ପ୍ରତ୍ୟେକ ବ୍ୟକ୍ତିର ଜୀବନ, ସ୍ୱାଧୀନତା, ସମାନତା ଏବଂ ସମ୍ମାନର ଅଧିକାର ମାନବାଧିକାର ଅଧୀନରେ ଆସେ, କିନ୍ତୁ ଅଧିକାଂଶ ଲୋକ ଏହି ଅଧିକାର ବିଷୟରେ ଭଲ ଭାବରେ ଜାଣନ୍ତି ନାହିଁ। ସେମାନଙ୍କୁ ଏହି ଅଧିକାର ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୧୦ ଡିସେମ୍ବରରେ ମାନବାଧିକାର ଦିବସ ପାଳନ ହୋଇଥାଏ।
ଦ୍ୱିତୀୟ ବିଶ୍ୱଯୁଦ୍ଧର ଅତ୍ୟାଚାର ପରେ ଏହାର ମହତ୍ତ୍ୱକୁ ବିଶ୍ୱ ବୁଝିଥିଲା। ଫଳରେ ମିଳିତ ଜାତିସଂଘର ସାଧାରଣ ସଭା ୧୯୪୮ ମସିହାରେ ମାନବାଧିକାରର ସାର୍ବଭୌମକୁ ଆପଣାଇଥିଲା।
Also Read
ମାନବାଧିକାର ଦିବସ ଆନୁଷ୍ଠାନିକ ଭାବରେ ୧୯୫୦ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ସାଧାରଣ ସଭା ୪୨୩ (V) ପ୍ରସ୍ତାବ ପାରିତ କରି ସମସ୍ତ ରାଜ୍ୟ ତଥା ଆଗ୍ରହୀ ସଂଗଠନକୁ ପ୍ରତିବର୍ଷ ୧୦ ଡିସେମ୍ବରକୁ ‘ମାନବାଧିକାର ଦିବସ’ ଭାବରେ ଗ୍ରହଣ କରିବାକୁ ଆମନ୍ତ୍ରଣ କରାଯାଇଥିଲା।
ବର୍ତ୍ତମାନରେ ମହତ୍ତ୍ୱ:
ଆଜି ବି ଦାରିଦ୍ର୍ୟ ବିଶ୍ୱର ସବୁଠାରୁ ବଡ ମାନବିକ ଅଧିକାର ଚ୍ୟାଲେଞ୍ଜ୍ ହୋଇ ରହିଛି। ଏହାକୁ ଏକ ମାନବିକ ଅଧିକାରର ଦାୟିତ୍ୱ ଭାବରେ ଦେଖିବା ଏବଂ ଏହାକୁ ଲୋପ କରିବା ଆବଶ୍ୟକ। ୨୦୦୬ ମସିହାରେ ଜାତିସଂଘର ମାନବାଧିକାର କମିଶନର ଲୁଇସ୍ ଆର୍ବର୍ କହିଥିଲେ: “ଦାରିଦ୍ର୍ୟ ଦୂରୀକରଣ ଏକ ହାସଲ ଯୋଗ୍ୟ ଲକ୍ଷ୍ୟ।”
୨୦୦୮ ରେ ସାର୍ବଭୌମିକ ଘୋଷଣାର ୬୦ ତମ ବାର୍ଷିକୀ ପାଳନ ଅବସରରେ ସାଧାରଣ ସମ୍ପାଦକ ଲୋକମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ସଚେତନ କରିବା ପାଇଁ ଏକ ବର୍ଷ ଧରି ଅଭିଯାନ ଆରମ୍ଭ କରିଥିଲେ।
ଚଳିତ ବର୍ଷର ଥିମ୍:
ପ୍ରତିବର୍ଷ ଏହି ଦିବସ ଏକ ନିର୍ଦ୍ଦିଷ୍ଟ ଥିମ୍କୁ ନେଇ ପାଳିତ ହୁଏ। ଚଳିତ ବର୍ଷର ଥିମ ହେଉଛି “ଆମ ଅଧିକାର, ଆମ ଭବିଷ୍ୟତ”।
ଭାରତରେ ମାନବାଧିକାର ଆଇନ:
୧୨ ଅକ୍ଟୋବର ୧୯୯୩ରେ ଭାରତ ସରକାର ଜାତୀୟ ମାନବ ଅଧିକାର ଆୟୋଗ ଗଠନ କରିଥିଲେ ଏବଂ ଏହି ଆଇନ ୨୮ ସେପ୍ଟେମ୍ବର ୧୯୯୩ ରୁ ଲାଗୁ ହୋଇଥିଲା। ନାଗରିକ ତଥା ରାଜନୈତିକ ଅଧିକାର ସହିତ ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତିକ ଅଧିକାର ମଧ୍ୟ ଆୟୋଗ ଅଧୀନରେ ଆସେ।
ପୃଷ୍ଠଭୂମି:
ମିଳିତ ଜାତିସଂଘ ଦ୍ୱାରା ୧୯୪୮ ମସିହାରେ ମାନବିକ ଅଧିକାରର ସାର୍ବଭୌମ ଘୋଷଣାକୁ ଗ୍ରହଣ କରାଯିବା ଦିନଠାରୁ ‘ମାନବାଧିକାର ଦିବସ’ ପାଳନ କରାଯାଉଛି। ପ୍ରଥମ ଥର ପାଇଁ ୪୮ଟି ଦେଶ ମିଳିତ ଜାତିସଂଘ ସାଧାରଣ ସଭା ସହିତ ଏହି ଦିନକୁ ପାଳନ କରିଥିଲେ। ୧୯୫୦ରେ ସାଧାରଣ ସଭା ଦ୍ୱାରା ୪୨୩ (v) ପ୍ରସ୍ତାବ ପାରିତ ହେବା ପରେ ସମସ୍ତ ଦେଶ ଏବଂ ସଂଗଠନ ଏହାକୁ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା। UNGA ଡିସେମ୍ବର ୧୯୯୩ ରେ ଏହାକୁ ପ୍ରତିବର୍ଷ ପାଳନ କରିବାକୁ ଘୋଷଣା କରିଥିଲା।
ମାନବାଧିକାରର ଉଲ୍ଲଂଘନ ହେଲେ କ’ଣ କରିବେ:
ନିୟମ ଅନୁଯାୟୀ, ଅନ୍ୟର ଅଧିକାର ଛଡ଼ାଇ ନେବା କାହାର ଅଧିକାର ନାହିଁ ଏବଂ ଏହି ନିୟମକୁ ଉଲ୍ଲଂଘନ କରିବା ମାନବିକ ଅଧିକାରର ଉଲ୍ଲଂଘନ ଅଟେ।
ମାନବାଧିକାରକୁ ନେଇ ସରକାର କିମ୍ବା ରାଜ୍ୟ ଅଧିକାରୀଙ୍କ ପାଖରେ ଦାବି କରାଯାଇ ପାରିବ। ମାନବିକ ଅଧିକାର ଆପଣଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଇଥାଏ। ଯଦି ଏଥିରେ ଆଞ୍ଚ ଆସେ ତେବେ ଆପଣ ରାଜ୍ୟ ସରକାର କିମ୍ବା ସେମାନଙ୍କ ପ୍ରତିନିଧୀଙ୍କ ପାଖରେ ଦାବି କରି ପାରିବେ।
୧୦ଟି ମାନବ ଅଧିକାର:
- ସ୍ୱାଧୀନତା ଏବଂ ସମାନତା ଅଧିକାର (ଧାରା ୧): ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱାଧୀନତା ଏବଂ ସମାନତାର ଅଧିକାର ଅଛି, ଏବଂ ସମସ୍ତଙ୍କୁ ଜନ୍ମରୁ ସମାନ ଅଧିକାର ମିଳେ।
- ଭେଦଭାବରୁ ମୁକ୍ତି (ଧାରା ୨): ଜାତି, ଧର୍ମ, ଲିଙ୍ଗ କିମ୍ବା ଜାତୀୟତା କାରଣରୁ କୌଣସି ବ୍ୟକ୍ତି ଭେଦଭାବର ଶିକାର ହେବା ଉଚିତ ନୁହେଁ।
- ଜୀବନ, ସ୍ୱାଧୀନତା ଏବଂ ନିରାପତ୍ତା ଅଧିକାର (ଧାରା ୩): ସମସ୍ତଙ୍କର ଜୀବନ, ସ୍ୱାଧୀନତା ଏବଂ ନିରାପତ୍ତା ଅଧିକାର ଅଛି, ଏବଂ କୌଣସି ବ୍ୟକ୍ତିଙ୍କୁ ବେଆଇନ ଭାବେ କାରାଗାରରେ ରଖାଯାଇପାରିବ ନାହିଁ।
- ଦାସତ୍ୱରୁ ମୁକ୍ତି (ଧାରା ୪): କୌଣସି ବ୍ୟକ୍ତି ଦାସତ୍ୱରେ ରହିପାରିବେ ନାହିଁ ଏବଂ ଦାସତ୍ୱ କିମ୍ବା ବାଣିଜ୍ୟ ଭାବେ କୌଣସି ଶୋଷଣ କାର୍ଯ୍ୟ ବେଆଇନ୍ ଅଟେ।
- ନିର୍ଯାତନା କିମ୍ବା ନିଷ୍ଠୁର ବ୍ୟବହାରରୁ ମୁକ୍ତ (ଧାରା ୫): କୌଣସି ବ୍ୟକ୍ତିଙ୍କୁ ନିର୍ଯାତନା କିମ୍ବା ନିଷ୍ଠୁର, ଅମାନୁଷିକ କିମ୍ବା ଅପମାନଜନକ ବ୍ୟବହାର କିମ୍ବା ଦଣ୍ଡର ଶିକାର କରାଯାଇ ପାରିବ ନାହିଁ।
- ଆଇନ ଆଗରେ ସ୍ୱୀକୃତି ଅଧିକାର (ଧାରା ୬): ପ୍ରତ୍ୟେକ ବ୍ୟକ୍ତି ଆଇନ ଆଗରେ ସମାନ ଏବଂ ଆଇନ ଆଗରେ ସମାନ ଅଧିକାର ପାଇବେ।
- ଆଇନ ଅନୁଯାୟୀ ସମାନ ସୁରକ୍ଷା (ଧାରା ୭): ପ୍ରତ୍ୟେକ ବ୍ୟକ୍ତି ଆଇନ ଅନୁଯାୟୀ ସମାନ ସୁରକ୍ଷା ପାଇବେ ଏବଂ ଆଇନରୁ କାହାକୁ ବାଦ ଦିଆଯିବ ନାହିଁ।
- ପ୍ରଭାବଶାଳୀ ଆଇନଗତ ପ୍ରତିକାର ଅଧିକାର (ଧାରା ୮): ଯଦି କାହାର ଅଧିକାର ଉଲ୍ଲଂଘନ ହୁଏ ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ପ୍ରଭାବଶାଳୀ ଆଇନଗତ ପ୍ରତିକାରର ଅଧିକାର ଅଛି।
- ଅବାଧରେ ଗିରଫ କିମ୍ବା ନଜରବନ୍ଦୀରୁ ମୁକ୍ତ (ଧାରା ୯): ବିନା କାରଣରେ କୌଣସି ବ୍ୟକ୍ତିଙ୍କୁ ଗିରଫ କିମ୍ବା ନଜରବନ୍ଦୀ କରାଯାଇପାରିବ ନାହିଁ।
- ଏକ ନିରପେକ୍ଷ ଏବଂ ସାର୍ବଜନୀନ ବିଚାର ଅଧିକାର (ଧାରା ୧୦): ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ନିରପେକ୍ଷ ଏବଂ ସର୍ବସାଧାରଣ ବିଚାର କରିବାର ଅଧିକାର ଅଛି, ଯାହାଦ୍ୱାରା ସେମାନେ ନ୍ୟାୟ ପାଇବେ।