• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ । ଆସନ୍ତାକାଲି ଠାରୁ ପ୍ରଥମେ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୨୩ରେ ସରିବ । ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ମେ ୭ ରେ ସରିବ । ମେ’ ୭ ରେ ଖାତା ଦେଖା ସରିବା ପରେ ଟ୍ୟାବୁଲେସନ ପ୍ରକ୍ରିୟା ଆରମ୍ଭ ହେବ । ମେ’ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବା ସମ୍ଭାବନା ଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । 

ଚଳିତ ଥର ୬୫ ଟି ଅଫଲାଇନ ସେଣ୍ଟର ଓ ୩୯ଟି ଅନଲାଇନ ସେଣ୍ଟରରେ ଖାତା ଦେଖା ହେବ । ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ମୂଲ୍ୟାୟନ ହେବ ବେଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଗତମାସ ମାର୍ଚ୍ଚ ୧ ତାରିଖ ଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିଲା। ମୋଟ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥରୁ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ପରୀକ୍ଷାର୍ଥୀ ସାମିଲ ଥିଲେ।

ସେହିପରି ୩ ରୁ ମାଟ୍ରିକ ଖାତାଦେଖା ମଧ୍ୟ ଆରମ୍ଭ ହୋଇଯାଇଛି। ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ ଶିକ୍ଷକ, ଶିକ୍ଷୟିତ୍ରୀ । ଏଥିପାଇଁ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ କାର୍ଯ୍ୟରେ  ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଖାତା ପ୍ରାୟ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଦେଖିବେ ବୋଲି ସୂଚନା ମିଳିଛି ।