Advertisment

CUET UG 2023: ଆବେଦନ ପାଇଁ ପୁଣି ଥରେ ସୁଯୋଗ

CUET UG- ୨୦୨୩ ଆବେଦନ ପାଇଁ ପୁଣି ଥରେ ସୁଯୋଗ। ଅନେକ ଛାତ୍ରଛାତ୍ରୀଙ୍କ ନିବେଦନ ଅନୁସାରେ NTA ପୁଣି ଥରେ ଆବେଦନ ପାଇଁ ସୁଯୋଗ ଦେଇଛି।

author-image
Rajalaxmi Sahoo
CUET UG 2023 application window reopens

CUET UG 2023 application window reopens

CUET(Common University Entrance Test) UG- ୨୦୨୩ ଆବେଦନ ପାଇଁ ପୁଣି ଥରେ ସୁଯୋଗ। ମଙ୍ଗଳବାର(ଏପ୍ରିଲ ୧୧ ତାରିଖ) ରାତି ୧୧ଟା ୫୯ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଅନେକ ଛାତ୍ରଛାତ୍ରୀଙ୍କ ନିବେଦନ ଅନୁସାରେ NTA(National Testing Agency) ପୁଣି ଥରେ ଆବେଦନ ପାଇଁ ସୁଯୋଗ ଦେଇଛି। 

Advertisment

CUET UG ପାଇଁ ଯେଉଁମାନେ ଆବେଦନ କରିପାରି ନାହାନ୍ତି ସେମାନେ https://cuet.samarth.ac.in ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଏନ୍‌ଟିଏ ଏହାର ବିଜ୍ଞପ୍ତିରେ କହିଛି, ଯେଉଁ ପ୍ରାର୍ଥୀ ରେଜିଷ୍ଟ୍ରେସନ୍‌ କରିଛନ୍ତି କିନ୍ତୁ ଫର୍ମ ଦାଖଲ କରି ନାହାନ୍ତି ଓ ଯେଉଁମାନେ ଆଦୌ ଆବେଦନ କରି ନାହାନ୍ତି ସେମାନେ ଆବେଦନ କରିପାରିବେ। 

ସେହିପରି ଯେଉଁ ପ୍ରାର୍ଥୀ ୧୦ ବିଷୟ/ଟେଷ୍ଟ ଚୟନ କରି ସାରିଛନ୍ତି ଓ ଏହାକୁ ବଦଳାଇବାକୁ ଚାହୁଁଛନ୍ତି ସେମାନେ ଏହାକୁ replace/remove କରିପାରିବେ ବୋଲି ଜଣାପଡ଼ିଛି। ଅଧିକ ବିଷୟ(tests) ଚୟନ କଲେ ଅତିରିକ୍ତ ଫି’ (if applicable) ପ୍ରାର୍ଥୀଙ୍କୁ ଦେବାକୁ ପଡ଼ିବ। ତେବେ ଥରେ ଫି’ ଦେବାପରେ ଏହାକୁ ଆଉ ଫେରସ୍ତ କରାଯିବ ନାହିଁ। 

Advertisment

ଅଧିକ ସୂଚନା ଓ ଅନ୍‌ଲାଇନ୍‌ରେ ଆବେଦନ ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ- CUET UG- 2023

Advertisment
Advertisment