ପ୍ରତିବର୍ଷ ୨୨ ଡିସେମ୍ବରରେ ମହାନ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମ ବାର୍ଷିକୀକୁ ‘ଜାତୀୟ ଗଣିତ ଦିବସ’ ଭାବେ ପାଳନ କରାଯାଏ। ଏହି ଦିନ ତାଙ୍କ ମହାନ ଅବଦାନକୁ ଲୋକଲୋଚନକୁ ଅଣାଯିବା ସହ ଦିବସଟିକୁ ଉତ୍ସାହର ସହ ପାଳନ କରାଯାଏ।
ଏହି ଦିନ, ପ୍ରତିଭାଶାଳୀ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ୧୮୮୭ ମସିହାରେ ତାମିଲନାଡୁର ଇରୋଡ୍ରେ ଥିବା ଏକ ତାମିଲ ବ୍ରାହ୍ମଣ ଅୟଙ୍ଗର୍ ପରିବାରରେ ଜନ୍ମଗ୍ରହଣ କରିଥିଲେ।
Also Read
ପ୍ରାଚୀନ କାଳରୁ ଗଣିତ କ୍ଷେତ୍ରରେ ବିଭିନ୍ନ ବିଦ୍ୱାନମାନେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି, ଯେଉଁଥିରେ ଆର୍ଯ୍ୟଭଟ୍ଟ, ବ୍ରହ୍ମଗୁପ୍ତ, ମହାବୀର, ଭାସ୍କର ଦ୍ୱିତୀୟ, ଶ୍ରୀନିବାସ ରାମାନୁଜନ ଇତ୍ୟାଦିଙ୍କ ନାଁ ରହିଛି। ଶ୍ରୀନିବାସ ରାମାନୁଜନ ଖୁବ କମ ବୟସରେ ତାଙ୍କର ପ୍ରତିଭାର ଲକ୍ଷଣ ଦେଖାଇଥିଲେ ଏବଂ ଭଗ୍ନାଂଶ, ଅସୀମ ସିରିଜ୍, ସଂଖ୍ୟା ତତ୍ତ୍ୱ, ଗାଣିତିକ ବିଶ୍ଳେଷଣ ଇତ୍ୟାଦିରେ ତାଙ୍କର ଅବଦାନ ଗଣିତରେ ଏକ ଉଦାହରଣ ସୃଷ୍ଟି କରିଥିଲା।
ଇତିହାସ:
୨୦୨୧ରେ, ଚେନ୍ନାଇରେ ମହାନ ଗଣିତଜ୍ଞ ଶ୍ରୀନିବାସ ଆୟଙ୍ଗର୍ ରାମାନୁଜନଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଶ୍ରୀନିବାସ ରାମାନୁଜନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ, ଶ୍ରୀନିବାସ ରାମାନୁଜନଙ୍କୁ ସମ୍ମାନିତ କରିବା ଏବଂ ତାଙ୍କ ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୨ ଡିସେମ୍ବରକୁ ‘ଜାତୀୟ ଗଣିତ ଦିବସ’ ଭାବରେ ଘୋଷଣା କରାଯାଇଥିଲା।
ତାଲିମ ନ ନେଇ ଦକ୍ଷତା:
ଶ୍ରୀନିବାସ ରାମାନୁଜନ, ଜଣେ ଆଦର୍ଶ ଭାରତୀୟ ଗଣିତଜ୍ଞ। ଶୁଦ୍ଧ ଗଣିତରେ କୌଣସି ଆନୁଷ୍ଠାନିକ ତାଲିମ ନ ଥିଲେ ମଧ୍ୟ ସେ ଏ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ସେ ଗାଣିତିକ ବିଶ୍ଳେଷଣ, ସଂଖ୍ୟା ସିଦ୍ଧାନ୍ତ, ଅସୀମ ସିରିଜ୍ ଏବଂ ନିରନ୍ତର ଭଗ୍ନାଂଶଗୁଡିକ ସହିତ ସବୁଠାରୁ କଠିନ ଗାଣିତିକ ସମସ୍ୟାର ସମାଧାନ ପ୍ରଦାନ କରିଥିଲେ।
ମହତ୍ତ୍ୱ:
ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନବିକତାର ବିକାଶ ପାଇଁ ଗଣିତର ମହତ୍ତ୍ୱ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା। ଆମେ ଅବହେଳା କରିପାରିବୁ ନାହିଁ ଯେ ଦେଶର ଯୁବ ପିଢିଙ୍କ ମଧ୍ୟରେ ଗଣିତ ଶିଖିବା ପାଇଁ ପ୍ରେରଣା ଏବଂ ସକରାତ୍ମକ ମନୋଭାବ ବଢାଇବା ପାଇଁ ଅନେକ ପଦକ୍ଷେପ ନିଆଯାଏ।
ଏହି ଦିନ ଗଣିତ ଶିକ୍ଷକ ଏବଂ ଛାତ୍ରମାନଙ୍କୁ ଶିବିର ମାଧ୍ୟମରେ ତାଲିମ ଦିଆଯାଏ ଏବଂ ଗଣିତ ତଥା ଆନୁଷଙ୍ଗିକ କ୍ଷେତ୍ରରେ ଅନୁସନ୍ଧାନ ପାଇଁ ଶିକ୍ଷାଦାନ-ଶିକ୍ଷଣ ସାମଗ୍ରୀ(TLM)ର ବିକାଶ, ଉତ୍ପାଦନ ଏବଂ ପ୍ରସାର ଉପରେ ଆଲୋକପାତ କରାଯାଏ।
ଆର୍ଥିକ ସଙ୍କଟର ସମ୍ମୁଖୀନ:
ଶ୍ରୀନିବାସ ରାମାନୁଜନଙ୍କୁ ମଧ୍ୟ ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତି କରିବାକୁ ପଡିଥିଲା। ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ପରେ ତାଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିଥିଲା। ଚାକିରି ଖୋଜୁଥିବାବେଳେ ସେ ଡେପୁଟି କଲେକ୍ଟର ଶ୍ରୀ ଭି ରାମସ୍ୱାମୀ ଆୟରଙ୍କୁ ଭେଟିଥିଲେ। ସେ ଗଣିତର ଜଣେ ମହାନ ପଣ୍ଡିତ ଥିଲେ ଏବଂ ସେ ରାମାନୁଜନଙ୍କ ପ୍ରତିଭାକୁ ବହୁତ ଭଲ ଭାବରେ ଚିହ୍ନିଥିଲେ। ସେ ରାମାନୁଜନଙ୍କ ପାଇଁ ମାସିକ ୨୫ ଟଙ୍କାର ଛାତ୍ରବୃତ୍ତି ବ୍ୟବସ୍ଥା କରିଦେଇଥିଲେ।
ପ୍ରଥମ ରିସର୍ଚ୍ଚ ପେପର୍:
ଏହା ପରେ, ୧୯୧୧ ମସିହାରେ, ରାମାନୁଜନଙ୍କ ପ୍ରଥମ ରିସର୍ଚ୍ଚ ପେପର୍ "ବର୍ନୌଲି ସଂଖ୍ୟର କିଛି ଗୁଣ" ଭାରତୀୟ ଗଣିତ ସୋସାଇଟିର ରିସର୍ଚ୍ଚ ପେପର ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା। ଏହି ସମୟରେ, ରାମାନୁଜନ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଜିଏଚ୍ ହାର୍ଡିଙ୍କୁ ଚିଠି ମାଧ୍ୟମରେ କିଛି ସୂତ୍ର ପଠାଇଥିଲେ।
ଭାରତକୁ ପ୍ରତ୍ୟାବର୍ତ୍ତନ:
ଯକ୍ଷ୍ମା ରୋଗ ହେତୁ ରାମାନୁଜନଙ୍କୁ ୧୯୧୯ ମସିହାରେ ଭାରତ ଫେରିବାକୁ ପଡିଲା। ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାକୁ ଲାଗିଲା। କିନ୍ତୁ ଏହି ସମୟ ମଧ୍ୟରେ, ରାମାନୁଜନ ମଧ୍ୟ ମକ୍ ଥିଟା ଫଙ୍କସନ୍ ଉପରେ ଏକ ଉଚ୍ଚ ସ୍ତରୀୟ ରିସର୍ଚ୍ଚ ପେପର୍ ଲେଖିଥିଲେ। ଏହା ଗଣିତରେ ଏବଂ ଚିକିତ୍ସା ବିଜ୍ଞାନରେ କର୍କଟ ରୋଗକୁ ବୁଝିବା ପାଇଁ ମଧ୍ୟ ବ୍ୟବହୃତ ହୁଏ, ଯାହା ଏକ ଆଶ୍ଚର୍ଯ୍ୟଜନକ କଥା।