• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

434343
ଅଣସରରେ ଚାଲିଛି ମହାପ୍ରଭୁଙ୍କ ଔଷଧୀୟ ଉପଚାର

ପୁରୀ: ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଅଣସର ଘରେ ଜ୍ୱରରେ ପୀଡିତ ଜଗତରନାଥ ପ୍ରଭୁ ଜଗନ୍ନାଥ ।ଶ୍ରୀଜୀଉଙ୍କ ଜ୍ୱର ଉପଶମ ପାଇଁ ଚାଲିଛି ଗୁପ୍ତ ସେବା । ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ହୋଇଥିଲା। ଏହାପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ପ୍ରଭୁ। ମହାପ୍ରଭୁଙ୍କୁ ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର ଲାଗୁ କରାଯିବ। ଆଜି ମଧ୍ୟାହ୍ନ ଧୂପ ପରେ ଅଣସରରେ ସୁଦ୍ଧସୁଆରମାନେ ପ୍ରସ୍ତୁତ କରିଥିବା […]

  • Tuesday, 13 July 2021
ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ
ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ

ପୁରୀ: ଆଜି ହେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ । ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ଜଳ ସ୍ନାନ ପରେ ଏବେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂରତି । ଆଉ ଏଇ ପୀଡ଼ା ଲାଘବ ପାଇଁ ଅଣସରର ପଞ୍ଚମୀ ଦିନ ପ୍ରଭୁଙ୍କ ଦେହରେ ହୁଏ ଫୁଲୁରି ତେଲ ଲାଗି । ଦଇତାପତିମାନେ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି ଫୁଲୁରି ତେଲ।  ଏହି ଫୁଲୁରି ତେଲକୁ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ । ପରମ୍ପରା […]

alarnatha
ଭକ୍ତଙ୍କୁ ବାରଣ; ନୀରବି ଯାଇଛି ଅଲାରନାଥ ପୀଠ

ପୁରୀ: ବର୍ଷକରେ ଏଇ କିଛିଦିନ କୋଳାହଳମୟ ହୋଇଉଠେ ପ୍ରଭୁ ଅଲାରନାଥଙ୍କ ପୀଠ। ହେଲେ ଏଥର ଖାଁ ଖାଁ ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ମନ୍ଦିର। ଭକ୍ତଙ୍କ ଗହଳ ନାହିଁ। କେବଳ ଯାହା ଅଳ୍ପକିଛି ସେବକଙ୍କ ଗହଣରେ ଠାକୁରଙ୍କ ନୀତିକାନ୍ତି ଚାଲିଛି। ଶ୍ରୀଜୀଉ ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ କରିବା ପରେ ଜ୍ୱରରେ ପଡ଼ନ୍ତି। ସ୍ନାନବେଦିରୁ ବାହୁଡନ୍ତି ଅଣସର ଘରକୁ। ୧୫ ଦିନ ଯାଏ ଅଣସର ଘରେ ଚାଲେ ମହାପ୍ରଭୁଙ୍କ ଗୁପ୍ତ ସେବା। ଏହି ୧୫ ଦିନ […]

  • Tuesday, 13 July 2021
anasara
ମହାସ୍ନାନ ପରେ ଅଣସରକୁ ଗଲେ ଶ୍ରୀଜିଉ

ପୁରୀ: ସ୍ନାନଯାତ୍ରା ସାରି ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେବା ପରେ ଅଣସର ପିଣ୍ଡିକୁ ବାହୁଡ଼ି ଯାଇଛନ୍ତି ଶ୍ରୀଜୀଉ। ଖାଁ ଖାଁ ବଡଦାଣ୍ଡ। ଭକ୍ତଙ୍କ ଭିଡ଼ ନଥିଲା କି ସେବାୟତଙ୍କ କୋଳାହଳ ନ ଥିଲା। ଖାଁ ଖାଁ ପରିବେଶରେ ମହାସ୍ନାନ କରିଥିଲେ କାଳିଆ ଠାକୁର। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ତିନି ଠାକୁର ଏବ ଜ୍ୱରରେ ପଡ଼ିଛନ୍ତି।  ତେଣୁ ରତ୍ନବେଦିକୁ ନ ଫେରି ବାହୁଡିଛନ୍ତି ଅଣସର ଘରକୁ। ଗତକାଲି ଗୋଟି ପହଣ୍ଡିରେ ବଡ଼ଠାକୁର […]

  • Tuesday, 13 July 2021
chhera
କାହିଁକି ଗଜପତି କଲେନି ଛେରାପହଁରା ?

ପୁରୀ: ମହାପ୍ରଭୁଙ୍କର ଆଜି ସ୍ନାନଯାତ୍ରା ଚାଲିଥିବା ବେଳେ ଛେରା ପହରା ପାଇଁ  ଆସିନଥିଲେ ଗଜପତି ମହାରାଜ । ତାଙ୍କ ବଦଳରେ ମୁଦିରଥଙ୍କ ହାତରେ ଏହି ନୀତି ସମ୍ପନ୍ନ ହୋଇଥିଲା । ମଇଲମ, ମକାପ ସର୍ବାଙ୍ଗ ଏବଂ ନୂଆଲଗା ବେଶ ପରେ ସମ୍ପନ୍ନ ହୋଇଥିଲା ଛେରା ପହଁରା। ତେବେ ଗଜପତି କାହିଁକି ଛେରା ପହରା କରିବାକୁ ଆସିଲେନି। ଏହାର କାରଣ ସଂପର୍କରେ ଗଜପତି କହିଛନ୍ତି, ସରକାରଙ୍କ କୋଭିଡ ଗାଇଡ୍ଲାଇନକୁ ମାନି ସେ ଛେରା ପହଁରା କରିବାକୁ ଆସିନାହାନ୍ତି । […]

  • Tuesday, 13 July 2021
lord jagannath
ସ୍ନାନପୂର୍ଣ୍ଣମୀରେ ଗଜାନନ ବେଶ କାହିଁକି ?

ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀ ।  ଦାରୁ ବିଗ୍ରହମାନଙ୍କ ଜନ୍ମ ତିଥି ଭାବେ ବିବେଚିତ ଏହି ତିଥି । ସ୍ନାନବେଦି ଉପରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବେ ଚତୁର୍ଦ୍ଧା ମୂରତି। କରୋନା କଟକଣା ଯୋଗୁ ଦୀର୍ଘଦିନ ଧରି ଭକ୍ତ ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଜି ଚର୍ମଚକ୍ଷୁରେ  ନ ହେଲେ ବି ଟିଭି ପରଦାରେ ମହାପ୍ରଭୁଙ୍କ ଅପୂର୍ବ ଶୋଭା ଦର୍ଶନର ସୌଭାଗ୍ୟ ଲାଭ କରିବେ। ଭକ୍ତଙ୍କ ମନ […]

  • Tuesday, 13 July 2021
lord jagannath
ସ୍ନାନମଣ୍ଡପରେ ଶେଷ ହେଲା ମଙ୍ଗଳଆଳତି, ଅବକାଶ ନୀତି

ପୁରୀ: ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀ ।  ଦାରୁ ବିଗ୍ରହମାନଙ୍କ ଜନ୍ମ ତିଥି ଭାବେ ବିବେଚିତ । ସେଥିପାଇଁ ଆଧାତ୍ମିକମୟ ହୋଇଛି ଶ୍ରୀକ୍ଷେତ୍ର। ଚଳଚଞ୍ଚଳ ହୋଇଉଠିଛି ଶ୍ରୀମନ୍ଦିର।  ଆଜି ମହାପ୍ରଭୁଙ୍କ ସ୍ନାନ ନୀତି । ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବେ ଚତୁର୍ଦ୍ଧା ମୂରତି। ରାତିରେ ମଙ୍ଗଳାର୍ପଣ ଶେଷ ପରେ ଶ୍ରୀଜିଉଙ୍କ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇଥିଲା। ତା‘ ପରେ ଧାଡ଼ି ପହଣ୍ଡିରେ ପ୍ରଥମେ ଶ୍ରୀ ସୁଦର୍ଶନ ରତ୍ନବେଦିରୁ ଓହ୍ଲାଇ […]

  • Tuesday, 13 July 2021
puri
ପୁରୀରୁ ୧୪୪ ଧାରା ପ୍ରତ୍ୟାହାର, ଆଡ଼ପ ମଣ୍ଡପ ବିଜେ ପହଣ୍ଡି ପାଇଁ କଟକଣା ଜାରି

କୁମ୍ଭାରପଡା ସାହିର ମିଶ୍ର ଲେନ ଦେଇ ବଡଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡଶଙ୍ଖ ପର୍ଯ୍ୟନ୍ତ ଏହି କଟକଣା ଆସନ୍ତାକାଲି ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ratha jatra
ଶରଧାବାଲିରେ ଲାଗିଛି ଶ୍ରୀଜିଉଙ୍କ ତିନି ରଥ : ଆଜି ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହେବ ପରେ ୩ ଠାକୁର ପହଣ୍ଡି କରି ଆଡ଼ପ ମଣ୍ଡପକୁ ଯିବେ । ଆଡ଼ପ ମଣ୍ଡପରୁ ଆଜିଠୁ ଦର୍ଶନ ଦେବେ ଭଗବାନ ।

Ashwini Vaishnaw
ହଜ୍‌ଖସ୍ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅବସରରେ ପୂଜାର୍ଚ୍ଚନା କଲେ କେନ୍ଦ୍ର ରେଳମନ୍ତ୍ରୀ

ନୂଆଦିଲ୍ଲୀର ହଜ୍‌ଖସ୍ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅବସରରେ ପୂଜାର୍ଚ୍ଚନା କରାଯାଇଛି । କରୋନା କଟକଣା ଯୋଗୁଁ ରଥଯାତ୍ରା ହେଉନଥିବାରୁ କେବଳ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି ।

Ratha yatra
ଘରଘର ନାଦ ଶୁଣି ଥୟ ଧରିଲାନି ମନ, କିଏ ଗଳି ମୁହଁକୁ ତ କିଏ ଛାତକୁ ଧାଇଁଲା..

ପୁଣି କଡ଼ ଲେଉଟାଇଲା ଇତିହାସ । ଶ୍ରୀକ୍ଷେତ୍ରରେ ଆଉଥରେ ଭକ୍ତ ବିନା ଗଡ଼ିଲା ରଥ ।

Ratha yatra
ବିନା ଭକ୍ତରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଗଲେ କାଳିଆ ସାଆନ୍ତ, ସନ୍ଧ୍ୟା ପୂର୍ବରୁ ପହଞ୍ଚିଲେ

କାଳିଆର ଦିବ୍ୟ ଲୀଳା । କରୋନା କାଳରେ ପୁଣି ବିନା ଭକ୍ତରେ ଭାବର ଠାକୁରଙ୍କ ଘୋଷଯାତ୍ରା । ଏଥର ବି ବିନା ଭକ୍ତରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଘୋଷଯାତ୍ରାରେ ଗଲେ କାଳିଆ ସାଆନ୍ତ ।

ratha jatra
ପୁରୀ ବ୍ୟତୀତ କେଉଁଠି କେଉଁଠି ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ରଥଯାତ୍ରା ?

ପୁରୀ ବ୍ୟତୀତ ଗୁଜରାଟର ଅହମ୍ମଦାବାଦରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ରୀତିନୀତିରେ ପୂଜାର୍ଚ୍ଚନା ପରେ ରଥ ଟଣା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ରଥରେ ଛେରାପହରା କରିଥିଲେ । ଛେରାପହରା ସମୟରେ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ମଧ୍ୟ ଉପସ୍ଥିତ ଥିଲେ

rathajatra
ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ । ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ । ତାଲଧ୍ୱଜ, ଦର୍ପଦଳନ ପରେ ଶେଷରେ ପହଞ୍ଚିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ବିନା ଭକ୍ତରେ ତିନି ରଥକୁ ଟାଣି ଟାଣି ମାଉସୀ ଘର ନେଲେ ସେବାୟତ । କୋଭିଡ୍ କଟକଣା ଯୋଗୁଁ ଦିବ୍ୟସେବାରୁ ବଂଚିତ ହେଲେ ଭକ୍ତ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ଆଗରୁ ଆଜି ଆରମ୍ଭ ହୋଇଥିଲା ରଥଟଣା ।

Puri Rathajatra
କାହିଁକି ପଛରେ ଆସନ୍ତି କାଳିଆ ଠାକୁର

ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଉଛନ୍ତି କାଳିଆ ଠାକୁର। ପ୍ରଥମେ ଗଡିବ ତାଳଧ୍ୱଜ। ତା ପରେ ଦେବ ଦଳନ ଆଉ ପଛରେ ନନ୍ଦିଘୋଷ। ହେଲେ ପଛରେ କାହିଁକି ଆସନ୍ତି କାଳିଆ ଠାକୁର ?

Puri ratha Jatra
‘ମୁଁ କୁନି ସେବାୟତ, ମାହାପୁରୁ ଭୋଗ ଖାଇଲେ ମୁଁ ମନ୍ତ୍ରପଢ଼େ’

“ମୁଁ କୁନି ସେବାୟତ, ମାହାପୁରୁ ଭୋଗ ଖାଇଲେ ମୁଁ ମନ୍ତ୍ରପଢ଼େ’ । ବଡ଼ଦାଣ୍ଡରେ ରଥ ଦଉଡ଼ି ଧରି ଟାଣି ନେଉଛନ୍ତି କୁନି ସେବାୟତ । କାନ୍ଧରେ ଖଣ୍ଡୁଆ ପାଟ, କଣ୍ଠରେ ଅନର୍ଗଳ ମନ୍ତ୍ର ।

Puri Ratha Yatra
ବଡ଼ ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ

ଆଜି ରଥଯାତ୍ରା । ବର୍ଷକ ପରେ ଭକ୍ତଙ୍କୁ ଦେଖିବା ପାଇଁ ବଡଦାଣ୍ଡକୁ ବାହାରି ଆସିଛନ୍ତି ତିନି ଠାକୁର। ହେଲେ ଭକ୍ତଶୂନ୍ୟ ବଡଦାଣ୍ଡ। ବିନା ଭକ୍ତରେ ବଡଦାଣ୍ଡରେ ଗଡ଼ି ଗଡ଼ି ଚାଲିଛି ନନ୍ଦିଘୋଷ। ଆଉ କିଛି ସମୟ ପରେ ଶରଧାବାଲିରେ ପହଞ୍ଚିବେ କାଳିଆ ଠାକୁର।

Ratha jatra
ରଥ ଟାଣିଲେ ବାହୁବଳି ସେବାୟତ, କହିଲେ ଆମ ପାଇଁ ଅପୂର୍ବ ସୁଯୋଗ

ଏମାନେ ସେବାୟତ । ସେହି ବଳିଆର ଭୁଜଙ୍କ ସେବା ପାଇଁ ଏମାନଙ୍କର ଏହି ଭୁଜ । ସବୁଥର ରଥ ଉପରେ ବସନ୍ତି, ଏଥର କିନ୍ତୁ ଦଉଡ଼ି ଧରି ରଥ ଟାଣୁଛନ୍ତି। କହିଛନ୍ତି, ଏହା ଆମ ପାଇଁ ଅପୂର୍ବ ସୁଯୋଗ। ତେଣୁ ଛୋଟ ପିଲାଙ୍କୁ ବି ଡାକିଆଣିଛୁ। ଦେଖନ୍ତୁ କେମିତି ରଥ ଟାଣୁଛନ୍ତି ବାହୁବଳି ସେବାୟତ।

Odissi Danseuse Rojalin Mohanty
ଦୂରରୁ ଘେନ କୋଟି ପ୍ରଣାମ

କରୋନା କଟକଣା ମଧ୍ୟରେ ପାଳିତ ହେଉଛି ରଥଯାତ୍ରା। ଭକ୍ତଙ୍କ ପାଇଁ ବର୍ଷକ ପରେ ତିନି ଠାକୁର ବଡଦାଣ୍ଡକୁ ବାହାରି ଆସିଛନ୍ତି। ହେଲେ ଠାକୁରଙ୍କୁ ଦେଖିବାର ସୌଭାଗ୍ୟ ମିଳିନି ଭକ୍ତଙ୍କୁ। ତେଣୁ ଦୂରରୁ ଥାଇ ଭକ୍ତଙ୍କ ଭକ୍ତି ନୈବେଦ୍ୟ....

puri
ଆଜି ନୀଳ କନ୍ଦରକୁ ବିଜେ କରିବେ ଶ୍ରୀଜିଉ

ପୁରୀ: ଆଜି ନୀଳ କନ୍ଦରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଠାକୁରମାନଙ୍କୁ ଗୋଟି ପହଣ୍ଡିରେ ରଥ ଉପରୁ ରତ୍ନ ସିଂହାସନକୁ ପହଣ୍ଡି କରାଯାଇ ନିଆଯିବ। ପରମ୍ପରା ଅନୁସାରେ, ମହାପ୍ରଭୁ କାଳିଆ ସାଆନ୍ତଙ୍କ ରତ୍ନବେଦୀକୁ ବାହୁଡ଼ିବା ବେଳେ ବାଟରେ ତାଙ୍କୁ ଅଭିମାନିନୀ ମା’ ଲକ୍ଷ୍ମୀ ଅଟକାଇବେ।  ତେବେ ମହାପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ସ୍ୱାଦିଷ୍ଟ ରସଗୋଲା ଖୁଆଇ ତାଙ୍କ ମାନଭଞ୍ଜନ କରାଇବେ। ଗତକାଲି ରଥଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା।

  • Monday, 12 July 2021
puri
ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ପୁରୀ: ଆଜି ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ନୀତି ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅଧରପଣା ନୀତି ଶୃଙ୍ଖଳିତ କରିବା ପାଇଁ ଏକ କମିଟି ଗଠନ ହୋଇଛି। ସୁଆର ମହାସୁଆର ନିଯୋଗ ଓ ଦଇତାପତି ନିଯୋଗକୁ ନେଇ ଏହି କମିଟି ଗଠିତ ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ମହାପ୍ରଭୁ। ଗତକାଲି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ […]

  • Monday, 12 July 2021
puri
ସେ ମୋ ମନରେ..ହୃଦୟରେ..ଆତ୍ମାରେ.. ଜଗନ୍ନାଥଙ୍କୁ ଦେଖି ଏମିତି କହିଲେ ବିଭୋର ବିଦେଶିନୀ

ପୁରୀ: ଜଗତର ନାଥ ଜଗନ୍ନାଥ ସିଏ। ଭାବକୁ ନିକଟ…ଅଭାବକୁ ଦୂର। ତା ପାଖରେ କିଏ ପର ନୁହେଁ…ସଭିଏଁ ଆପଣାର। ଟିକିଏ ଶ୍ରଦ୍ଧା…ଟିକିଏ ପ୍ରେମ ପାଇଁ ପାଗଳ ଯେମିତି ସେ । ସେଥିପାଇଁ ତ ବଡ଼ ଦେଉଳର ସୁଖ ଛାଡ଼ି ବାହାରି ଆସେ ତା ପାଇଁ ପାଗଳ ହେଉଥିବା ଭକ୍ତଙ୍କୁ ଟିକିଏ ଦେଖିବା ପାଇଁ।  ଏ ବଡ଼ଦାଣ୍ଡ ବି ଏମିତି। ଏଠି ଜାତି, ଧର୍ମ, ବର୍ଣ୍ଣର ବାରଣ ନ ଥାଏ। ସମସ୍ତଙ୍କୁ କୋଳେଇ ନେଇଛି ଏ ଦାଣ୍ଡ । ବଡଦାଣ୍ଡରେ ରଥ […]

  • Monday, 12 July 2021
puri
ରଥ ଉପରେ ସୁଦର୍ଶନଙ୍କୁ ଆଉଜି ଶୋଇପଡ଼ିଲେ ସେବାୟତ, ଫଟୋ ଭାଇରାଲ

ପୁରୀ: ସୁଭଦ୍ରାଙ୍କ ଦର୍ପଦଳନ ରଥ ଉପରେ ମହାପ୍ରଭୁ ସୁଦର୍ଶନଙ୍କୁ ‌ଆଉଜି ବରିଷ୍ଠ ଦଇତାପତି ସେବାୟତ ପ୍ରେମାନନ୍ଦ ଦାସମହାପାତ୍ର ବିଶ୍ରାମ ନେଉଥିବା ବେଳର ଏକ ଫଟୋ ଏବେ ସୋଶାଲ ମିଡିଆରେ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଫଟୋଟି କେଉଁ ସମୟର ତାହା ସଠିକ୍ ଭାବେ ଜଣା ପଡିନଥିଲେ ବି ଜଣେ ବରିଷ୍ଠ ଦଇତାପତି ଭାବେ ପ୍ରେମାନନ୍ଦ ଦାସମହାପାତ୍ର ଏଭଳି ଢଙ୍ଗରେ ବିଶ୍ରାମ ନେବା  ଜଗନ୍ନାଥପ୍ରେମୀ ମହଲରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଏ ନେଇ  ପ୍ରେମାନନ୍ଦ […]

  • Monday, 12 July 2021
puri
ଆଜି ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ

ପୁରୀ: ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ ଆଜି ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତମାନେ ସାଧାରଣ ଦର୍ଶନ କରିପାରିବେ। ଏହାପରେ ସାଧାରଣ ଦର୍ଶନ ବନ୍ଦ ରହିବ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀଗୁଣ୍ଡିଚା ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୁଲିସ୍‌ କଣ୍ଟ୍ରୋଲ ରୁମ୍‌ ନିକଟରୁ ସ୍ୱତନ୍ତ୍ର ବାରିକେଡ୍‌ କରାଯାଇଛି। ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିରକୁ ଯିବେ ଏବଂ ନାକଚଣା ଦ୍ୱାର ପଟେ ପ୍ରସ୍ଥାନ କରିବେ। ଦର୍ଶନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭାବେ ଗୁରୁତ୍ୱ ଦିଆଯାଇଥିବା ଏସ୍‌ପି କହିଛନ୍ତି। […]

  • Monday, 12 July 2021
puri
ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି

ପୁରୀ: ମାଉସୀ ବାଡ଼ିରେ ତିନି ଦିଅଁଙ୍କର ଆଜି ବନକ ଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଆଡ଼ପ ମଣ୍ଡପରେ ବନକ ଲାଗି ହେବ। ଏଣୁ ରାତି ୯ଟା ପରଠାରୁ ଆଜି ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବନକ ଲାଗି ନୀତି ପାଇଁ ୮ରୁ ୧୦ ଜଣ ଦତ୍ତମହାପାତ୍ର ସେବକ ମିଶି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିବେ। ପହୁଡ଼ ଆଳତି ପରେ ଦୁଆର ପଡ଼ିବ। ଏହାପରେ ସେବାୟତମାନେ କସ୍ତୁରୀ, କେଶର, […]

  • Monday, 12 July 2021