Advertisment

Career Tips: କମ୍ ଟଙ୍କାରେ କରନ୍ତୁ ଏହି କୋର୍ସ; ପ୍ରଥମ ଦରମା ୩୦ ହଜାର ଉପରେ

ଆଜିର ମହଙ୍ଗା ପାଠ୍ୟକ୍ରମ ଭିତରେ ଅଧିକାଂଶ ପିଲା ଏମିତି କିଛି ପାଠ୍ୟକ୍ରମ ଖୋଜୁଛନ୍ତି ଯାହା ପାଇଁ ଖୁବ କମ ଟଙ୍କା ଖର୍ଚ୍ଚ ହେଉଥିବ ଏବଂ ପଢା ଶେଷ ହେଉ ହେଉ କିଛି ନା କିଛି ଚାକିରି ମିଳିଯାଉଥିବ। ଏପରି ପରିସ୍ଥିତିରେ କିଛି ସର୍ଟଟର୍ମ କୋର୍ସ କିମ୍ବା ଡିପ୍ଲୋମା ପାଠ୍ୟକ୍ରମ ଉଚ୍ଚା ଦରମା ସହ ଆପଣଙ୍କ ଲକ୍ଷକୁ ସହଜ କରିବ।

author-image
Pramod Behera
ଅଦ୍ୟତନ ହୋଇଛି
Career Tips

Salary oriented short term courses under 50 thousand rupees

ଓଡ଼ିଆରେ ଏକ ଢଗ ଅଛି-

“ପାଠ ପଢ଼ିବି,

କାଳିଆ ଘୋଡ଼ାରେ ଚଢିବି

ମଧୁବାବୁ ସହ ଲଢ଼ିବି।”

ହେଲେ ଆଜିକାଲି ପାଠ ପଢା ଏତେ ମହଙ୍ଗା ହୋଇଯାଇଛି ଯେ ଗରିବ ଲୋକଙ୍କ କଥା ଦୂରେ ଥାଉ ସାଧାରଣ ମଧ୍ୟବିତ୍ତ ଲୋକଟିଏ ମଧ୍ୟ ନିଜ ପିଲାକୁ ପାଠ ପଢେଇବା ପାଇଁ ଚିନ୍ତାରେ ପଡୁଛି। ବିଦ୍ୟାଳୟ ଶିକ୍ଷା ସରିବା ପରେ, ଅନେକ ପିଲାଙ୍କ ପାଇଁ କଲେଜ ଫି’ ଦେବା କଷ୍ଟକର ହୋଇପଡୁଛି।

Advertisment

ଏଭଳି ପରିସ୍ଥିତିରେ, ଅଧିକାଂଶ ପିଲା ଏମିତି କିଛି ପାଠ୍ୟକ୍ରମ ଖୋଜୁଛନ୍ତି ଯାହା ପାଇଁ ଖୁବ କମ ଟଙ୍କା ଖର୍ଚ୍ଚ ହେଉଥିବ ଏବଂ ପଢା ଶେଷ ହେଉ ହେଉ କିଛି ନା କିଛି ଚାକିରି ମିଳିଯାଉଥିବ। ଏପରି ପରିସ୍ଥିତିରେ, ସର୍ଟଟର୍ମ କୋର୍ସ କିମ୍ବା ଡିପ୍ଲୋମା ପାଠ୍ୟକ୍ରମ ଆପଣଙ୍କ ଲକ୍ଷକୁ ସହଜ କରିପାରେ। ଆପଣଙ୍କ ଆଗ୍ରହ ଏବଂ କୌଶଳ ଅନୁଯାୟୀ ନିଜ ପାଇଁ ସର୍ବୋତ୍ତମ ପାଠ୍ୟକ୍ରମ ବାଛନ୍ତୁ। ତେବେ ଆସନ୍ତୁ ଏଭଳି କିଛି ପାଠ୍ୟକ୍ରମ ଉପରେ ନଜର ପକେଇବା।

ଅଧିକ ପଢ଼ନ୍ତୁ: ଦଶମ ପରେ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି କି? ଦେଖନ୍ତୁ କେତେକ ଟିପ୍ସ

Advertisment

ଡିଜିଟାଲ ମାର୍କେଟିଂ:

ଡିଜିଟାଲ ମାର୍କେଟିଂର ଧାରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପିଲାମାନେ ଡିଜିଟାଲ୍‌ ମାର୍କେଟିଂ ସହ ଜଡିତ ବିଭିନ୍ନ ପାଠ୍ୟକ୍ରମରେ ନାଁ ଲେଖାଇ ପାରିବେ। ଏହି ପାଠ୍ୟକ୍ରମଗୁଡ଼ିକର ଦେୟ ଅଧିକ ନୁହେଁ ଏବଂ ଡିପ୍ଲୋମା ପାଇବାକୁ ଅଧିକ ସମୟ ମଧ୍ୟ ଲାଗେ ନାହିଁ। ଡିଜିଟାଲ ମାର୍କେଟିଂ ପାଠ୍ୟକ୍ରମ ପ୍ରାୟ ୩୦-୪୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ପାଠ୍ୟକ୍ରମ ପରେ ଆପଣ ଭଲ ପ୍ୟାକେଜ୍ ସହିତ ଚାକିରି ମଧ୍ୟ ପାଇପାରିବେ।

ୱେବ୍ ଡିଜାଇନିଂ କୋର୍ସ:

ଡିଜିଟାଲ୍ ମାର୍କେଟିଂ ଭଳି ୱେବ୍ ଡିଜାଇନ୍ କ୍ଷେତ୍ରରେ ମଧ୍ୟ ଏକ ଆକର୍ଷଣୀୟ କ୍ୟାରିୟର କରାଯାଇପାରିବ। ୱେବ୍ ଡିଜାଇନ୍ ସହିତ ଜଡିତ ଅନେକ ପାଠ୍ୟକ୍ରମ ବିଭିନ୍ନ ଅନୁଷ୍ଠାନରେ ଶିକ୍ଷା ଦିଆଯାଏ। ଏହି ପାଠ୍ୟକ୍ରମଗୁଡ଼ିକ ମଧ୍ୟରୁ ଅଧିକାଂଶ ୫୦ ହଜାରରୁ କମ୍ ଫି’ରେ କରାଯାଇପାରିବ। ବିଶେଷ କଥା ହେଉଛି ଯେ ଏହି କ୍ଷେତ୍ର ଯେତିକି ଟ୍ରେଣ୍ଡ୍‌ରେ ଅଛି, ସେହି ଅନୁଯାୟୀ ଏଥିରେ ବହୁତ ଚାକିରି ମଧ୍ୟ ଅଛି। ପ୍ରାରମ୍ଭିକ ଦରମା ୩୦-୪୦ ହଜାର ଟଙ୍କାରେ ସହଜରେ ଚାକିରି ମିଳିଯିବ।

ଫରେନ୍ ଲାଙ୍ଗୁଏଜ୍ କୋର୍ସ:

ଯଦି ଆପଣଙ୍କର କମ୍ୟୁନିକେସନ୍‌ ସ୍କିଲ୍‌ ଭଲ ଅଛି, ତେବେ ଆପଣ ଏକ ଫରେନ୍ ଲାଙ୍ଗୁଏଜ୍ କୋର୍ସ କରି ଏଥିରେ ଏକ ଚମତ୍କାର କ୍ୟାରିଅର୍ କରିପାରିବେ। ଏଥିରେ ଅନେକ ପ୍ରକାରର ସର୍ଟ ଟର୍ମ ପାଠ୍ୟକ୍ରମ ରହିଛି। ଏହି ପାଠ୍ୟକ୍ରମରେ ଛାତ୍ରମାନଙ୍କୁ ଫ୍ରେଞ୍ଚ୍‌, ଜର୍ମାନ, ଜାପାନିଜ, ଆରବୀ ଇତ୍ୟାଦି ଭାଷା ବିଷୟରେ ଶିକ୍ଷା ଦିଆଯାଏ। ଏହି ପାଠ୍ୟକ୍ରମ କରିବା ପରେ ଆପଣ ଉଚ୍ଚା ଦରମାରେ ଚାକିରି କରିପାରିବେ। ତେବେ ଆପଣ ଯେକୌଣସି ବିଦେଶୀ ଭାଷା ଶିଖନ୍ତୁ ନା କାହିଁକି ଏହା ସହିତ ଇଂରାଜୀ ଭାଷାରେ ମୌଳିକ ଜ୍ଞାନ ରହିବା ଆବଶ୍ୟକ।

Career Plan Career Tips
Advertisment
Advertisment