Advertisment

ବୋର୍ଡ ପରୀକ୍ଷାରେ ଆସିପାରେ ସଂସ୍କାର; ନବମରୁ ଦ୍ୱାଦଶ ଯାଏଁ ସେମିଷ୍ଟର କରିବାକୁ ଡ୍ରାଫ୍ଟ ପଲିସି

ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କ ପ୍ରସ୍ତାବ ଅନୁସାରେ ଯଦି ଗୋଟିଏ ସେମିଷ୍ଟାର ବା ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଖରାପ କରନ୍ତି, ତେବେ ତାକୁ ସୁଧାରିବା ପାଇଁ ଆଗାମୀ ସେମିଷ୍ଟର ପରୀକ୍ଷାରେ ସୁଯୋଗ ରହିବ ।

author-image
Tanmay Kumar Mahalik

‍‍ବୋର୍ଡ ପରୀକ୍ଷାରେ ଆସିପାରେ ସଂସ୍କାର । ମାଟ୍ରିକ କି ପ୍ଲସ ଟୁ ବୋର୍ଡ ବଦଳରେ ନବମରୁ ଯୁକ୍ତ ଦୁଇ ଯାଏ ସେମିଷ୍ଟର ପରୀକ୍ଷା କରିବାକୁ ଯୋଜନା । ନାସନାଲ୍ ଏଜୁକେଶନ କରିକୁଲମ୍ ଫ୍ରେମ୍ ୱର୍କ୍ ପକ୍ଷରୁ ଏନେଇ ଡ୍ରାଫ୍ଟ ପଲିସି କରାଯାଇଛି । ତେବେ ବିଭିନ୍ନ ବର୍ଗରୁ ମତା ମତ ଆସିବା ପରେ NCERT ଚୂଡାନ୍ତ ନିଷ୍ପତ୍ତି ନେବ ।

Advertisment

ପିଲାଙ୍କ ଉପରୁ ହଟିବ ଚାପ। ପରୀକ୍ଷା ହେବ ସରଳ। ସେମିଷ୍ଟର ଆକାରରେ ପିଲେ ଦେବେ ବୋର୍ଡ ପରୀକ୍ଷା। ଉଭୟ ଦଶମ ଓ ଦ୍ବାଦଶ ବୋର୍ଡରେ ଆସିପାରେ ଏଭଳି ସଂସ୍କାର । ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କ ପକ୍ଷରୁ ଏନେଇ ଡ୍ରାଫ୍ଟ ପଲିସି ପ୍ରସ୍ତୁତ ହୋଇଛି । ଏଭଳି ହେଲେ ମାଟ୍ରିକ୍ ବୋର୍ଡ ପରୀକ୍ଷା ଭଳି ଗୋଟିଏ ପରୀକ୍ଷା ନରହିପାରେ । ନବମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି ।

NCERT
Advertisment
Advertisment