ଜମିଲା ଜିରୋନାଇଟ୍... ଝୁମିଲା ଜିରୋ ନାଇଟ୍... ଘଣ୍ଟାରେ ରାତି ୧୨ ବାଜିବା ମାତ୍ରେ, ଧୁମ୍ ମଚାଇଲା ଜିରୋ ନାଇଟ୍। ଆକାଶରେ ଆତସବାଜୀ... ରଙ୍ଗାରଙ୍ଗ ଲେଜର ଲାଇଟ୍, ନାଚ ଗୀତ... ସାଙ୍ଗକୁ ବାଜା, ବାଣ ଆଉ କେକ୍।
ବଲାଙ୍ଗିର ଜିଲ୍ଳା ଦେଓଗାଁ ବ୍ଳକର ଖଇରଗୁରା ଗାଁ । ଆଦିମ କାଳରୁ ଏଇଠି ପାଳିତ ହୋଇ ଆସୁଥିଲା ସୁଲିଆ ଯାତ୍ରା । କିନ୍ତୁ ସାଧାରଣ ବିବାଦ ଯୋଗୁଁ, ୧୯୭୦ ମସିହାରେ, ନିକଟ କୁମୁରିଆ ଗାଁରେ ଆଉ ଗୋଟେ ଖଳା ସୃଷ୍ଟି କରି ଆଦିବାସୀ ପରମ୍ପରା ଅନୁଯାୟୀ, ଆୟୋଜିତ ହୋଇ ଆସୁଛି ସୁଲିଆ ଯାତ୍ରା । ତେଣୁ ୧୯୭୦ ମସିହାରୁ ଉଭୟ ଖଇରଗୁରାର ବଡଖଳା ଓ କୁମୁରିଆର ସାନଖଳାରେ ବଳି ଆୟୋଜିତ ହୁଏ । କିନ୍ତୁ ମୂଳପୀଠସ୍ଥଳୀ ଖଇରଗୁରାରେ ଆୟୋଜିତ ହେଉଥିଲା ସୁଲିଆ ମହୋତ୍ସବ । କିନ୍ତୁ ଏଥର ପ୍ରଥମ କରି କୁମୁରିଆରେ ଆୟୋଜିତ ହେବ ମହୋତ୍ସବ ।
ଭାରତ ସ୍ୱାଧିନତାର ସ୍ମୃତିବହନ କରୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ୧୯୪୭ ମସିହାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ଷ ପରେ ବର୍ଷ ପ୍ରସିଦ୍ଧି ଲାଭ କରିଚାଲିଥିବା ବେଳେ ଚଳିତ ବର୍ଷ ଏହା ୭୭ ବର୍ଷରେ ପଦାର୍ପଣ କରିଛି । ଏହାକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟ ନେଇ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଧନୁଯାତ୍ରାକୁ ନେଇ ଆୟୋଜିତ ହୋଇଛି ରଙ୍ଗୋଲି କାର୍ଯ୍ୟକ୍ରମ । ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ସମ୍ମୁଖ ରାସ୍ତାର ୫୦୦ ମିଟର ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ, କାଳିୟ ଦଳନ, ନାବକେଳି, ବସ୍ତ୍ରହରଣ , କଂସ, ପୁତନା ବଧ ଓ କଂସଙ୍କ ନଗରଭ୍ରମଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଦୃଶ୍ୟକୁ ଜୀବନ୍ତ ରୂପ ଦେଇଛନ୍ତି କଳାକାର।
ନୂଆବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ । ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ବଡ଼ ଠାକୁରଙ୍କୁ ସହଳ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ବାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଚାଲିଛି ।
ଆମ ମଧ୍ୟରୁ ଅଧିକାଂଶ ଲୋକେ ଭାବନ୍ତି ଯେ ଆମେ କାହିଁକି ଡିସେମ୍ବର ୩୧ରେ ଆନୁଷ୍ଠାନିକ ଭାବରେ ଗୋଟିଏ ବର୍ଷକୁ ବିଦାୟ ଦେବା ଏବଂ ନୂତନ ବର୍ଷକୁ ସ୍ୱାଗତ କରିବା। ଆସନ୍ତୁ ସେ ବିଷୟରେ ଜାଣିବା।
ଆଜି ବକ୍ସିଂ ଡେ’। ଏମିତି ନାଁ କାରଣରୁ ଆପଣ ନିଶ୍ଚିତ ଭାବୁଥିବେ ‘ବକ୍ସିଂ ଡେ’ ସହିତ ବକ୍ସିଂ କ୍ରୀଡାର ସମ୍ପର୍କ ଅଛି। କିନ୍ତୁ ଏପରି ଆଦୌ ନୁହେଁ। ଯଦିଓ ଏହି ଦିନର ଉତ୍ପତ୍ତି ସ୍ପଷ୍ଟ ଭାବେ ଜଣା ପଡିନାହିଁ।
‘ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ ଫିନାଲେ-୫’ ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର, ଉପଢୌକନ, ମେମେଣ୍ଟୋ ସହ ମୟୂରପୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର।
ଅଟଳ ବିହାରୀ ବାଜପେୟୀଙ୍କୁ ନେଇ ରହିଛି ଅନେକ ଅଜଣା କଥା। ସେଥିମଧ୍ୟରୁ ଗୋଟିଏ ହେଉଛି, ଉଭୟ ବାପା-ପୁଅ ସମାନ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ଏବଂ ହଷ୍ଟେଲରେ ସମାନ କୋଠରୀରେ ରହୁଥିଲେ। ଆସନ୍ତୁ ତାଙ୍କ ବିଷୟରେ ଏମିତି ଆଉ କିଛି ରୋଚକ କଥା ଜାଣିନେବା।
କିଛି ଲୋକଙ୍କ ମନରେ ଏପରି ପ୍ରଶ୍ନ ଆସେ ଯେ ସାନ୍ତା କ୍ଲଜ୍ର ପୋଷାକ ସବୁବେଳେ ନାଲି ଏବଂ ଧଳା କାହିଁକି? ତେବେ ଆସନ୍ତୁ, ଆଜି ଆମେ ଆପଣଙ୍କୁ କହିବୁ ସାନ୍ତା କାହିଁକି ଲାଲ୍ ଏବଂ ଧଳା ରଙ୍ଗର ପୋଷାକ ପିନ୍ଧୁଥିଲେ, ଏହା ପଛରେ କାହାଣୀ କ’ଣ…
ପ୍ରତିବର୍ଷ ଖ୍ରୀଷ୍ଟମାସ ପର୍ବ ୨୫ ଡିସେମ୍ବରରେ ପାଳନ କରାଯାଏ, ଯାହା ଖ୍ରୀଷ୍ଟିଆନ ଧର୍ମର ସବୁଠାରୁ ବଡ ପର୍ବ। ଏହାକୁ ଖୁବ ଧୂମଧାମର ସହିତ ପାଳନ କରାଯାଏ। ଖ୍ରୀଷ୍ଟମାସର ବିଶେଷତ୍ୱ ହେଉଛି ଏହି ପର୍ବ କେବଳ ଖ୍ରୀଷ୍ଟିଆନମାନେ ନୁହେଁ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ପାଳନ କରନ୍ତି।
କେବଳ ଶ୍ରଦ୍ଧାଳୁ ନୁହନ୍ତି ଆଖଡ଼ାରେ ସାଧୁସନ୍ଥଙ୍କୁ ମଧ୍ୟ ଆରାମଦାୟକ ପରିବେଶରେ ରଖାଯିବାର ବ୍ୟବସ୍ଥା ହୋଇଛି । ଏପରିକି ପାଖ ଟେଣ୍ଟ ସିଟିରେ ମଧ୍ୟ ସବୁ ପ୍ରକାରର ସୁବିଧା କରାଯାଇଛି । ମୋଟରେ ୧୧୦ଟି ବ୍ଲୋୟର୍ ମିଷ୍ଟ ମେସିନ ଓ ୧୦୭ଟି ମିନି ଫଗିଂ ମେସିନ୍ ମେଳା ସମୟରେ ବ୍ୟବହାର କରାଯିବ ।
ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ଏହି ଅବସରରେ ଡିଜିଟାଲ ବଜାର ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ନେଇ ସରକାରୀ ସ୍ତରରେ ନିଆଯାଇଛି ଏହିସବୁ ପଦକ୍ଷେପ।
ଚାଷୀଙ୍କୁ ସମ୍ମାନ ଦେବା ନେଇ ପ୍ରତିବର୍ଷ ୨୩ ଡିସେମ୍ବରରେ ‘ଜାତୀୟ କୃଷକ ଦିସବ’ ପାଳନ କରାଯାଏ। ଏହି ଦିନଟି ବିଶେଷ ଭାବରେ ଭାରତର କୃଷକମାନଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନେ ଦେଶର ଅର୍ଥନୀତି ଏବଂ ଖାଦ୍ୟ ନିରାପତ୍ତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।
ଆଜି ପଠାଣି ସାମନ୍ତଙ୍କ ଜନ୍ମଦିନ। ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ।
ଆଜି ‘ଜାତୀୟ ଗଣିତ ଦିବସ’। ଏହି ଦିନ ରାମାନୁଜନଙ୍କ ମହାନ ଅବଦାନକୁ ଲୋକଲୋଚନକୁ ଅଣାଯିବା ସହ ଦିବସଟିକୁ ଉତ୍ସାହର ସହ ପାଳନ କରାଯାଏ।
ବିଚିତ୍ର ଆମ ଓଡ଼ିଆ ଧାର୍ମିକ ପରମ୍ପରା। ସାଧାରଣ ମଣିଷ ପରି ଓଡ଼ିଆଙ୍କ ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳଣୀ। ୧୧ ମାସ ଧରି ସେ ପତ୍ନୀ ଲକ୍ଷ୍ମୀଙ୍କ ହାତରନ୍ଧା ଖାଆନ୍ତି। କିନ୍ତୁ ଗୋଟିଏ ମାସ ଖାଆନ୍ତି ମାଆଙ୍କ ହାତରନ୍ଧା। ଶ୍ରୀମନ୍ଦିରରେ ଏହାକୁ କୁହାଯାଏ ପହିଲି ଭୋଗ। ଏହି ଭୋଗରେ କଣ ସବୁ ମାଆ ତା ପୁଅ ପାଇଁ ରାନ୍ଧେ ଜାଣନ୍ତୁ।
ମୋଦି କହିଛନ୍ତି ଏଥରର ମେଳା ହେବ ଦିବ୍ୟ-ଭବ୍ୟ ଓ ଡିଜିଟାଲ୍, ଏଠି ଚାଲିବ ଏକତାର ମହାଯଜ୍ଞ । ସାରା ବିଶ୍ୱର ନଜର ରହିଥିବାରୁ ଶ୍ରଦ୍ଧାଳୁଙ୍କୁ ସବୁ ସୁବିଧା ପହଞ୍ଚାଇବା ଆମ ଦାୟିତ୍ୱ ।
ସଫେଇ କର୍ମଚାରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସେମାନେ ଦିନରାତି ଏକ କରି କାମ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ୍ କରିବା ସହ କହିଛନ୍ତି, ପୂର୍ବ ସରକାର ଏହାର ମହାତ୍ମ୍ୟକୁ ଗୁରୁତ୍ବ ଦେଉ ନଥିଲେ । କିନ୍ତୁ ଆମ ସରକାର ଏହା ଉପରେ ଗୁରୁତ୍ବ ଦେଉଛନ୍ତି।
କଥା ରହିଛି ବାତ୍ସଲ୍ୟ ମମତାରେ ପଡି ଶ୍ରୀକୃଷ୍ଣ ଦୁର୍ବଳ ହୋଇଥିବାର ଅନୁଭବ କରିଥିଲେ ମା ଯଶୋଦା ।ନଖାଇ ନପିଇ ପୁଅର ଏମିତି ହୋଇଥିବା ଅନୁମାନ କରିଥିଲେ ମା ।ଖାସ ସେଇଥିପାଇଁ ନିଜ ହାତରେ ନାନାଦି ସୁସ୍ୱାଦୁ ତଥା ପୁଷ୍ଟିକର ଖାଦ୍ୟ ରାନ୍ଧି କୋଳରେ ବସାଇ ଶ୍ରୀକୃଷ୍ଣଙ୍କୁ ଭୁଞ୍ଜାଇ ଦେଇଥିଲେ ଯଶୋମତି ।ଏବଂ ସେହି ବାତ୍ସଲ୍ୟ ମମତାର ସ୍ମୃତି ହେଉଛି ଏହି ବ୍ୟଞ୍ଜନ ଦ୍ଵାଦଶୀ।ଯଦିଓ ଅନ୍ୟ ଏକ କଥା ରହିଛି ଯେ ଗୋଚରଣ ବେଳେ ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିଥିଲା ଯାହାକୁ ଦିବ୍ୟ ଚକ୍ଷୁ ରେ ଦେଖି ପାରିଥିଲେ ରାଧାରାଣୀ ।
ବ୍ୟଞ୍ଜନ ଦ୍ୱାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରାଦ୍ଧାଳୁମାନଙ୍କର ଏକ ପ୍ରମୁଖ ପର୍ବ। ଏହି ଦିନ ମା' ଯଶୋଦା ଶ୍ରୀକୃଷ୍ଣଙ୍କୁ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର କିମ୍ବଦନ୍ତୀ ରହିଛି। କୃଷ୍ଣ ଲୀଳାର ଏହି ପର୍ଯ୍ୟାୟକୁ ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ପାଳନ କରିଥାନ୍ତି।
ମାର୍ଗଶିର ମାସର ଶୁକ୍ଳ ପକ୍ଷର ଏକାଦଶୀ ତିଥି ମୋକ୍ଷଦା ଏକାଦଶୀ ଭାବରେ ଜଣାଶୁଣା। ଏଥର ଏହି ଏକାଦଶୀ ୧୧ ଡିସେମ୍ବରରେ ପଡୁଛି। ଏହି ଦିନ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଗୀତା ଉପଦେଶ ଦେଇଥିଲେ। ସେହିଦିନ ଆଜି ଥିବାରୁ ପ୍ରତ୍ୟେକ ହିନ୍ଦୁ ‘ଗୀତା ଜୟନ୍ତୀ’ ପାଳନ କରନ୍ତି।
୧୦ ଡିସେମ୍ବରରେ ମାନବାଧିକାର ଦିବସ ପାଳନ ହୋଇଥାଏ। ପ୍ରତିବର୍ଷ ଏହି ଦିବସ ଏକ ନିର୍ଦ୍ଦିଷ୍ଟ ଥିମ୍କୁ ନେଇ ପାଳିତ ହୁଏ। ଚଳିତ ବର୍ଷର ଥିମ ହେଉଛି “ଆମ ଅଧିକାର, ଆମ ଭବିଷ୍ୟତ”।
ଦିନକୁ ଦିନ ବୃଦ୍ଧି ପାଉଥିବା ଦୁର୍ନୀତି ସାରା ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏହାକୁ ରୋକିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଉଛି। ତେବେ ଆସନ୍ତୁ ଏହାକୁ ରୋକିବା ନେଇ କେତେକେ ପଦକ୍ଷେପ ବିଷୟରେ ଜାଣିନେବା।
ଆମ୍ବେଦକର ସ୍କୁଲ୍ରେ ପଢିବା ବେଳେ ତାଙ୍କୁ ଅସ୍ପୃଶ୍ୟ ଜାତି ବୋଲି କହି ବିଦ୍ୟାଳୟର ଏକ କୋଣରେ ବସିବାକୁ ଦିଆଯାଉଥିଲା। ଏପରିକି ଶିକ୍ଷକମାନେ ତାଙ୍କର କପି ମଧ୍ୟ ଛୁଁ ନ ଥିଲେ। ଏଭଳି ପରିସ୍ଥିତିରେ ଆମ୍ବେଦକର ପିଲାଦିନରୁ ଉଚ୍ଚ-ନିଚ୍ଚ ଏବଂ ଛୁଆଁ-ଅଛୁଆଁ ମଧ୍ୟରେ ଭେଦଭାବ ଦେଖିଥିଲେ। କିନ୍ତୁ ଏହା ସତ୍ତ୍ୱେ ସେ ଅଧ୍ୟୟନ ଜାରି ରଖିଥିଲେ।
ପ୍ରତି ଓଡିଆ ମହିଳା ମାର୍ଗଶୀର ମାସ ଗୁରୁବାରରେ ଦେବୀ ଲକ୍ଷ୍ମୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜା କରିବାର ବିଧି ରହିଛି। ବିଶ୍ୱାସ କରାଯାଏ ଯେ ମା’ ଲକ୍ଷ୍ମୀ ମାଣବସା ଗୁରୁବାର ସମୟରେ ସେହିମାନଙ୍କ ଘରକୁ ଯାଆନ୍ତି, ଯେଉଁ ମହିଳାମାନେ ମା’ଙ୍କୁ ଭକ୍ତି ସହିତ ପୂଜା କରନ୍ତି।