Advertisment

International Olympic Day 2024: ‘ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ’ରେ ସ୍ୱାସ୍ଥ୍ୟ ସଚେତନତା; ଖେଳିବା ଦ୍ୱାରା ୬ଟି ଲାଭ

‘ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ’କୁ ଏକ ଉତ୍ସବ ଭଳି ପଳନ କରାଯାଏ। ଏହି ବିଶେଷ ଦିନରେ ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଆପଣ ଜାଣନ୍ତି କି ଏହି ଦିନ ସମଗ୍ର ବିଶ୍ୱରେ କାହିଁକି ‘ଅଲିମ୍ପିକ୍ ଡେ’ ପାଳନ କରାଯାଏ ଏବଂ ଏହା ପଛର କାରଣ କ’ଣ? ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
International Olympic Day 2024 6 benefits for playing

International Olympic Day 2024 6 benefits for playing

ସମଗ୍ର ବିଶ୍ୱରେ ୨୩ ଜୁନ୍‌ରେ ‘ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ’ ପାଳନ କରାଯାଏ। କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ସ ପାଇଁ ଏହା ଏକ ବିଶେଷ ଦିନ। ଏହି ଦିନ କ୍ରୀଡା ଓ ସ୍ୱାସ୍ଥ୍ୟର ଏକ ଉତ୍ସବ ଯେଉଁଥିରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଅଂଶଗ୍ରହଣ କରନ୍ତି। ଏହି ବିଶେଷ ଦିନରେ ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଆପଣ ଜାଣନ୍ତି କି ଏହି ଦିନ ସମଗ୍ର ବିଶ୍ୱରେ କାହିଁକି ‘ଅଲିମ୍ପିକ୍ ଡେ’ ପାଳନ କରାଯାଏ ଏବଂ ଏହା ପଛର କାରଣ କ’ଣ? ଆସନ୍ତୁ ଜାଣିବା।

Advertisment

ଏହି ଦିନ ଅର୍ଥାତ୍ ୨୩ ଜୁନ୍ ୧୮୯୪ରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଗଠନ କରାଯାଇଥିଲା। ଏହି ଦିନଟି କ୍ରୀଡା, ସ୍ୱାସ୍ଥ୍ୟ ଏବଂ ନିଜକୁ ଉନ୍ନତ କରିବାର ଦିନ। ବିଶ୍ୱର ଯେ କୌଣସି ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିପାରିବେ। ଏହି ଦିନଟିକୁ ଏକ ଉତ୍ସବ ପରି ପାଳନ କରାଯାଏ।

ଇତିହାସ:

ଷ୍ଟକ୍‌ହୋମ୍‌ରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ୪୧ ତମ ଅଧିବେଶନରେ ଚେକ୍‌ ଆଇଓସି ସଦସ୍ୟ ଡ. ଗ୍ରସ୍ ବିଶ୍ୱ ଅଲିମ୍ପିକ୍ ଦିବସର ଧାରଣା ଦେଇଥିଲେ ଏବଂ ଅଲିମ୍ପିକ୍ସର ବାର୍ତ୍ତା ଏବଂ ମୂଳ ଉଦ୍ଦେଶ୍ୟକୁ ପାଳନ କରିବାକୁ ଗୋଟିଏ ଦିନ ରଖିବାକୁ କହିଥିଲେ। କିଛି ମାସ ପରେ, ଜାନୁୟାରୀ ୧୯୪୮ରେ, ସେଣ୍ଟ୍‌ ମୋରିଜ୍ ଠାରେ ଆଇଓସିର ୪୨ତମ ଅଧିବେଶନରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା।

Advertisment

ଏହା ପରେ ଜାତୀୟ ଅଲିମ୍ପିକ୍ କମିଟିକୁ ଏହି କାର୍ଯ୍ୟକ୍ରମର ଆୟୋଜନ ଦାୟିତ୍ୱ୍ ଦିଆଯାଇଥିଲା। ଏହି ଦିନ ପରେ, ଏହି ତାରିଖ IOC ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ପଞ୍ଜିକୃତ କଲା। ୨୩ ଜୁନ୍ ୧୯୪୮ରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ ଦିବସ ପାଳନ କରାଯାଇଥିଲା। ଏହି ସମୟରେ ପର୍ତ୍ତୁଗାଲ, ଗ୍ରୀସ୍, ଅଷ୍ଟ୍ରିୟା, କାନାଡା, ସ୍ୱିଜର୍‌ଲ୍ୟାଣ୍ଡ୍‌, ଗ୍ରେଟ୍‌ ବ୍ରିଟେନ୍‌, ଉରୁଗୁଏ, ଭେନେଜୁଏଲା ଏବଂ ବେଲ୍‌ଜିୟମ୍‌ ନିଜ ଦେଶରେ ଏହି ବିଶେଷ ଦିବସ ଆୟୋଜନ କରିଥିଲେ।

ଖେଳିଲେ କ’ଣ ହୁଏ ଲାଭ:

  • ଖେଳ ଧୈର୍ଯ୍ୟବାନ ହେବାକୁ, ସଂଘର୍ଷଶୀଳ ହେବାକୁ ହେବାକୁ ଶିଖାଏ।
  • ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁ ପିଲାମାନେ କ୍ରୀଡା ସହିତ ଜଡିତ କିମ୍ବା ଯେଉଁମାନଙ୍କ ଜୀନ୍ ବେଶି ସକ୍ରିୟ, ସେମାନେ ଶିଘ୍ର ଶିଖନ୍ତି, ବହୁତ ସାମାଜିକ ହୋଇଥାନ୍ତି, ଯେକୌଣସି କାମରେ ଭଲ ପ୍ରଦର୍ଶନ କରନ୍ତି, ଶ୍ରେଣୀରେ ଅଧିକ ଧ୍ୟାନ ଦିଅନ୍ତି ଏବଂ ସେମାନଙ୍କର ବୁଝିବାର କ୍ଷମତା ଅନ୍ୟମାନଙ୍କ ତୁଳନାରେ ବହୁତ ଭଲ ହୋଇଥାଏ।
  • କମ ବୟସରେ ଖେଳିବା ଦ୍ୱାରା ଏହା ଆଜୀବନ ଫିଟ୍‌ନେସ୍ ଅଭ୍ୟାସକୁ ବିକାଶ କରିଥାଏ।
  • ସକ୍ରିୟ ଲୋକ ଅଧିକ ବୌଦ୍ଧିକ ଏବଂ ନିଷ୍କ୍ରିୟ ଲୋକମାନଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରନ୍ତି। ଖେଳ ହିଁ ଜଣେ ବ୍ୟକ୍ତିକୁ ଅଧିକ ସକ୍ରିୟ କରିଦିଏ।
  • ଆଜିକାଲି ଯୁବକମାନଙ୍କ ଠାରେ ମେଦବହୁଳତାର ସମସ୍ୟା ବଢୁଥିବା ବେଳେ କ୍ରୀଡା ସେମାନଙ୍କ ସୁସ୍ଥ ଆକାରକୁ ଫେରାଇ ଆଣିବାରେ ସାହାଯ୍ୟ କରେ।
  • ଯେ କୌଣସି ଖେଳ ଶରୀରର ଏଣ୍ଡୋରଫିନ୍‌ ହର୍ମୋନକୁ ପ୍ରଭାବିତ କରିଥାଏ ଯାହା ଯେକୌଣସି ପ୍ରକାରର ଚାପକୁ ହ୍ରାସ କରି ଖୁସି ପ୍ରଦାନ କରିଥାଏ।
Olympics Health Tips
Advertisment
Advertisment