Advertisment

ଆସିଲା ପୂଜା ଗାଇଡ଼୍‌ଲାଇନ୍‌: ୪ ଫୁଟ୍‌ ଭିତରେ ରହିବ ମୂର୍ତ୍ତି ଉଚ୍ଚତା

ଅକ୍ଟୋବର-ନଭେମ୍ବର ପାଇଁ ଆସିଲା ନୂଆ ପୂଜା ଗାଇଡଲାଇନ। ଅକ୍ଟୋବର -ନଭେମ୍ବର ମାସର ପୂଜା ବିଶେଷ କରି ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରି କରିଛି ବିଏମ୍‌ସି। BMC ଅଧୀନରେ ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଲୋଡ଼ା। ସେହିପରି ମଣ୍ଡପ/ପେଣ୍ଡାଲରେ ପୂଜା ବେଳେ ଶ୍ରଦ୍ଧାଳୁଙ୍କୁ ଯିବା ଉପରେ କଟକଣା ରହିଛି।

author-image
Sarbeswar
ଅଦ୍ୟତନ ହୋଇଛି
BMC GUIDELINES

BMC GUIDELINES

ଭୁବନେଶ୍ୱର: ଅକ୍ଟୋବର-ନଭେମ୍ବର ପାଇଁ ଆସିଲା ନୂଆ ପୂଜା ଗାଇଡଲାଇନ। ଅକ୍ଟୋବର -ନଭେମ୍ବର ମାସର ପୂଜା ବିଶେଷ କରି ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରି କରିଛି ବିଏମ୍‌ସି। BMC ଅଧୀନରେ ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଲୋଡ଼ା। ସେହିପରି ମଣ୍ଡପ/ପେଣ୍ଡାଲରେ ପୂଜା ବେଳେ ଶ୍ରଦ୍ଧାଳୁଙ୍କୁ ଯିବା ଉପରେ କଟକଣା ରହିଛି।

Advertisment

ଏହାସହ ଘର ଭିତରେ ପୂଜା କରିବା ଭଳି କେବଳ ରୀତିନୀତି ପାଳନ ହେବ। ମଣ୍ଡପ/ପେଣ୍ଡାଲର ୩ ପଟ ବନ୍ଦ ରହିବ ଏବଂ ୪ର୍ଥ ପଟ ଆବରଣ ମଧ୍ୟ ରହିବ। ମୂର୍ତ୍ତି ଉଚ୍ଚତା ୪ ଫୁଟରୁ କମ୍ ହେବ ବୋଲି BMC ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ୍ ନିୟମ ମାନି ମଣ୍ଡପରେ ଏକସଙ୍ଗେ ୭ରୁ ଅଧିକ ଲୋକଙ୍କୁ ରହିବା ପାଇଁ ମନା କରାଯାଇଥିବା ନେଇ ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ୨୩ ସେପ୍ଟେମ୍ବରରେ ଦୁର୍ଗାପୂଜା ପାଇଁ ମଧ୍ୟ ଗାଇଡଲାଇନ ଜାରି କରିଥିଲା ଭୁବନେଶ୍ୱର ମହାନଗର ନିଗମ । କୋଭିଡ଼ ଗାଇଡଲାଇନ ମାନି ପୂଜା କମିଟିମାନେ ପୂଜା ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଇଣ୍ଡୋର ଭଳି ବ୍ୟବସ୍ଥାରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ ବୋଲି କହିଥିଲା ବିଏମ୍‌ସି । ମଣ୍ଡପର ତିନି ପାର୍ଶ୍ୱ ସଂପୂର୍ଣ୍ଣ ବନ୍ଦ, ଗୋଟିଏ ପାର୍ଶ୍ୱ ଆଂଶିକ ଖୋଲା ରହି କେବଳ ନୀତିକାନ୍ତି ଅନୁସାରେ ପୂଜା ହେବା ପାଇଁ ନିଷ୍ପତ୍ତି ହୋଇଥିଲା। ଚତୁର୍ଥ ପାର୍ଶ୍ୱ ଏମିତି ବନ୍ଦ ରହିବ ଯେମିତି କେହି ଦର୍ଶନାର୍ଥୀ ଦର୍ଶନ କରିପାରିବେନି । ମୂର୍ତ୍ତି ଉଚ୍ଚତା ୪ ଫୁଟ୍‌ରୁ କମ ରହିବା ସହ ମନୋରଂଜନ କାର୍ଯ୍ୟକ୍ରମ ପାଇଁ ସଂପୂର୍ଣ୍ଣ ମନା କରିଛି ବିଏମ୍‌ସି । ସେପଟେ ପୂଜକ, କର୍ତ୍ତା, ଆୟୋଜକଙ୍କୁ ମିଶାଇ ୭ ଜଣରୁ ଅଧିକଙ୍କୁ ଅନୁମତି ନାହିଁ ବୋଲି ସେବେ ସିଧା ସଳଖ କହିଛି ଭୁବନେଶ୍ୱର ମହାନଗର ନିଗମ । ଖାଲି ସେତିକି ନୁହେଁ ଭସାଣ ଶୋଭାଯାତ୍ରାକୁ ସଂପୂର୍ଣ୍ଣ ବାରଣ କରାଯାଇଥିଲା। ମାଆଙ୍କ ମୁଣ୍ମୟୀ ମୂର୍ତ୍ତିକୁ କୃତ୍ରିମ ପୋଖରୀରେ ବିସର୍ଜନ କରିବାକୁ ଗାଇଡ୍‌ ଲାଇନ୍‌ ଜାରି କରିଥିଲା BMC ।ତେବେ ପୁଣି ଥରେ ଗଜଲକ୍ଷ୍ମୀ , କାଳୀ ଓ କାର୍ତ୍ତିକ ପୂଜା ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛି ବିଏମସି।

BMC Puja Guidelines
Advertisment
Advertisment