Advertisment

ସ୍ନାନ ପୂର୍ଣ୍ଣିମାରେ କିଏ କେଉଁଠି ଗାଡ଼ି ପାର୍କିଂ କରିବେ ? ଜାଣନ୍ତୁ...

ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ଅନ୍ୟ 3ଟି ଦ୍ୱାର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ବଡଦାଣ୍ଡ ପାର୍ଶ୍ବରୁ ଏବଂ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ମାର୍କେଟ ଛକରୁ ଆରମ୍ଭ ହେଉଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Snana Purnima Parking

Snana Purnima Parking

ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମାରେ ପୁରୀରେ କେଉଁଠି ଆପଣ ନିଜ ଗାଡ଼ି ରଖିବେ । ଆଉ ଶ୍ରୀମନ୍ଦିର ଯାଏଁ କେମିତି ପହଞ୍ଚିବେ ସେନେଇ ବିସ୍ତୁତ ସୂଚନା ଜାରି କରିଛି ପୁରୀ ପୋଲିସ୍ । ପୁରୀର ସମସ୍ତ ଟାଉନ୍ ବସ୍/ ରିକ୍ସା ମେଡିକାଲ୍ ଛକ ଯାଏଁ ଯାଇପାରିବେ । ଭୁବନେଶ୍ୱରରୁ ଆସୁଥିବା ବାଇକ୍, ଛୋଟ ଗାଡ଼ି ହରେକୃଷ୍ଣପୁର ଛକ ଦେଇ ଶ୍ରୀ ସେତୁକୁ ଯିବେ । ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ଜେଲ୍ ରୋଡ୍‌ରେ ପାର୍କିଂ କରିପାରିବେ ।

Advertisment

ସେହିଭଳି ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ି ମଙ୍ଗଳାଘାଟ ଛକ, ବ୍ଲୁଫ୍ଲାଗ୍ ବିଚ୍, ନୀଳାଚଳ ଅଶୋକ ହୋଟେଲରେ ପାର୍କିଂ କରିବେ । କୋଣାର୍କ ପଟୁ ଆସୁଥିବା ଗାଡ଼ି ଗ୍ରୀଡ୍ ଷ୍ଟେସନ୍ ଛକ ହୋଇ ବ୍ଲୁଫ୍ଲାଗ୍ ବିଚ୍, ନୀଳାଚଳ ଅଶୋକ ହୋଟେଲରେ ପାର୍କିଂ କରିବେ । ଆଉ ବଡ଼ଦାଣ୍ଡରେ ନାୟକ ପ୍ଲାଜାରୁ ମେଡିକାଲ୍ ଛକ ଯାଏଁ ବାଇକ୍ ପାର୍କିଂ ବ୍ୟବସ୍ଥା ରହିବ । ମନ୍ଦିର ଆଖପାଖ ଓ ଚାରିପଟେ କୌଣସି ବି ଗାଡ଼ି ପାର୍କ ହୋଇପାରିବନି ।

ଅନ୍ୟପଟେ ଦେବସ୍ନାନ ପୂର୍ଣ୍ଣମୀରେ ପୁରୀରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶୃଙ୍ଖଳିତ ସ୍ନାନଯାତ୍ରା ପାଇଁ ନିୟୋଜିତ ହେବେ ୪ ଜଣ ଏସପି ରାଙ୍କ୍‌ର ଅଫିସର, ୨ ଜଣ ଅତରିକ୍ତ ଏସପି, ୨୨ଜଣ ଡିଏସପି, ୨୯୦ ରୁ ଉର୍ଦ୍ଧ୍ୱ ସବଇନସପେକ୍ଟର । ସମୁଦାୟ ୬୮ ପ୍ଲାଟୁନରୁ ଉର୍ଦ୍ଧ୍ୱ ପୋଲିସ ଫୋର୍ସ ମୁତୟନ ହେବେ। କୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨ ନମ୍ବର ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି।

Advertisment

ପହଣ୍ଡି ସମୟରେ ଟିକେଟ୍‌ଧାରୀ ମାନଙ୍କ ପାଇଁ ଦକ୍ଷିଣ ଦ୍ୱାରରେ ପ୍ରବେଶ କରିବେ। ମାର୍କେଟ ଛକରୁ ନୋ ଭେଇକିଲ୍ ଜୋନ୍। କେବଳ ପାସ୍ ଧାରୀ ମାନେ ମରଚିକୋଟ ଚକ ପର୍ଯ୍ୟନ୍ତ ଯାଇପାରିବେ। ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ ମନା । ବେଳାଭୂମିରେ ଲାଇଫଗାର୍ଡଙ୍କୁ ଦାୟିତ୍ୱ ଦିଆଯାଇଛି।

ସେହିଭଳି ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ଅନ୍ୟ 3ଟି ଦ୍ୱାର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ବଡଦାଣ୍ଡ ପାର୍ଶ୍ବରୁ ଏବଂ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ମାର୍କେଟ ଛକରୁ ଆରମ୍ଭ ହେଉଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ ।

ଭକ୍ତମାନେ ବଡଦାଣ୍ଡସ୍ଥିତ ବ୍ୟାରିକେଡ ଭିତର ଦେଇ ଶ୍ରୀକୃଷ୍ଣ ସିନେମା ହଲ୍ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦିଗରେ ଆସିବେ ଏବଂ SJRC ଠାରେ ପହଞ୍ଚି SJRC ଡୋର୍ ଫ୍ରେମ୍ ମେଟାଲ୍ ଡିଟେକ୍ଟର ଯାଞ୍ଚ କରାଇ ଦୋଳବେଦୀ କୋଣଠାରେ ଥିବା ଷ୍ଟିଲ୍ ବ୍ୟାରିକେଡକୁ ପ୍ରବେଶ କରିବେ। ଉତ୍ତର ଦ୍ବାରରୁ ପ୍ରସ୍ଥାନ କରୁଥିବା ଭକ୍ତମାନେ ବଡଦାଣ୍ଡ ଦେଇ ନିଜ ସୁବିଧା ଅନୁସାରେ ଦୁଇଟି ମାର୍ଗ ଦେଇ ଯାଇପାରିବେ। ସତ୍ୟନାରାୟଣ ମନ୍ଦିର ଦେଇ ବଡଦାଣ୍ଡକୁ ଅନ୍ୟାନ୍ୟ ଗଳି ଦେଇ ଯାଇପାରିବେ । ଭିଡ ପରିସ୍ଥିତିକୁ ଲକ୍ଷ୍ୟ କରି ଭକ୍ତମାନେ ଦୋଳବେଦୀ କୋଣ ଦେଇ ଉତ୍ତର ଦ୍ୱାର ଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ବଡଦାଣ୍ଡକୁ ଯାଇପାରିବେ ।

Lord Jagannath Puri Temple Snana Purnima
Advertisment
Advertisment