Advertisment

'ଦୁର୍ବଳ ମୁହୂର୍ତ୍ତର ଫଟୋ ଓ ଭିଡିଓ ରଖି ବ୍ଲାକମେଲ କରୁଥିଲେ ସୌରୀନ'

ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ସିନେ ଇଣ୍ଟଷ୍ଟ୍ରୀରେ ବହୁ ହିଟ୍ ଗୀତ ଗାଇଥିବା ଆଗଧାଡ଼ିର ପ୍ଲେ ବ୍ୟାକ୍ ସିଙ୍ଗର ସୌରୀନ୍‌ଙ୍କ ବିରୋଧରେ ଏଭଳି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି କଟକ ଜଗତପୁର ଅଞ୍ଚଳର ଜଣେ ଯୁବତୀ ।

author-image
Chandan Shishu
ଅଦ୍ୟତନ ହୋଇଛି
Harassment slur on singer Sourin Bhatt

Harassment slur on singer Sourin Bhatt

ବଲିଉଡର ଆଗଧାଡ଼ିର ପ୍ଲେ ବ୍ୟାକ୍ ସିଙ୍ଗର ସୌରୀନ ଭଟ୍ଟଙ୍କ ବିରୋଧରେ ସଙ୍ଗୀନ ମାମଲା । କଟକର ଜନୈକ ଯୁବତୀଙ୍କୁ ଦୁଷ୍କର୍ମ, ଧମକଚମକ ଓ ଟଙ୍କା ଠକେଇ ଅଭିଯୋଗରେ କଟକ ମହିଳା ଥାନାରେ ଏତଲା ପରେ ବଢ଼ିଛି ସୌରୀନଙ୍କ ଅଡୁଆ । ତେବେ ଅଭିଯୋଗ କେତେ ସତ ସେନେଇ ଖୁବଶୀଘ୍ର ଅନୁସନ୍ଧାନ ଆରମ୍ଭ କରିବ ବୋଲି କହିଛନ୍ତି କଟକ ଡିସିପି । ସେପଟେ କିନ୍ତୁ ଅଭିଯୋଗ ନେଇ ସୌରୀନଙ୍କ ପ୍ରତିକ୍ରିୟା ମିଳପାରିନି ।

Advertisment

ଯୁବତୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଫସିଲେ ବଲିଉଡ୍ ସିଙ୍ଗର ସୌରୀନ ଭଟ୍ଟ । କଟକର ଜୈନକ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ ଓ ନିର୍ଯାତନା ଅଭିଯୋଗରେ ସୌରୀନଙ୍କ ବିରୋଧରେ ରୁଜୁ ହେଲା ମାମଲା । ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ସିନେ ଇଣ୍ଟଷ୍ଟ୍ରୀରେ ବହୁ ହିଟ୍ ଗୀତ ଗାଇଥିବା ଆଗଧାଡ଼ିର ପ୍ଲେ ବ୍ୟାକ୍ ସିଙ୍ଗର ସୌରୀନ୍‌ଙ୍କ ବିରୋଧରେ ଆଜି ଏଭଳି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି କଟକ ଜଗତପୁର ଅଞ୍ଚଳର ଜଣେ ଯୁବତୀ ।

କଟକ ମହିଳା ଥାନାରେ ଯୁବତୀ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି, ଯେ ସୌରୀନ୍ ତାଙ୍କୁ ଗଲା ୮ ବର୍ଷ ଧରି ଉଭୟଶାରିରୀକ ଓ ମାନସିକ ଭାବେ ଶୋଷଣ କରି ଆସୁଥିଲେ। ତାଙ୍କୁ ଧମକାଇ ଚମକାଇ ଦୁଷ୍କର୍ମ କରି ଆସୁଥିଲେ। ତାଙ୍କ ଦୁର୍ବଳ ମୁହୂର୍ତ୍ତର ଫଟୋ ଓ ଭିଡିଓ ରଖି ବ୍ଲାକ୍ ମେଲ କରୁଥିଲେ ସୌରୀନ। ତାଙ୍କଠୁ ଲକ୍ଷାଧିକ ଟଙ୍କା ନେଇ ଆଉ ଫେରାଉ ନଥିଲେ। ତେବେ ଏତଲାରେ ସବୁକିଛି ଦର୍ଶାଇ ଥିଲେ ବି ଗଣମାଧ୍ୟମ ଆଗରେ ସବିଶେଷ ସୂଚନା ଦେବାକୁ ଅମଙ୍ଗ ହୋଇଛନ୍ତି ଅଭିଯୋଗକାରିଣୀ।

Advertisment

ସୌରୀନଙ୍କ ସହ ଏ ଯୁବତୀଙ୍କ ପରିଚୟ ହେଲା କେମିିତି ? ସୌରୀନ ତାଙ୍କୁ ଏତେଦିନ ଧରି ଯୌନ ଶୋଷଣ କରିଆସୁଥିବା ଅଭିଯୋଗର ପଛର ଆଧାର କଣ ? କୁହାଯାଉଛି, ୨୦୧୫ରେ ସୌରୀନ କଟକ ଆସିଥିବା ବେଳେ ଏହି ଯୁବତୀଙ୍କ ସହ ତାଙ୍କର ଭେଟ ହୋଇଥିଲା। ଯୁବତୀ ଜଣକ ଏକ ବ୍ୟାଙ୍କରେ ଚାକିରି କରୁଥିଲେ। ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଘନିଷ୍ଠ ହୋଇଥିଲା। ପରବର୍ତ୍ତି ସମୟରେ ଯୁବତୀ ଜଣକ କଟକରୁ ଚାକିରି ଛାଡ଼ି ମୁମ୍ବାଇରେ ଏକ ଘରୋଇ ବ୍ୟାଙ୍କରେ ଯୋଗ ଦେବା ପରେ ସେଠାରେ ସୌରୀନଙ୍କ ସହ ବନ୍ଧୁତା ଆହୁରି ନିବିଡ଼ ହୋଇଥିଲା। ତେବେ ସୌରୀନ୍ ବିବାହିତ ବୋଲି ଜାଣିବା ପରେ ଯୁବତୀ ତାଙ୍କଠାରୁ ଦୂରେଇ ଯିବାକୁ ଚାହୁଁଥିଲେ।

ସେପଟେ ସୌରୀନଙ୍କ ଭଳି ଜଣେ ପ୍ରତିଷ୍ଠିତ ଗାୟକଙ୍କ ବିରୋଧରେ ଏଭଳି ଅଭିଯୋଗ ପରେ କଟକ ମହିଳା ଥାନା ପୋଲିସ ସୌରୀନଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ତାଙ୍କ ବିରୋଧରେ ଦଫା ୩୭୬ (୨), ୪୯୩, ୩୪୧, ୪୧୭ ଓ ୫୦୬ରେ ମାମଲା ରୁଜୁ କରାଯାଇଛି। ଘଟଣାର ଅନୁସନ୍ଧାନ କରାଯାଇ ସତ୍ୟାସତ୍ୟ ବାହାର କରାଯିବ ବୋଲି କଟକ ଡିସିପି କହିଛନ୍ତି।

କଟକ ମହିଳା ଥାନା ପୋଲିସ ଆଜି CRPCର ଧାରା ୧୬୧ ଅନୁସାରେ ଯୁବତୀଙ୍କ ବୟାନ ରେକର୍ଡ କରିଛି। ଆସନ୍ତାକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୬୪ ଧାରାରେ ବୟାନ ରେକର୍ଡ କରାଯିବ। ତେବେ ଏ ମାମଲାରେ ଅଭିଯୁକ୍ତ ସୌରୀନ ଭଟ୍ଟଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ବି, ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Sexual Harassment
Advertisment
Advertisment