ରାଜଧାନୀରେ ମନ ମୋହୁଛି ଆଦିବାସୀ ମେଳା। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ମେଳାରେ ଆଦିବାସୀଙ୍କ କଳାକୃତି ଓ ଉପକରଣ ସତେ ଯେପରି ଶୋଭା ପାଉଛି। ଏହି ମେଳା ୨ ତାରିଖ ତାରିଖ ଯାଏ ଚାଲିବ।
ବିଶ୍ୱ ପ୍ରଶିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ କାଠ । ରଥନିର୍ମାଣ ପାଇଁ ବିଳମ୍ବିତ ରାତିରେ ୪୦ ଫୁଟିଆ ଫାସୀ କାଠ ପହଞ୍ଚିଛି ।
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି । ଏଥିପାଇଁ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ବିଶେଷ କରି ଆଜିର ଯୁବପିଢ଼ି ଆଧୁନିକତା ଆଡ଼କୁ ଅଗ୍ରସର ହୋଇ ସିନେମା ପଛରେ ଧାଉଁଥିଲା ବେଳେ ଲୋକାପଡା ଗାଁର ଯୁବପିଢ଼ି ନିଜର ପରମ୍ପରା, କଳା, ସଂସ୍କୃତିକୁ ଭୁଲି ନଯାଇ ଆତ୍ମୀୟତାର ସହିତ ରାମଲୀଳା ଜାରି ରଖିଛନ୍ତି
କରୋନା ମହାମାରୀର ପ୍ରକୋପ ଯୋଗୁଁ ଗତ ୨ ବର୍ଷ ଧରି ଏହି ପ୍ରସିଦ୍ଧ ଲଙ୍କାପଡ଼ି ଯାତ୍ରା ବନ୍ଦ ରହିଥିଲା । ହେଲେ ୨ ବର୍ଷ ପରେ ଏଥର ପୁଣି ଯାତ୍ରା ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି ।
କେଉଁଠି ପୂଜାପାଠ, ହୋମଯଜ୍ଞ ତ ଆଉ କେଉଁଠି ଛତୁଆ ସାଙ୍ଗକୁ ପଣାର ମହକ । ପୁଣି କେଉଁଠି କୁସ୍ତିକସରତ ସହ ବନାଟି, ମାଲ ଖମ୍ବ, ମେଢ଼ ନାଚର ମଉଜ । ମହାମାରୀ ପାଇଁ ଦୁଇବର୍ଷ ଧରି ଫିକା ଥିବା ଓଡ଼ିଆ ନୂଆବର୍ଷକୁ ଆଜି ଖୋଲି କି ମନେଇଛି ସାରା ରାଜ୍ୟ ।
ଆଜି ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନୂଆବର୍ଷ, ତା ସାଙ୍ଗକୁ ହନୁମାନ ଜୟନ୍ତୀ । ଘରେ ଘରେ ପବିତ୍ର ପରିବେଶ । ସବୁଠି ପଣାର ମହକ । ଆଜିଠାରୁ ନୂଆ ପାଞ୍ଜି ମଧ୍ୟ ପ୍ରଚଳନ ହୋଇଛି ।
ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ। ଏହା ପଛରେ କ’ଣ ରହିଛି ମହତ୍ୱ, ଆସନ୍ତୁ ଜାଣିବା…
ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ପଣା ସଂକ୍ରାନ୍ତି । ଆଜି ମହା ବିଷୁବ ସଂକ୍ରାନ୍ତି । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ପଣା ସଂକ୍ରାନ୍ତି ।
ହରଚଣ୍ଡୀ ସାହି ଆଖେଡ଼ା ପକ୍ଷରୁ ଏସବୁ ଚରିତ୍ର ବେଶ ଠାଟ ପଟୁଆର ବାହାରିଥିଲେ । ଶ୍ରୀଜୀଉଙ୍କ ଦକ୍ଷିଣୀ ଘର ଭୋଗ ପରେ ଶ୍ରୀରାମ-ଲକ୍ଷ୍ମଣ ଦକ୍ଷିଣୀ ଘରକୁ ବିଜେ କରିଥିଲେ ।
ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା । ରୁକୁଣାରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ ।
ଆଜିଠୁ ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଚୈତ୍ର ପର୍ବ ଅଥବା ଛଉ ନୃତ୍ୟ ପ୍ରତିଯୋଗିତା । ଏଥିଲାଗି ଏବେ ଜିଲ୍ଲାର ସମସ୍ତ ଛଉ ଆଖଡ଼ା ଚଳଚଞ୍ଚଳ । ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରତିଯୋଗୀମାନେ ଅଭ୍ୟାସ ଜାରି ରଖିଥିବା ବେଳେ ଦିନରାତି ଏକ କରି ଦେଇଛନ୍ତି । ଆଜିଠୁ ତିନି ଦିନ ଧରି ଚାଲିବ ପ୍ରତିଯୋଗିତା...
ରୁକୁଣା ରଥ ଯାତ୍ରା ପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ଗତକାଲି ବାବା ଲିଙ୍ଗରାଜଙ୍କ ରୁକୁଣା ରଥ ତିନିମୁଣ୍ଡିଆ ଛକରେ ଅଟକି ଥିବା ବେଳେ, ଆଜି ପୁଣି ରଥଟଣା ଯିବ ।
ରାମ ନବମୀ ଅବସରରେ ପ୍ରଭୁ ଶ୍ରୀ ରାମଙ୍କୁ ସମଗ୍ର ଦେଶରେ ବିଭିନ୍ନ ରାମ ମନ୍ଦିରରେ ପୂଜା କରାଯାଏ ଓ ରାମ ଜନମୋତ୍ସବ ପାଳନ କରାଯାଏ। ଏହି ଅବସରରେ ଆପଣ ବି ନିଜ ଜୀବନକୁ କିଛି ସହଜ ଉପାରରେ ଖୁସିରେ ଭରିପାରିବେ। ତେବେ ଆସନ୍ତୁ ଜାଣିବା ରାମ ନବମୀରେ ଆପଣ କ’ଣ କରିବେ।
ଆଜି ପବିତ୍ର ରାମନବମୀ । ସାରା ଦେଶର ପୁରପଲ୍ଲୀରେ ଭଗବାନ ରାମଙ୍କ ଜନ୍ମୋତ୍ସବ ବା ରାମନବମୀକୁ ଧୁମଧାମ୍ରେ ପାଳନ କରାଯାଉଛି ।
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅପରାହ୍ଣ ୩ଟା ୩୦ରେ ରଥ ରଥ ଟଣା ହେବ । ଯାତ୍ରାପୂଜା ପାଇଁ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ନୀତି ନିର୍ଘଣ୍ଟ ହୋଇଛି ।
ଚୈତ୍ର୍ୟ ମାସରେ ଆରମ୍ଭ ହେଉଥିବା ଏହି ଯାତ୍ରା କେଉଁଠି ୨୧ ଦିନ ତ କେଉଁଠି ୧୩ ଦିନ ଯାଏଁ ପାଳନ ହୋଇ ମହାବିଷୁବ ସଂକ୍ରାନ୍ତିରେ ଶେଷ ହେବ ।
ଏପ୍ରିଲ ୯ ତାରିଖ ଅପରାହ୍ନ ସାଢେ ୩ଟାରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ । ପାଞ୍ଚ ଦିନର ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି ।
କାଲିଠାରୁ ଆରମ୍ଭ ହୋଇଛି ରମଜାନ ମାସ। ଇସଲାମରେ ରମଜାନ ମାସ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ମାସ। ଏହି ପୂରା ମାସଟି ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଉପବାସ କରାଯାଏ। ହିଜ୍ରି କ୍ୟାଲେଣ୍ଡର ଅନୁଯାୟୀ ନବମ ମାସ ହେଉଛି ରମଜାନ। ଇସଲାମିକ ସମ୍ପ୍ରାଦାୟର ବିଶ୍ଵାସ ଅନୁଯାୟୀ, ଏହି ମାସରେ ଉପବାସ କରୁଥିବା ଲୋକମାନେ ଆଶୀର୍ବାଦ ପ୍ରାପ୍ତି ହୁଅନ୍ତି।
ଆଜିଠାରୁ ଆରମ୍ଭ ହେଉଛି ରମଜାନ ମାସ। ଇସଲାମରେ ରମଜାନ ମାସ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ମାସ। ଏହି ପୂରା ମାସଟି ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଉପବାସ କରାଯାଏ। ହିଜ୍ରି କ୍ୟାଲେଣ୍ଡର ଅନୁଯାୟୀ ନବମ ମାସ ହେଉଛି ରମଜାନ। ଇସଲାମିକ ସମ୍ପ୍ରାଦାୟର ବିଶ୍ଵାସ ଅନୁଯାୟୀ, ଏହି ମାସରେ ଉପବାସ କରୁଥିବା ଲୋକମାନେ ଆଶୀର୍ବାଦ ପ୍ରାପ୍ତି ହୁଅନ୍ତି।
୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ସହ ଓଡ଼ିଶା ପୋଲିସର ପ୍ରତିଷ୍ଠା ହୋଇଥିଲା । ବିହାର ରାଜ୍ୟ ପୋଲିସରୁ ଅଲଗା ହୋଇ ଓଡିଶା ରାଜ୍ୟ ପୋଲିସ ଗଠନ ହୋଇଥିଲା । ଭୁବନେଶ୍ୱର ସପ୍ତମ ବାଟାଲିୟନ ପଡିଆରେ ମଧ୍ୟ କମିଶନରେଟ୍ ପୋଲିସ୍ ୮୭ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଛି ।
ଆଜି ଉତ୍କଳ ଦିବସ। ସାରା ରାଜ୍ୟ ପାଳୁଛି ଦେଶର ପ୍ରଥମ ଭାଷା ଭିତ୍ତିକ
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଉତ୍କଳ ଦିବସ ପାଳନ ହେଉଛି । ଓଡ଼ିଶା ଗଠନର ବରପୁତ୍ରଙ୍କୁ ସମସ୍ତେ ମନେ ପକାଉଛନ୍ତି । ବ୍ରିଟିଶ ଓ ପଡ଼ୋଶୀ ରାଜ୍ୟ ସମ୍ମୁଖରେ ବଳିଷ୍ଠ ପ୍ରମାଣ ଦେଇ ଗଠନ ହୋଇଥିଲା ଓଡ଼ିଶା ପ୍ରଦେଶ ।
କଟକ ଜିଲ୍ଲା ନିଆଳୀ ବ୍ଲକର କସର୍ଦାରେ ନିଆରା ଢ଼ଙ୍ଗରେ ପାଳିତ ହେଉଛି ଦୋଳ ମେଳନ । ପ୍ରାୟ ୧୨୬ ବର୍ଷ ହେବ ଏଠାରେ ଦିପୋଟି ମେଳନ ପାଳନ ହୋଇ ଆସୁଛି ।
ଆଜି ପବିତ୍ର ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା ପ୍ରଥମ ପାଳି ଯାତ୍ରାରେ ମାଆଙ୍କ ପ୍ରସିଦ୍ଧ ନେତ୍ର ଉତ୍ସବ ଅନୁଷ୍ଠିତ ହେବା ସହ ମାଆଙ୍କ ନିକଟରେ ସାରଳା ପୀଠରୁ ଆସିଥିବା ଘଣ୍ଟ ପାଟୁଆଙ୍କ ନୃତ୍ୟ ଅନୁଷ୍ଠିତ ହୋଇଛି । ପୁରପଲ୍ଲୀରେ ମାନସିକଧାରୀ ମହିଳା ମାନେ ବ୍ରତ ରଖି ମାଆ ମଙ୍ଗଳାଙ୍କ ଉଦେଶ୍ୟରେ ପ୍ରଥମ ପାଳି ପନ୍ଥେଇ ଓଷା ଆରମ୍ଭ କରିଛନ୍ତି ।