• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜିଠୁ ଯୁକ୍ତ ଦୁଇ ଖାତାଦେଖା। ଆଜିଠୁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୨୩ରେ ସରିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ମେ’ ୭ ରେ ସରିବ। ଚଳିତ ଥର ୬୫ ଟି ଅଫଲାଇନ ସେଣ୍ଟର ଓ ୩୯ ଟି ଅନଲାଇନ ସେଣ୍ଟରରେ ଖାତା ଦେଖା ହେବ । ଖାତା ଦେଖାରେ ପାଖାପାଖି ୧୫ ହଜାର ଅଧ୍ୟାପକ ଓ ଅଧ୍ୟାପିକା ସାମିଲ ହେବେ।

ମେ’ ୭ ରେ ଖାତା ଦେଖା ସରିବା ପରେ ଆରମ୍ଭ ହେବ ଟେବୁଲେସନ । ମେ’ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବା ସମ୍ଭାବନା ଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମୂଲ୍ୟାୟନ କେନ୍ଦ୍ର ଗୁଡିକ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଇଛି । କେନ୍ଦ୍ରକୁ ମୋବାଇଲ୍ ଓ ଅନ୍ୟ ବୈଦୁତିକ ସାମଗ୍ରୀ ଆଣିବା ଉପରେ କଟକଣା ଜାରି ହୋଇଛି ।

ଚଳିତ ଥର ୬୫ ଟି ଅଫଲାଇନ ସେଣ୍ଟର ଓ ୩୯ଟି ଅନଲାଇନ ସେଣ୍ଟରରେ ଖାତା ଦେଖା ହେବ । ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ମୂଲ୍ୟାୟନ ହେବ ବେଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଗତମାସ ମାର୍ଚ୍ଚ ୧ ତାରିଖ ଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିଲା। ମୋଟ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥରୁ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ପରୀକ୍ଷାର୍ଥୀ ସାମିଲ ଥିଲେ।