• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

puri
ଶରଧାବାଲିରେ ଶ୍ରୀଜିଉ; ଆଜି ଅପରାହ୍ନରେ ବିଜେ କରିବେ ଆଡ଼ପ ମଣ୍ଡପ

ପୁରୀ: ଶରଧାବାଲିରେ ରଥ ଉପରେ ଥାଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଆଜି ଅପରାହ୍ନ ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ରହିବେ। ଅପରାହ୍ନରେ ତିନି ଠାକରଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଯିବ। ଏନେଇ ସମୟ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିପାରନ୍ତି ବୋଲି ଜଣାପଡ଼ିଛି। ଆଡ଼ପମଣ୍ଡପକୁ ବିଜେ ପରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ। […]

  • Monday, 12 July 2021
toll gate
ସରକାରଙ୍କ ନିଷ୍ପତ୍ତିକୁ ଫୁ କରି ପିପିଲି ଟୋଲ୍ ଗେଟ୍‌ରୁ ଆଦାୟ ହେଉଛି ଫି’

ପିପିଲି: ଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦିନ ପୁରୀ ଯିବାକୁ ଥିବା କୌଣସି ଗାଡ଼ିରୁ ପିପିଲି ଟୋଲ୍‌ ଗେଟ୍‌ରେ ଫି’ ଆଦାୟ କରାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଆଜି ପିପିଲି ଟୋଲ୍ ଗେଟ୍‌ରୁ ଫି’ ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି। ପୁରୀ ଯାଉଥିବା ଭକ୍ତମାନେ ଗେଟ୍‌ରେ ଫି’ ଦେଉଥିବା ଦେଖିବାକୁ ମିଳିଛି। ରଥଯାତ୍ରା ଦେଖିବାକୁ ପୁରୀ ଯାଉଥିବା ଜଣେ ଭକ୍ତ କହିଛନ୍ତି,“ଆମେ କନ୍ଧମାଳରୁ ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା ଦେଖିବାକୁ ଆସିଥିଲୁ। ପିପିଲି ଟୋଲ୍‌ […]

  • Monday, 12 July 2021
CM Naveen Patnaik
ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କୁ ‌ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ରଥଯାତ୍ରା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଟ୍ୱିଟ୍‌ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଆରେ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ମଧ୍ୟ ପୋଷ୍ଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଘୋଷଯାତ୍ରା ଅବସରରେ ସାରା ବିଶ୍ଵର ସମସ୍ତ ଜଗନ୍ନାଥ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯାଉ। ଜଗତର ନାଥ […]

  • Monday, 12 July 2021
puri
ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ ନୀତି ଶେଷ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା। ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚା ଯାତ୍ରାରେ ଯିବେ ଜଗତର ନାଥ ଶ୍ରୀଜଗନ୍ନାଥ। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନକୁ ସମସ୍ତେ ଅପେକ୍ଷା କରିଛନ୍ତି।  ଆଜି ସକାଳୁ ଶ୍ରୀଜିଉଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ଅବକାଶ ନୀତି ଶେଷ ହୋଇଛି। ନୀତି ନିର୍ଘଣ୍ଟ ଅନୁସାରେ ନୀତିକାନ୍ତି କରାଯାଉଛି। ରଥଯାତ୍ରା ପାଇଁ ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରାଯାଇଛି। ସମଗ୍ର ପୁରୀ ସହରକୁ ପୁଲିସ ଛାଉଣିରେ ପରିଣତ ହୋଇଛି। ଜଳ, […]

  • Monday, 12 July 2021
puri
ଆଜି ପବିତ୍ର ରଥଯାତ୍ରା: ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚା ଘର ଯିବେ ଜଗତର ନାଥ ଶ୍ରୀଜଗନ୍ନାଥ

ପୁରୀ: ଆଜି ପୁଣି ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ। କାରଣ ଆଜି ହେଉଛି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ତାଙ୍କ ଗୁଣ୍ଡିଚା ଘରକୁ ଯିବେ।  ଏଥିପାଇଁ ସିଂହଦ୍ୱାର ଆଗରେ ଶ୍ରୀଜିଉଙ୍କ ଅପେକ୍ଷାରେ ସୁସଜ୍ଜିତ ହୋଇ ରହିଛି ତିନି ରଥ। ଆଉ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ରଥ ରଜ୍ଜୁ ଟାଣି ଜୀବନ କୃତାର୍ଥ କରିବାକୁ ଉଛନ୍ନ ହେଲେଣି ଭକ୍ତ। ଭଜନ […]

  • Monday, 12 July 2021
ratha yatra
ରାତି ପାହିଲେ ରଥଯାତ୍ରା: ସିସିଟିଭି ନଜରରେ ପୁରୀ, ସନ୍ଦିଗ୍ଧଙ୍କ ଉପରେ ରହିବ ତୀକ୍ଷ୍ଣ ନଜର

ପୁରୀ: ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁରା ସହରରେ ୧୪୨ ପ୍ଲାଟୁନ୍ ଫୋର୍ସ, ୨ କମ୍ପାନୀ ଆର୍‌ଏଏଫ୍‌, ତିନି ୟୁନିଟ୍ OSAF ନିୟୋଜିତ ହୋଇଛନ୍ତି। ଏକ ହଜାର ଅଫିସର୍, ୨ ଜଣ ପୁଲିସ୍‌ ଅତିରିକ୍ତ ମହାନିର୍ଦ୍ଦେଶକ ସୁରକ୍ଷା ବ୍ୟବସ୍ଥାର ତତ୍ତ୍ୱାବଧାନ ଦାୟିତ୍ୱରେ ରହିଛନ୍ତି। ଏହାସହ ୫ ଜଣ ଆଇଜି, ୧୨ ଜଣ ଏସ୍‌ପି ବି ପୁରୀରେ ମୁତୟନ ରହିଛନ୍ତି। ମୁଖ୍ୟତଃ ମନ୍ଦିର ଭିତର ସୁରକ୍ଷା, ଦର୍ଶନ ଏବଂ ରଥା ଟଣାକୁ କିପରି ଶାନ୍ତି […]

  • Monday, 12 July 2021
puri
ଆଜି ଉଭା ଅମାବାସ୍ୟା: ବାହାର କାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ: ଆଜି ଉଭା ଅମାବାସ୍ୟା। ସକାଳୁ ରାତି ୯ଟା ପର୍ଯ୍ୟନ୍ତ ବାହାର କାଠ ନିକଟରୁ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ସକାଳ ଧୂପ ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ତିନି ବାଡ଼ରୁ ଆଣି ତିନି ରଥରେ ଦେବେ। ଏହାପରେ ପ୍ରଥମେ ନନ୍ଦିଘୋଷ, ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ରଥଖଳାରୁ ସିଂହଦ୍ୱାରକୁ ଟଣାଯିବ। ୧୫ ଦିନର ବିରତି ପରେ ଭକ୍ତମାନେ ଶ୍ରୀଜିଉଙ୍କୁ ନବଯୌବନ ରୂପରେ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ିଛନ୍ତି। ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ […]

  • Monday, 12 July 2021
mock drill
ରଥଯାତ୍ରା ପୂର୍ବରୁ ମକ୍‌ଡ୍ରିଲ୍‌

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁଲିସ୍‌ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଛି। ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପୁଲିସ୍‌ ରିଜର୍ଭ ଗ୍ରାଉଣ୍ଡରେ ପୁଲିସ୍‌ ପ୍ରଶାସନ ଦ୍ୱାରା ରଥଟଣା ପାଇଁ ଆଜି ମକ୍‌ଡ୍ରିଲ୍ କରାଯାଉଛି। ବଡ଼ଦାଣ୍ଡରେ ଯେପରି ଭାବରେ ସୁରୁଖୁରୁରେ ରଥଟଣା ହେବ ସେନେଇ ଏହି ମକ୍‌ଡ୍ରିଲ୍‌ ହେଉଛି। ରଥର ଇନର କର୍ଡନ ଏବଂ ଆଉଟ୍‌ଡୋର୍‌ କର୍ଡନରେ ଯେମିତି ଅଧିକାରୀ ଓ କର୍ମଚାରୀମାନେ ଦାୟିତ୍ୱରେ ରୁହନ୍ତି ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଜୁନ୍‌ ୪ରେ ରଥଯାତ୍ରା ଅନୁଷ୍ଠିତ ହେବ। […]

  • Monday, 12 July 2021
Jagannath-Temple
ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ପୁରୀ: ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦିବ୍ୟ ନବଯୌବନ ଦର୍ଶନ। ଏହି ଅନନ୍ୟ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏଥିସହ ପରମ୍ପରା ଅନୁଯାୟୀ ଆଜି ଅଣସର ଘରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ବନକ ଲାଗି ନୀତି ଚାଲିଛି। ଏହା ହେଉଛି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି। ନୀତିକାନ୍ତି ସମ୍ପନ୍ନ ପରେ ପଟିଦିଅଁଙ୍କ ପୂଜାର୍ଚ୍ଚନା ହେବ। ଏହା ପରେ ନବଯୌବନ ବେଶରେ ମହାପ୍ରଭୁ ଦର୍ଶନ ଦେବେ। ଆଜି ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ଯାଏ […]

  • Monday, 12 July 2021
Puri-Jagannath
ଶ୍ରୀଜିଉଙ୍କୁ ଲାଗି ହେଲା ଦଶମୂଳ ମୋଦକ

ପୁରୀ(ମଧୁସୂଦନ ମିଶ୍ର): ଆଜି ଅନବସର ଦ୍ୱାଦଶୀ ତିଥି। ଜ୍ୱରରେ ଆକ୍ରାନ୍ତ ଶ୍ରୀଜିଉଙ୍କୁ ଗତକାଲି ବିଳମ୍ବିତ ରାତିରେ ଦଶମୂଳ ମୋଦକ ଲାଗି ହୋଇଛି। ଆଜି ଦ୍ୱାଦଶୀରେ ଗଜପତି ମହାରାଜାଙ୍କୁ ଶ୍ରୀଜିଉଙ୍କ ସୁସ୍ଥ ହେବା ଖବର ଦିଆଯିବ। ଦେବସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଶ୍ରୀଜିଉ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାପରେ ଫୁଲୁରି ତେଲ ମାଲିସ ସହ ବିଭିନ୍ନ ଔଷଧୀୟ ଉପଚାର କରାଯାଇଥିଲା। ଏହାପରେ ମହାପ୍ରଭୁ ଦଶମୂଳ ମୋଦକ ସେବନ କରିଛନ୍ତି। ଅନ୍ୟପକ୍ଷରେ ଆଉ ମାତ୍ର […]

  • Monday, 12 July 2021
puri
ଅଣସର ଘରେ ମହାପ୍ରଭୁଙ୍କ ଚାଲିଛି ଗୁପ୍ତସେବା

ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତସେବା ଚାଲିଛି। ଅନବସର ପଞ୍ଚମୀରେ ଫୁଲରୀ ତେଲ ଲାଗି ହୋଇଥିଲା। ଏହାପରେ ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଓଷୁଅ ଲେପନ ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଛନ୍ତି। ମହାପ୍ରଭୁଙ୍କ ଜ୍ୱର ଭଲ ନ ହେବାରୁ ଗଜପତିଙ୍କ ନିର୍ଦ୍ଦେଶ ମୁତାବକ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ ଦଶମୂଳ ମୋଦକ ପ୍ରସ୍ତୁତ କରିଛନ୍ତି। ଆଜି ଏକାଦଶୀରେ ଏହି ଦଶମୂଳ ମୋଦକ ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଦୀର୍ଘ ଦଶଦିନ ଧରି ଧଳାବସ୍ତ୍ର ଓ ଧଳା […]

  • Monday, 12 July 2021
pipili
ରଥଯାତ୍ରା, ବାହୁଡ଼ା, ସୁନାବେଶ ଦିନ ଟୋଲ୍ ଗେଟ୍ ଫି’ ଛାଡ଼

ପୁରୀ: ପୁରୀରେ ରଥଯାତ୍ରା ସୁରୁଖୁରୁରେ ସମ୍ପାଦନା ପାଇଁ ଆଜି ଶେଷ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ପୁଲିସ୍‌ ମହାନିର୍ଦ୍ଦେଶକ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ରଥ ନିର୍ମାଣଠାରୁ ଆରମ୍ଭ କରି ଘୋଷଯାତ୍ରାର ନୀତିକାନ୍ତି ଓ ପୁରୀର ସାମଗ୍ରିକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରଥଯାତ୍ରା, ବାହୁଡ଼ା, […]

  • Monday, 12 July 2021
puri
ବିଧାୟକଙ୍କୁ ସ୍ନାନ ମଣ୍ଡପକୁ ନେଇ ଦର୍ଶନ କରାଇବା ପ୍ରସଙ୍ଗରେ ୨ ସେବାୟତ ନିଲମ୍ବିତ

ପୁରୀ: ଶ୍ରୀଜିଉଙ୍କ ସ୍ନାନଯାତ୍ରା ବେଳେ ହୋଇଥିବା ନୀତି ନିୟମ ଉଲ୍ଲଂଘନ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ୨ ଜଣ ସେବାୟତଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆ। ପୁରୀ ବିଧାୟକଙ୍କୁ ସ୍ନାନ ମଣ୍ଡପକୁ ନେଇ ଦର୍ଶନ କରାଇବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଭୟଙ୍କୁ ନିଲମ୍ବିତ କରାଯାଇଛି। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାକୁ ନେଇ ଶ୍ରୀମନ୍ଦିରର କିଛି  ସେବାୟତ […]

Ratha Jatra
ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ରଥ

ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କରିଥିଲେ ମହାରାଜା। ପରେ ଦେବୀ ରଥରେ ଛେରା ପହଁରା କରିଛନ୍ତି ଗଜପତି। ମହାରାଜା ପ୍ରଥମେ ରଥ ଉପରେ ଶ୍ରୀଜିଉମାନଙ୍କର ଆଳତୀ କରିଥିଲେ।

jagatguru sankaracharjya
ବଡ଼ଦାଣ୍ଡରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ଜଗନ୍ନାଥଙ୍କ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ବିଶ୍ବର ଶୁଭ ମନାସିଲେ, ମହାପ୍ରଭୁଙ୍କ କୃପାରୁ କରୋନା ରୋଗ ଦୂରେଇ ଯାଉ ବୋଲି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କଲେ ଶଙ୍କରାଚାର୍ଯ୍ୟ

jagannath pahandi
ରଥାରୂଢ ହେଉଛନ୍ତି ତିନି ଠାକୁର

ବଡ଼ ଦାଣ୍ଡରେ ତିନି ଠାକୁର,ବହ୍ମାଣ୍ଡ ନାୟକ ସେ । ବଡ଼ଦାଣ୍ଡକୁ ପହଣ୍ଡି କରି ଝୁଲି ଝୁଲି ଆସୁଛନ୍ତି ତିନି ଠାକୁର । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଯାଉଛନ୍ତି ଗୁଣ୍ଡିଚା ଘର ।

lord jagannath
ଜଗନ୍ନାଥଙ୍କ ଅପାର କରୁଣା; ୧୮ ବର୍ଷ ପରେ ଫେରି ପାଇଲେ ବାକ୍‌ ଶକ୍ତି

ମହାପ୍ରଭୁଙ୍କର ଅଲୌକିକତା ବିଷୟରେ ଆଜି ଶୁଣିଲେ ଆମକୁ କାହାଣୀ ପରି ଲାଗୁଛି। ହେଲେ ଆଜି ବି ଏଇ କାହାଣୀ କାହାପଇଁ ସତ ହୋଇଛି। ମହାପ୍ରଭୁଙ୍କ ଅପାର କରୁଣା ଆଜି ମୁକକୁ ବାକ୍‌ ଶକ୍ତି ଫେରାଇ ଦେଇଛି..

Chera pahanra
ଛେରାପହଁରା ନୀତି କରୁଛନ୍ତି ମହାରାଜା

ତିନି ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜା। ବିଧି ଅନୁସାରେ ତିନିରଥରେ ଶ୍ରୀଜିଉମାନେ ବିରାଜମାନ କରିବା ପରେ ଗଜପତି ମହାରାଜା ତାମ୍ର ଯାନରେ ଆସି ଶ୍ରୀଜିଉଙ୍କ ସେବା କରିବାର ଅନନ୍ୟ ପରମ୍ପରା ରହିଛି। ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କରିଥିଲେ ମହାରାଜା। ପରେ ଦେବୀ ରଥରେ ଛେରା ପହଁରା କରିଛନ୍ତି ଗଜପତି। ମହାରାଜା ପ୍ରଥମେ ରଥ ଉପରେ ଶ୍ରୀଜିଉମାନଙ୍କର ଆଳତୀ କରିଥିଲେ

Puri Ratha yatra
୧୮୭୩ ରଥଯାତ୍ରାରେ ଗଜପତି ବି ଗଣିଥିଲେ ତଣ୍ଡ

ଏହା ୧୮୭୩ ମସିହା ପ୍ରାରମ୍ଭ କଥା। ବିଷୟ ଥିଲା ରଥଯାତ୍ରା ପରମ୍ପରାରେ ସଂସ୍କାର ଆଣିବା। କିନ୍ତୁ ଭିତରେ ଏ ପୁରାତନ ପରମ୍ପରାରେ ବ୍ୟାଘାତ ଆଣିବା ଲକ୍ଷ୍ୟ ନିହିତ ଥିଲା। ରଥର ଆକାର ବେଶ୍ ବଡ଼ ହୋଇଥିବାରୁ ଏହାକୁ ଟାଣିବା କଷ୍ଟକର ହୋଇପଡ଼ୁଥିବା ବର୍ଣ୍ଣନା କରାଯାଇ କୁହାଯାଇଥିଲା, ଏତେ ସଂଖ୍ୟାରେ ଲୋକ ପୁରୀରେ ନାହାନ୍ତି ଯେଉଁମାନେ ରଥ ଟାଣିବାରେ ସକ୍ଷମ ହେବେ।

Pahandi Of Lord Balabhadra
ରଥାରୂଢ ହେଉଛନ୍ତି ବଳିଆର ଭୂଜ, ଶ୍ରୀ ବଳଦେବ

ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇସାରିଛି। ଅପେକ୍ଷାର ଅନ୍ତ ହୋଇଛି। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ବଡ଼ଭାଇ ବଳଭଦ୍ର। ସାତ ପାହାଚରେ ପହଞ୍ଚିବା ପରେ ଶ୍ରୀବଳଭଦ୍ରଙ୍କୁ ଟାହିଆ ଲାଗୁ କରାଯାଇଛି। ପରେ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେବେ ଶ୍ରୀ ବଳଭଦ୍ର।

Pahandi Of Lord Jagannath
ପଡ଼ୁଛି ଆଲଟ, ଚାମର: ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସୁଛି କାଳିଆ ସାଆନ୍ତ

ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇସାରିଛି। ଅପେକ୍ଷାର ଅନ୍ତ ହୋଇଛି। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ସାତ ପାହାଚରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥଙ୍କୁ ଟାହିଆ ଲାଗି କରାଯାଇଛି

Pahandi Of Lord Sudarsan
ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି: ବଡ଼ଦାଣ୍ଡକୁ ବିଜେ ହେଲେ ସୁଦର୍ଶନ ମହାପ୍ରଭୁ

ଶ୍ରୀଜିଉଙ୍କର ଆରମ୍ଭ ହେଲା ପହଣ୍ଡି। ଅପେକ୍ଷାର ହେଲା ଅନ୍ତ। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ସୁଦର୍ଶନ। ସାତ ପାହାଚ ଓ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେଉଛନ୍ତି ସୁଦର୍ଶନ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ଶ୍ରୀଜିଉ।

Pahandi Of Lord Balabhadra
ମୁଣ୍ଡରେ ଟାହିଆ ଲାଗିଛି, ବଡ଼ଠାକୁରଙ୍କର ପହଣ୍ଡି ଚାଲିଛି

ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇସାରିଛି। ଅପେକ୍ଷାର ଅନ୍ତ ହୋଇଛି। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ବଡ଼ଭାଇ ବଳଭଦ୍ର। ସାତ ପାହାଚରେ ପହଞ୍ଚିବା ପରେ ଶ୍ରୀବଳଭଦ୍ରଙ୍କୁ ଟାହିଆ ଲାଗୁ କରାଯାଇଛି। ପରେ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେବେ ଶ୍ରୀ ବଳଭଦ୍ର।

Subhadra Pahandi
ଶୂନ୍ୟ ପହଣ୍ଡିରେ ଆସିଲେ ଦେବୀ ସୁଭଦ୍ରା

ଯାତ୍ରା ପାଇଁ ଆସିଲେ ମାଆ। ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହୋଇଯାଇଛି ପହଣ୍ଡି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସୁଛନ୍ତି ବଡ଼ଦାଣ୍ଡକୁ। ଏପଟେ ଚାମର ପଡ଼ୁଛି, ଆଲଟ ହେଉଛି ତାହା ସାଙ୍ଗକୁ ବିଜେ କାହାଳୀ ବି ବାଜୁଛି। ଦେବୀ ସାଙ୍ଗରେ ହଳଦୀ ରଙ୍ଗର ଛତା ବି ଆସୁଛି । ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହୋଇସାରିଲେଣି। ପରେ ଆଗରେ ଚାଲିଛନ୍ତି ଶ୍ରୀବଳଭଦ୍ର ଏହାପଛକୁ ଦେବୀ ସୁଭଦ୍ରାଙ୍କର ଚାଲିଛି ପହଣ୍ଡି।

Jagannth Pahandi
ପଡ଼ୁଛି ଆଲଟ, ଚାମର: ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସୁଛି କାଳିଆ ସାଆନ୍ତ

ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇସାରିଛି। ଅପେକ୍ଷାର ଅନ୍ତ ହୋଇଛି। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ସାତ ପାହାଚରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥଙ୍କୁ ଟାହିଆ ଲାଗି କରାଯାଇଛି। ପରେ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେବେ ଶ୍ରୀ ଜଗନ୍ନାଥ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ମଙ୍ଗଳାର୍ପଣ ସରି ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ