Advertisment

‘ସେ ମରିବାର ହିଁ ଥିଲା, ତେଣୁ ମୁଁ ତାକୁ ମାରିଦେଲି’...ଯିଏ ଜେଲ୍‌ରୁ ମୁକୁଳାଇଲେ, ତାକୁ ଗୁଳି କରି ହତ୍ୟା କଲେ

ଯିଏ ଜେଲ୍‌ରୁ ମୁକୁଳାଇଲେ, ତାକୁ ଗୁଳି କରି ହତ୍ୟା କଲେ। ସ୍ତ୍ରୀ ଧୋକା ଦେଉଥିବା ସନ୍ଦେହ କରି ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ୩୨ ବର୍ଷୀୟା ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman bail out husband he shoots her dead

Woman bail out husband he shoots her dead

ଯିଏ ଜେଲ୍‌ରୁ ମୁକୁଳାଇଲେ, ତାକୁ ଗୁଳି କରି ହତ୍ୟା କଲେ। ସ୍ତ୍ରୀ ଧୋକା ଦେଉଥିବା ସନ୍ଦେହ କରି ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ୩୨ ବର୍ଷୀୟା ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ୧୫ ଦିନ ପୂର୍ବେ ସମ୍ପୃକ୍ତ ବ୍ୟକ୍ତି ଜେଲ୍‌ରୁ ମୁକୁଳି ଥିଲେ। ସବୁଠାରୁ ବଡ଼ କଥା, ତାଙ୍କ ସ୍ତ୍ରୀ ହିଁ ଏହି ଜାମିନ କରାଇଥିଲେ। ହେଲେ ସେ ଜାଣିନଥିଲେ ଯାହାକୁ ସେ ବାହାରକୁ ଆଣିବେ ଦିନେ ସେ ହିଁ ତାଙ୍କର ହତ୍ୟାକାରୀ ସାଜିବ। ଶନିବାର ସନ୍ଧ୍ୟାରେ ବରେଲିର ଫତେହଗଞ୍ଜ ଅଞ୍ଚଳରେ ବ୍ୟସ୍ତବହୁଳ ମାର୍କେଟ୍‌ ଏରିଆରେ ଏହି ହତ୍ୟାକାଣ୍ଡ ଘଟିଛି।

Advertisment

ଅଭିଯୁକ୍ତ କ୍ରିଷ୍ଣାପାଲ୍‌, ସ୍ତ୍ରୀ ପୂଜାଙ୍କ ଉପରକୁ ଅନେକ ଗୁଳି ଚଳାଇଥିଲା। ଖାଲି ସ୍ତ୍ରୀ ନୁହେଁ କ୍ରିଷ୍ଣାପାଲ୍‌, ପୂଜାଙ୍କ ଜଣେ ସାଙ୍ଗଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲା। ବର୍ତ୍ତମାନ ଗୁରୁତର ଅବସ୍ଥାରେ ସେ ଚିକିତ୍ସିତ ହେଉଛନ୍ତି। ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଲିସ୍‌ ସୂଚନା ଅନୁସାରେ, ଜେରା ବେଳେ  କ୍ରିଷ୍ଣାପାଲ୍‌ କହିଛି, ସ୍ତ୍ରୀ ତାଙ୍କୁ ଧୋକା ଦେଉଥିବା ସେ ସନ୍ଦେହ କରୁଥିଲା। ଫଳରେ ସେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ନିଷ୍ପତ୍ତି ନେଇଥିଲା।’ ‘ସେ ମରିବାର ହିଁ ଥିଲା। ତେଣୁ ମୁଁ ତାକୁ ମାରିଦେଲି। ଏଥିପାଇଁ ମୋତେ କୌଣସି ପଶ୍ଚାତାପ ହେଉନି’ ବୋଲି ଜେରା ବେଳେ କ୍ରିଷ୍ଣାପାଲ୍‌ କହିଛି। 

ପୋଲିସ୍‌ ସୂଚନା ଅନୁସାରେ, ୨୦୧୨ରେ କ୍ରିଷ୍ଣାପାଲ୍‌ ପୂଜାଙ୍କ ସହ ଫେରାର ହୋଇଯାଇଥିଲା ଓ ଉଭୟ ପରିବାର ବିରୋଧରେ ଯାଇ ବାହା ହୋଇଥିଲେ। ପରିବାର ପୋଷଣ ପାଇଁ ପୂଜା ଏକ ବିୟୁଟି ପାର୍ଲର କରିଥିଲେ। ତେବେ ଏକ ହତ୍ୟା ଉଦ୍ୟମ ମାମଲାରେ ପୋଲିସ୍‌ କ୍ରିଷ୍ଣାପାଲ୍‌କୁ ଗିରଫ କରି ଜେଲ୍‌ ପଠାଇଥିଲା ଓ ନିକଟରେ ପୂଜା ତାକୁ ଜାମିନରେ ବାହାରକୁ ଆଣିଥିଲେ। ହେଲେ ବାହାରକୁ ବାହାରିବା ମାତ୍ରେ ସେ ସ୍ତ୍ରୀକୁ ହତ୍ୟା କରିଥିଲା।

Advertisment

ପୂଜାଙ୍କ ମା’ଙ୍କ କହିବା ଅନୁସାରେ, ‘କ୍ରିଷ୍ଣାପାଲ୍‌ ମଦ ପିଇ ଆସି ସବୁଦିନ ରାତିରେ ମୋ ଝିଅକୁ ମାର୍‌ପିଟ୍‌ କରୁଥିଲା। ଶନିବାର ଦିନ ସେ ଘରକୁ ଆସିଥିଲା ଓ ଛୋଟ ଛୁଆଙ୍କ ସାମ୍ନାରେ ମୋ ଝିଅକୁ ଗାଳିଗୁଲଜ କରିବା ସହ ମାର୍‌ପିଟ୍‌ କରିଥିଲା। ଏହାକୁ ମୋ ଝିଅ ବିରୋଧ କରିବାକୁ ସେ ତା’ ଉପରକୁ ଗୁଳି ଚଳାଇଥିଲା।’ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। 

Murder
Advertisment
Advertisment