• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପୁଅ ପାଇଁ ଥାନାରେ ପହଞ୍ଚିଲେ ଦୁଇ ମାଆ । ଛୁଆ ଗୋଟିଏ ହେଲେ ଦାବିଦାର ୨ । ଉଭୟେ କହୁଛନ୍ତି ଛୁଆ ଆମର...ପୋଲିସ ବି ଅକଲରେ । ପିଲା ଦେବ ତ କାହାକୁ ଦେବ? ଏମିତି ଅଭୁତ ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁରରୁ । ଯାହାକୁ ନେଇ ଏବେ ପାଖଆଖ ଅଂଚଳରେ ଭାରି ଚର୍ଚ୍ଚା ।

ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଂଚଳରେ ଅଭାବନୀୟ ଘଟଣା । ପିଲା ଗୋଟିଏ ହୋଇଥିବା ପରେ ବି ଦାବିଦାର ୨ ଅଛନ୍ତି । ତେଣୁ ମାମଲା ଯାଇ ପହଞ୍ଚିଲାଣି ଥାନାରେ ।ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପାଲୁର ଗଜପତି ନଗର ଅଞ୍ଚଳର ସୁନିତା ବେହେରା କୁନି ପୁଅକୁ ନିଜର ବୋଲି ଦାବି କରୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳର ଗୀତା ଦାସ କୁଆଡେ ତାଙ୍କର ପୁଅକୁ ଆଜକୁ ୪ ବର୍ଷ ତଳେ ଚୋରି କରିନେଇଥିବା ଅଭିଯୋଗ କରିଛନ୍ତି । ଏମିତିକି ନିଜ ସ୍ବାମୀ ପିଲାକୁ ଅନ୍ୟ ହାତରେ ଟେକି ଦେଇଥିବା ଅଭିଯୋଗ କରିଛନ୍ତି ।

ସୁନୀତାଙ୍କ ଅଭିଯୋଗ ଅନୁସାରେ, ବ୍ରହ୍ମପୁର ଏମକେସିଜିରେ ପିଲା ଜନ୍ମ ହେବାର ୭ ଦିନ ପରେ ପାଲୁର ଯିବାକୁ ଅଟୋ ବୁଝିବାକୁ ଯାଇଥିଲେ । ଏହି ସମୟରେ ସନ୍ତୋଷ ବୋଲି ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଭେଟ ହୁଏ । ଏମିତିକି ତାଙ୍କ ଘରେ ସେ ୨ ମାସ ରହିଥିଲେ । ପରେ ପିଲା ପାଇଁ ମାର୍କେଟ୍‌ରୁ କିଛି ଆଣିବାକୁ ଯାଉଥିବା ବେଳେ ସନ୍ତୋଷ କେଉଁ ଆଡ଼େ ପଳାଇଗଲେ । ଏନେଇ ସେ ରମ୍ଭା ଥାନାରେ ଲିଖିତ ଅଭିଯୋଗ ବି କରିଥିଲେ ।

ସେପଟେ ଗୀତାଙ୍କ କହିବାର କଥା ପିଲା ଜନ୍ମ ହେବାର ୨ ଦିନ ପରେ ତାକୁ ଫୋପାଡିବାକୁ ନିଆଯାଉଥିଲା । ତାଙ୍କ ସ୍ୱାମୀ ଦେଖିବା ପରେ ପିଲାକୁ ନେଇ ଆସିଥିଲେ ଆଉ ସୁନୀତା କେଉଁଆଡେ ପଳାଇଥିଲେ । ଏବେ ୪ ବର୍ଷ ପରେ ଆସି ପିଲା ମାଗିଲେ ଆମେ କାହିଁକି ଦେବୁ ବୋଲି ପ୍ରଶ୍ନ କରିଛନ୍ତି ଗୀତା । ଏମିତିକି ସେ କହିଛନ୍ତି, ସୁନୀତା ପିଲାକୁ ନେବା ପରେ କେଉଁ ଆଡେ ବିକ୍ରି କରିଦେବ । ତେବେ ଦୁଇ ମହିଳାଙ୍କ ଏମିତି ଅଭିଯୋଗକୁ ନେଇ ପୋଲିସ ହରଡଘଣାରେ ପଡିଥିବା ବେଳେ ଶିଶୁକୁ ହେପାଜତକୁ ନେଇଛି । ସେପଟେ CWC ଓ କୋର୍ଟରେ ପିଲାକୁ ହାଜର କରାଯିବା ପରେ ବାଳାଶ୍ରମ ତତ୍ତ୍ୱାବଧାନରେ ପିଲାକୁ ରଖାଯିବ ବୋଲି ଜଣାପଡିଛି । ଆଉ ପୂରା ଘଟଣାରେ କୌଣସି ସତ୍ୟତା ନଥିବା ଏସପି କହିଛନ୍ତି ।ତେବେ ଗୋଟିଏ ପିଲାକୁ ଦୁଇ ଦାବିଦାର ଥିବାରୁ ଏହାକୁ ନେଇ ଭାରି ଚର୍ଚ୍ଚା ।

 

 

  • Reported by:
  • JAGANATH SAHU