• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚ୍ୟାଲେଞ୍ଜ ପୂରା କରିବା ପାଇଁ ଜାଣିଶୁଣି ମୃତ୍ୟୁକୁ ଆମନ୍ତ୍ରଣ କରୁଛନ୍ତି ଯୁବପିଢ଼ି । ଟିକିଏ ଲୋକିପ୍ରିୟତା ପାଇଁ ଚାଲିଯାଉଛି ଅମୂଲ୍ୟ ଜୀବନ । ଏହି କ୍ରମରେ ଚୀନ୍‌ରେ ଅନଲାଇନ୍ ଭିଡିଓ ଷ୍ଟ୍ରିମିଂ ସମୟରେ ମଦ୍ୟପାନ କରି ପୁଣି ଜଣେ Influencerଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଲାଇଭ୍ ଷ୍ଟ୍ରିମରଙ୍କ ସ୍ତ୍ରୀ ମଙ୍ଗଳବାର ଦିନ ଚୀନ୍‌ର ଗଣମାଧ୍ୟମ ଆଉଟଲେଟ୍‌ ଜିମୁ ନ୍ୟୁଜରେ ନିଜ ସ୍ୱାମୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । ମୃତକ Influencer ଅନଲାଇନ ଦୁନିଆରେ ମୋନିକର୍‌ ଝୋଙ୍ଗ୍‌ ୟୁଆନ୍‌ ହୁଆଙ୍ଗ୍‌ ତଥା ବ୍ରଦର୍‌ ହୁଆଙ୍ଗ୍‌ ନାମରେ ଜଣାଶୁଣା ଥିଲେ । ଅତ୍ୟଧିକ ମଦ୍ୟପାନ ହେତୁ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁସାରେ, ଲାଇଭ୍ ଷ୍ଟ୍ରିମିଂ ସମୟରେ ସେ ଅତ୍ୟଧିକ ମଦ୍ୟପାନ କରି ପ୍ରାଣ ହରାଇଛନ୍ତି।ଗୋଟିଏ ମାସ ମଧ୍ୟରେ ଏଭଳି ଚ୍ୟାଲେଞ୍ଜ ପାଇଁ ଦ୍ୱିତୀୟ ମୃତ୍ୟୁ ଘଟିଛି ।

ପୂର୍ବରୁ ଏହି ଚ୍ୟାଲେଞ୍ଜ୍‌ ପାଇଁ ଯାଇଥିଲା ଆଉ ଜଣଙ୍କ ଜୀବନ

ଭାଇରାଲ୍ ଡ୍ରିଙ୍କିଂ ଚ୍ୟାଲେଞ୍ଜ ପାଇଁ ଗୋଟିଏ ମାସ ଭିତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ହୁଆଙ୍ଗଙ୍କ ପୂର୍ବରୁ ଆଉ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ମଧ୍ୟ ଏହି ଚ୍ୟାଲେଞ୍ଜ ପୂରଣ କରି ପ୍ରାଣ ହରାଇଥିଲେ । ସୋସିଆଲ ମିଡିଆରେ ହୁଆଙ୍ଗ ଜଣେ ଇଣ୍ଟରନେଟ ସେଲିବ୍ରିଟି ଥିଲେ । ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁସାରେ, ହୁଆଙ୍ଗ ପିଇଥିବା ମଦକୁ ଚୀନୀ ଫାୟାର ୱାଟର କୁହାଯାଉଥିଲେ । ଏଥି ପାନୀୟରେ ୩୫ ରୁ ୬୦ ପ୍ରତିଶତ ଆଲକୋହଲ୍‌ ରହୁଥିଲା ।

ଲାଇଭ୍‌ ଷ୍ଟ୍ରିମିଂରେ ୱାଙ୍ଗ ପିଇଥିଲେ ୭ଟି ମଦ ବୋତଲ

ଏହା ପୂର୍ବରୁ ୱାଙ୍ଗ ନାମକ ଜଣେ ୩୪ ବର୍ଷିୟ ସୋସିଆଲ ମିଡିଆ ଇନଫ୍ଲୁଏନସର୍‌ ଲାଇଭ୍‌ ଷ୍ଟ୍ରିମିଂ କରି ଗୋଟିଏ ପରେ ଗୋଟିଏ ୭ଟି ମଦ ବୋତଲ ପିଇ ଯାଇଥିଲେ । ଫଳରେ ତାଙ୍କର ବି ମୃତ୍ୟୁ ହୋଇଥିଲା ।

ଚୀନ୍‌ରେ ଟ୍ରେଣ୍ଡ୍‌ କରୁଛି ପିକେ ଚ୍ୟାଲେଞ୍ଜ

ବର୍ତ୍ତମାନ ସମୟରେ ଚୀନ୍‌ରେ ପିକେ ଚ୍ୟାଲେଞ୍ଜ ଟ୍ରେଣ୍ଡ୍‌ କରୁଛି । ସୋସିଆଲ ମିଡିଆ ଇନଫ୍ଲୁଏନସରମାନେ ଅଜ୍ଞାତ ବ୍ୟକ୍ତି ତଥା ନିଜ ଫଲୋଅର୍ସଙ୍କ ସହିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି । ଏଥିରେ ଜଣେ ବ୍ୟକ୍ତିଙ୍କୁ ଗୀତ, ନୃତ୍ୟ ଏବଂ ପୁସ୍-ଅପ୍ ଭଳି ଅନେକ ପ୍ରତିଯୋଗିତାରେ ଭାଗ ନେବାକୁ ପଡ଼ିଥିଲା । ଏହି ଖେଳରେ ବିଜେତାଙ୍କୁ ଦର୍ଶକ ପୁରସ୍କାର ଏବଂ ଉପହାର ଦିଅନ୍ତି । ହାରିଥିବା ଲୋକମାନେ ଦଣ୍ଡିତ ହୁଅନ୍ତି । ଆଉ ଏଥିରେ ୱାଙ୍ଗଙ୍କୁ ଦଣ୍ଡ ସ୍ୱରୂପ ଏକାବେଳେ ୭ ବୋତଲ ମଦ୍ୟପାନ କରିବା ପାଇଁ କୁହାଯାଇଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now