ଆମ ସମାଜ ତଥା ଅର୍ଥନୀତି ପାଇଁ କୃଷକଙ୍କ ଅବଦାନ ଅତୁଳନୀୟ। ସେମାନଙ୍କର ସଂଘର୍ଷ, ଧୈର୍ଯ୍ୟ ଏବଂ ପରିଶ୍ରମ ହିଁ ଦେଶବାସୀଙ୍କ ମୁହଁରେ ଆହାର ଦିଏ। କୋଟି କୋଟି ଜନତାଙ୍କ ପେଟର ଚିନ୍ତା ହିଁ ଚାଷୀ ଭାଇଟିଏ କରିଥାଏ। ଚାଷୀ ହେଉଛି ଦେଶର ମେରୁଦଣ୍ଡ ଆଉ ଚାଷୀଙ୍କ ଯୋଗୁଁ ହିଁ ସାରା ଦେଶର ଭୋକ ମେଣ୍ଟିଥାଏ।
ସେଥିପାଇଁ ସେମାନଙ୍କୁ ସମ୍ମାନ ଦେବା ନେଇ ପ୍ରତିବର୍ଷ ୨୩ ଡିସେମ୍ବରରେ ‘ଜାତୀୟ କୃଷକ ଦିସବ’ ପାଳନ କରାଯାଏ। ଏହି ଦିନଟି ବିଶେଷ ଭାବରେ ଭାରତର କୃଷକମାନଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନେ ଦେଶର ଅର୍ଥନୀତି ଏବଂ ଖାଦ୍ୟ ନିରାପତ୍ତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।
Also Read
କୃଷକ ଦିବସ ଅବସରରେ ସାରା ଦେଶରେ କୃଷକ ସମ୍ମିଳନୀ, ସଚେତନତା କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି କୃଷକଙ୍କ ସମସ୍ୟାକୁ ସାମ୍ନାକୁ ଆଣିବା ଏବଂ ଏହାର ସମାଧାନ ପାଇଁ ଉଦ୍ୟମ କରିବା।
ଏଥି ସହିତ କୃଷି ଜାଗରଣ ମଧ୍ୟ ଦେଶର କୃଷକଙ୍କ ସଂଗ୍ରାମକୁ ସମ୍ମାନ ଦେବା ଏବଂ ସେମାନଙ୍କ କାହାଣୀକୁ ବିଶ୍ୱର ସାମ୍ନାକୁ ଆଣିବା ପାଇଁ MFOI ପରି ଅନେକ ବଡ ବଡ କାର୍ଯ୍ୟକ୍ରମ ଆୟୋଜନ ହୁଏ।
କାହିଁକି ପାଳନ କରାଯାଏ:
ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୂରୀ ଚରଣ ସିଂହଙ୍କ ଜନ୍ମ ବାର୍ଷିକୀକୁ ‘କୃଷକ ଦିବସ’ ଭାବେ ପାଳନ କରାଯାଏ। କୃଷକମାନଙ୍କ ହିତ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରି ସେମାନଙ୍କ ପରିବର୍ତ୍ତନ ପାଇଁ ଶ୍ରୀ ସିଂହ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଭାରତର କୃଷି କ୍ଷେତ୍ରକୁ ପରିବର୍ତ୍ତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜନତା ପାର୍ଟିର ପରାଜୟ ପରେ ଶ୍ରୀ ସିଂହ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଉତ୍ତରାଧିକାରୀ ହୋଇଥିଲେ ଏବଂ ୧୯୭୯ରୁ ୧୯୮୦ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ।
ସେ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ କୃଷକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରିଥିଲେ। କୃଷକଙ୍କ ସାମାଜିକ ସ୍ଥିତିକୁ ସୁଧାରିବା ପାଇଁ ଅନେକ କାମ ହାତକୁ ନେଇଥିଲେ। ଭାରତ ସରକାର ୨୦୦୧ରେ ଚୌଧୂରୀ ଚରଣ ସିଂହଙ୍କ ଜନ୍ମଦିନକୁ ‘କୃଷକ ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ।
ଚାଷୀଙ୍କ ଅବଦାନ:
- ଭାରତକୁ ଏକ କୃଷି ଦେଶ କୁହାଯାଏ ଏବଂ ଏଠାରେ ଗ୍ରାମୀଣ ଅର୍ଥନୀତିରେ କୃଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।
- କୃଷକମାନେ ଶସ୍ୟ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ଉତ୍ପାଦନ କରି ଦେଶକୁ ଆତ୍ମନିର୍ଭରଶୀଳ କରନ୍ତି।
- ସେମାନଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ଦେଶର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରେ।
- ଅନେକ ଆହ୍ୱାନର ସମ୍ମୁଖୀନ ହେଉଥିଲେ ମଧ୍ୟ ଦେଶର କୃଷକମାନେ ଦେଶର ସମୃଦ୍ଧି ପାଇଁ ସହଯୋଗ କରିଛନ୍ତି।
କୃଷକଙ୍କ ସମସ୍ୟା:
କୃଷକମାନେ ସେମାନଙ୍କର ଫସଲର ଭଲ ଅମଳ ପାଇବା ପାଇଁ ଦିନରାତି କଠିନ ପରିଶ୍ରମ କରନ୍ତି, କିନ୍ତୁ ଏହା ସତ୍ତ୍ୱେ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ।
- ଜଳବାୟୁ ପରିବର୍ତ୍ତନ - ଅନିୟମିତ ପାଣିପାଗ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଫସଲ ଉପରେ ପ୍ରଭାବ ପକାଇଥାଏ
- ମୃତ୍ତିକାର ଉର୍ବରତା ହ୍ରାସ - ଅତ୍ୟଧିକ ବ୍ୟବହାର ମାଟିର ଗୁଣ ଉପରେ ପ୍ରଭାବ ପକାଇଥାଏ
- ସମ୍ବଳର ଅଭାବ - ଆଧୁନିକ ଜ୍ଞାନକୌଶଳ ଏବଂ ଉଚ୍ଚମାନର ମଞ୍ଜି ଉପଲବ୍ଧ ନ ହେବା
- ମାର୍କେଟିଂ ସମସ୍ୟା - କୃଷକମାନେ ସେମାନଙ୍କ ଫସଲ ପାଇଁ ସଠିକ୍ ବଜାର ଏବଂ ଉଚିତ ମୂଲ୍ୟ ପାଇବାରେ ସକ୍ଷମ ନ ହେବା
ମହତ୍ତ୍ୱ:
‘କୃଷକ ଦିବସ’ ଆମକୁ କୃଷକମାନଙ୍କର ମହତ୍ତ୍ୱ ଏବଂ ସେମାନଙ୍କର ଅବଦାନକୁ ମନେ ପକାଇବାକୁ ଏକ ସୁଯୋଗ ଦେଇଥାଏ। ଏହି ଦିନ ଅନେକ ସରକାରୀ ଏବଂ ଅଣ-ସରକାରୀ ସଂଗଠନ ଦ୍ୱାରା ସଚେତନତା ଅଭିଯାନ ଚାଲେ।
- କୃଷକମାନଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଆଧୁନିକ କୃଷି ପଦ୍ଧତି ବିଷୟରେ ସୂଚନା ଦିଆଯାଏ
- ଜଳବାୟୁ ପରିବର୍ତ୍ତନ ଏବଂ ମୃତ୍ତିକାର ଉର୍ବରତା ବଜାୟ ରଖିବା ପାଇଁ ପଦକ୍ଷେପ ବିଷୟରେ ଆଲୋଚନା କରାଯାଏ
- କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ନୂତନ କାର୍ଯ୍ୟକ୍ରମ ଏବଂ ନୀତି ପ୍ରସ୍ତୁତ କରାଯାଏ
ଆତ୍ମନିର୍ଭରଶୀଳ ପାଇଁ ପଦକ୍ଷେପ:
- କୃଷକ ସମସ୍ୟାର ସମାଧାନ ପାଇଁ ସରକାର ଏବଂ ସମାଜକୁ ମିଳିତ ଭାବେ କାମ କରିବାକୁ ପଡ଼ିବ।
- ସେମାନଙ୍କୁ ନୂତନ କୃଷି କୌଶଳ ଏବଂ ଆଧୁନିକ ଉପକରଣ ବ୍ୟବହାର କରିବାକୁ ଉତ୍ସାହିତ କରିବାକୁ ପଡିବ
- ନିରାପଦ ଏବଂ ଉଚ୍ଚମାନର ମଞ୍ଜି ମିଳିବାର ବ୍ୟବସ୍ଥା କରିବାକୁ ପଡିବ
- କୃଷକମାନଙ୍କୁ ଉପଯୁକ୍ତ ବଜାର ଯୋଗାଇବା ଏବଂ ସେମାନଙ୍କର ଆୟ ବୃଦ୍ଧି ପାଇଁ ଉଦ୍ୟମ କରିବାକୁ ପଡ଼ିବ