/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735117882.jpg)
ଅବିକା କ୍ୟାଲେଣ୍ଡର ୨୦୨୫
ଓଡିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ 'ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୫ରେ ‘ଫେସ୍ ଅଫ୍ ଦ ଇୟର-୨୦୨୫’ ଭାବେ ମନୋନୀତ ହୋଇଛନ୍ତି ବାଲେଶ୍ବର ଝିଅ ଇପ୍ସିତା ନନ୍ଦ।
ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ ‘ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ ଫିନାଲେ-୫’ ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର, ଉପଢୌକନ, ମେମେଣ୍ଟୋ ସହ ମୟୂରପୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର, ନିର୍ଦ୍ଦେଶକ ଓ ପ୍ରଯୋଜକ ସ୍ଥିତ ପଟ୍ଟନାୟକ ଏବଂ ଲେଖକ ଓ ପ୍ରକାଶକ ସରୋଜ ବଳ ।
ଏଥି ସହିତ ସୋହାନି ସ୍ମୃତିକ୍ରିପା, ସାନଭି ପାଣି, ସାଇ ପ୍ରିୟାଂସ ଦାସ, ଦିବ୍ୟାଂଶି ଭୁକ୍ତା, ଦ୍ରିସାନା ସାମନ୍ତରା, ପ୍ରିୟମ୍ ପ୍ରିୟାଂସି ବେହେରା, ସାଇନି ସନୟା ବେହେରା, ସସ୍ମିତା ଜେନା, ଶ୍ରୀନିକା ପାଲ୍ ଆଦି ୯ ଜଣଙ୍କୁ ‘ଫେସ୍ ଅଫ୍ ଦ ମନ୍ଥ୍-୨୦୨୫’ ଭାବେ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଅତିଥିମାନେ ଓଡିଶା ହସ୍ତତନ୍ତର ଆଧୁନିକୀକରଣ ସପକ୍ଷରେ ମତ ରଖି ଅବିକାର ଏଇ ପ୍ରୟାସକୁ ପ୍ରଶଂସା କରିଥିଲେ ।
'ଅବିକା ୨୦୨୫ କ୍ୟାଲେଣ୍ଡର ଗ୍ରାଣ୍ଡ୍ ଫିନାଲେ-୫'କୁ କବି, ଗୀତିକାର, ସଂଳାପକାର ବିଜୟ ମଲ୍ଲ ସଂଚାଳନ କରିଥିବା ବେଳେ, ଧନ୍ୟବାଦ ଅର୍ପଣ କରିଥିଲେ 'ଅବିକା'ର ନିର୍ଦ୍ଦେଶକ ଅବିନାଶ ସାହୁ । ଉତ୍ସବ ପରିଚାଳନାରେ ସତ୍ୟଜିତ ମିଶ୍ର, ଆଶିଷ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)