ମା’ ଆଦିଶକ୍ତିଙ୍କ ଉପାସନାର ପବିତ୍ର ଶାରଦୀୟ ନବରାତ୍ରୀର ଆଜି ହେଉଛି ମହାନବମୀ। ଏହି ଦିନ ମାତା ସିଦ୍ଧିଦାତ୍ରୀଙ୍କୁ ପବିତ୍ର ମନରେ ପୂଜା କରାଯାଏ। ଯଦିଓ ନବରାତ୍ରୀର ପୂରା ନଅ ଦିନକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ, କିନ୍ତୁ ଅଷ୍ଟମୀ ଏବଂ ନବମୀ ତିଥିର ବିଶେଷ ମହତ୍ତ୍ୱ ରହିଛି।
ଆଜି ଦିନରେ ମହିଷାସୁରକୁ ବଦ୍ଧ କରିଥିଲେ ଦୁର୍ଗା ଦୁର୍ଗତୀନାଶିନୀ....ଟ୍ୱିନସିଟିର ବିଭିନ୍ନ ପୂଜା ମଣ୍ଡପରେ ସ୍ୱତନ୍ତ୍ର ଆୟୋଜନ...କେଉଁଠି ସିନ୍ଦୁର ଖେଳ ତ କେଉଁଠି ହେବ କନ୍ୟା ପୂଜନ ନୀତି...
ମାତା ଦୁର୍ଗାଙ୍କର ନବମ ଶକ୍ତି ହେଉଛନ୍ତି ମା’ ସିଦ୍ଧିଦାତ୍ରୀ। ସେ ହେଉଛନ୍ତି ସମସ୍ତ ସିଦ୍ଧି ସଫଳତା ପ୍ରଦାନକାରୀ। ନବରାତ୍ରୀ ପୂଜାର ନବମ ଦିନରେ ଏହି ଦେବୀଙ୍କୁ ପୂଜା କରିବାର ବିଧି ରହିଛି। ଏହି ଦିନ ଯେଉଁ ଭକ୍ତ ଶାସ୍ତ୍ରୀୟ ରୀତିନୀତି ଅନୁସାରେ ପୂରା ଭକ୍ତିର ସହିତ ମାତାଙ୍କୁ ସାଧନା କରନ୍ତି, ସେ ସମସ୍ତ ସଫଳତା ହାସଲ କରନ୍ତି।
ମାଙ୍କୁ ଦର୍ଶନ କରିନପାରି ଫେରୁଛନ୍ତି ଭକ୍ତ। ମଣ୍ଡପରେ ମାଆ । ଚାଲିଛି ପୂଜା ହେଲେ ନାହାନ୍ତି ଭକ୍ତ। କଟକ ଓ ଜୟପୁରରେ କିପରି ହେଉଛି ପୂଜା ଦେଖନ୍ତୁ।
ଆଜି ମହାମାୟାଙ୍କ ମହାନବମୀ ପୂଜା I ମଣ୍ଡପରେ ସୂଯର୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବ ସହ ସ୍ବତନ୍ତ୍ର ବେଦ ମନ୍ତ୍ରରେ ପୂଜାର୍ଚ୍ଚନା କରାଯାଉଛି I କିପରି କୋଭିଡ୍ କଟକଣାରେ ମଣ୍ଡପରେ ହେଉଛି ମାଆଙ୍କ ପୂଜାର୍ଚ୍ଚନା
ବିଭିନ୍ନ ମଣ୍ଡପରେ ପରଦା ଆଢୁଆଳରେ ପୂଜା ପାଉଛନ୍ତି ମା ଜଗତ୍ ଜନନୀ। ଟିଭି ଓ ସୋସିଆଲ ମିଡିଆରେ ମାଆଙ୍କ ପୂଜାର୍ଚ୍ଚନା ଦେଖିପାରୁଛନ୍ତି ସାଧାରଣ ଲୋକେ। କିପରି ଚାଲିଛି ନୟାପଲ୍ଲୀରେ ପୂଜା ଦେଖନ୍ତୁ
ସକାଳୁ ସକାଳୁ ମହାନଦୀରୁ ୧୦୮ ଗରା ପବିତ୍ର ଜଳ ଆସିଲା.. ମାଆକୁ ମାଜଣା କରାଗଲା.. ତା’ପରେ ମଙ୍ଗଳ ଆଳତି, ଦ୍ୱାରପାଳ ପୂଜା, କଳସ ପୂଜା ଆଉ ପଞ୍ଚ ଉପକାର ନୀତିରେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୂଜାର୍ଚ୍ଚନା ଚାଲିଛି...
ମଣ୍ଡପରେ ଚାଲିଛି ମାଙ୍କ ନବମୀ ପୂଜା। ପରଦା ଆଢୁଆଳରେ କଟକରେ କିପରି ଚାଲିଛି ପୂଜା ଦେଖନ୍ତୁ।
ଆଜି ମହାମାୟାଙ୍କ ମହାନବମୀ ପୂଜା । ଆଜି ନବମୀରେ ମଣ୍ଡପରେ ସୂର୍ଯ୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବ । ୧୦୮ ଦୀପ ସମର୍ପଣ କରାଯାଇ ପଣା ଓ ନୈବେଦ୍ୟ ଅର୍ପଣ କରାଯିବ ।
ଆଜି ମହାମାୟାଙ୍କ ମହାନବମୀ ପୂଜା । ଆଜି ନବମୀରେ ମଣ୍ଡପରେ ସୂର୍ଯ୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବ । ୧୦୮ ଦୀପ ସମର୍ପଣ କରାଯାଇ ପଣା ଓ ନୈବେଦ୍ୟ ଅର୍ପଣ କରାଯିବ । କୋଭିଡ୍ କଟକଣା ଭିତରେ ବିଭିନ୍ନ ମଣ୍ଡପରେ ବିଧି ପାଳନ ପୂର୍ବକ ମାଆଙ୍କର ପୂଜାର୍ଚ୍ଚନା ହେଉଛି । ଚଣ୍ଡିପାଠରେ ଗୁଞ୍ଜରିତ ହେଉଛି ପରିବେଶ