ ଶ୍ରୀନହରକୁ ଯାଇ ଜଗନ୍ନାଥଙ୍କ ସୁସ୍ଥ ହେବା ଖବର ଗଜପତିଙ୍କୁ ଦିଅନ୍ତି।
      • ଅଣସର ତ୍ରୟୋଦଶୀ: ଶ୍ରୀଜୀଉମାନଙ୍କର ଘଣା ଲାଗି ଓ ପାଟ ଡୋରୀ ଖଡ଼ି ପ୍ରସାଦ ଓ ଖଳି ପ୍ରସାଦ ଲାଗି ହୁଏ। ଗହମ ଗୁଣ୍ଡ କନାରେ ଛଣାହୋଇ ଖଳି ପ୍ରସାଦ ପ୍ରସ୍ତୁତ କରାଯାଏ।
      • ବନକ ଲାଗି: ଦତ୍ତ ମହାପାତ୍ର ସେବକମାନେ ଗାଢ଼ ହେଙ୍ଗୁଳ, ଶୁଦ୍ଧ ଶଙ୍ଖ, ହରିତାଳ ଓ ଦୀପକଳା ଇତ୍ୟାଦି ବ୍ୟବହାର କରି ରଙ୍ଗ ପ୍ରସ୍ତୁତ ହୁଏ। ବନକ ଲାଗିରେ ଜୀଉମାନଙ୍କର ରୂପ ଅଙ୍କନ କରାଯାଏ।
      • ଚକା ଅସରପ: ନୂଆ କନା ଓ ତୁଳାରେ ଯନ୍ତ୍ର ଆକାରରେ ପ୍ରସ୍ତୁତ ହୋଇଥିବା ଏବଂ ଶାସ୍ତ୍ରୀୟ ବିଧିରେ ତଥା ଶାବର ତନ୍ତ୍ର ପରମ୍ପରାରେ ସଂସ୍କାରିତ ହୋଇଥିବା ଏକ କୋମଳ ଚକା ସଦୃଶ ଗୋଲ ଆସନକୁ ବିଗ୍ରହଙ୍କୁ ଲାଗି କରାଯାଏ। ଏହାକୁ ଚକା ଅସରପ ନୀତି କୁହାଯାଏ। ଏହିଦିନ ହିଁ ଅଣସରରର ଶେଷ ଦିବସ।
      • ନବଯୌବନ ଦର୍ଶନ: ଆଷାଢ଼ ଅମାବାସ୍ୟା ଦିନ ନୂଆ ଚିତ୍ରିତ ଠାକୁରମାନଙ୍କୁ ସର୍ବସାଧାରଙ୍କ ଦର୍ଶନ ନିମନ୍ତେ ଉଭା କରାଯାଏ।

      ପଢନ୍ତୁ ଏହି ଖବର: Ratha Jatra 2024: ନନ୍ଦିଘୋଷ ରଥର କେତେକ ଜାଣିବା କଥା; କେତେ ଚକ, ଏହାର ନାଁ କ’ଣ…

        Lord Jagannath Puri Srimandir Ratha Jatra Ratha Yatra Anasara Rituals Snana Purnima Deba Snana Purnima
        Advertisment
        Advertisment