/odishatv-khabar/media/post_attachments/uploadimage/library/16_9/16_9_0/NCF_1680966341.jpg)
NCF
ଏଣିକି ସ୍କୁଲର କ୍ଲାସ୍ ରୁମ୍ରେ ଲାଗିନପାରେ ବ୍ଲାକ୍ବୋର୍ଡ଼ । ବିନା କଳାପଟାରେ ଏଣିକି ପିଲାଏ ପଢିବେ ପାଠ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏନସିଏଫର ପରାମର୍ଶକୁ ନେଇ ଏବେ ସାରା ଦେଶରେ ବଢିଛି ଚର୍ଚ୍ଚା । ଏନସିଏଫ ବା ନ୍ୟାସନାଲ କରିକୁଲମ ଫ୍ରେମୱାର୍କର ପରାମର୍ଶ ଅନୁସାରେ ଏବେ ସ୍କୁଲ ଶିକ୍ଷାରେ ଅନେକ ପରିବର୍ତ୍ତନ କରାଯିବା ନେଇ ଚିନ୍ତା କରାଯାଉଛି । କେମିତି ପିଲାଏ ଭଲରେ ପାଠ ପଢିବେ ସେନେଇ ଅନେକ ପ୍ରସ୍ତାବ ଦିଆଯାଇଛି ।
ପିଲାମାନେ କେମିତି ସହଜରେ ଓ ସୁବିଧାରେ ଶିକ୍ଷାଗ୍ରହଣ କରିପାରିବେ ସେନେଇ ଶିକ୍ଷାବିଭାଗ ପକ୍ଷରୁ ନୂଆ ରୋଡ୍ମ୍ୟାପ ପ୍ରସ୍ତୁତ କରାଯାଇଛି । ଆମେ ସମସ୍ତେ ଜାଣନ୍ତି ପିଲାମାନେ କ୍ଲାସ୍ ରୁମରେ ସବୁବେଳେ କଳାପଟା ଆଡକୁ ମୁହଁ କରି ବସନ୍ତି । ହେଲେ ଏମିତି କରିବା ଦ୍ୱାରା ପିଲାଙ୍କ ମନରେ କେବଳ ଗୋଟିଏ ଧାରଣା ରହୁଛି କି କଳାପଟା ଓ ଶିକ୍ଷକ ହିଁ ଶିଖିବାର ସ୍ରୋତ । ହେଲେ ପିଲାମାନେ ଯଦି ଏକାଠି ହୋଇ ପାଠ ପଢିବେ ତେବେ ସେମାନଙ୍କର ଶିଖିବାର ଇଚ୍ଛାଶକ୍ତି ବଢିବ ବୋଲି କୁହାଯାଇଛି । ପିଲାମାନେ ନିଜ ନିଜର ସାଙ୍ଗ ସାଥୀଙ୍କ ସହ ଆଲୋଚନା କରି ଅନେକ ଜଟିଳ ପ୍ରଶ୍ନର ସମାଧାନ କରିପାରିବେ ବୋଲି କୁହାଯାଇଛି ।
ସାଧାରଣତଃ ଭଲ ପାଠ ପଢୁଥିବା ପିଲାମାନଙ୍କୁ ଶିକ୍ଷକମାନେ ଆଗ ବେଂଚରେ ବସାଇଥାଆନ୍ତି । ତେଣୁ ସେହି ପିଲାଙ୍କ ଉପରେ ଶିକ୍ଷକଙ୍କ ଅଧିକ ନଜର ରହେ । ପଛ ବେଂଚରେ ବସିଥିବା ପିଲାମାନେ ଭଲରେ ପାଠ ପଢିପାରନ୍ତି ନାହିଁ । ତେଣୁ କଳାପଟା ହଟାଇ ଗ୍ରୁପ ହୋଇ ପାଠ ପଢିଲେ ପିଲାମାନେ ଭଲରେ ପଢିବେ ବୋଲି କୁହାଯାଇଛି । ତେଣୁ କଳାପଟା ଜମାନା ଶେଷ ହେବ ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)