Advertisment

ଡକାୟତି ଗ୍ୟାଙ୍ଗରେ ପୋଲିସ୍‌, ରାଜନେତାଙ୍କ ହାତ !

ଡକାୟତି ଗ୍ୟାଙ୍ଗରେ ପୋଲିସ୍‌ ଓ ରାଜନେତା। ଏକଥା ଶୁଣିବା ବେଳକୁ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ, କିନ୍ତୁ କଥାଟି ସତ। ଆନ୍ଧ୍ରର ୨ ଜଣ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଡକାୟତି ଘଟଣାରେ କୋରାପୁଟ ଜିଲ୍ଲା ପାଡୁଆ ଥାନା ପୋଲିସ୍‌କୁ ସଫଳତା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
2 home guards among 5 arrested for loot in Odisha’s Koraput

2 home guards among 5 arrested for loot in Odisha’s Koraput

ଡକାୟତି ଗ୍ୟାଙ୍ଗରେ ପୋଲିସ୍‌ ଓ ରାଜନେତା। ଏକଥା ଶୁଣିବା ବେଳକୁ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ, କିନ୍ତୁ କଥାଟି ସତ। ଆନ୍ଧ୍ରର ୨ ଜଣ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଡକାୟତି ଘଟଣାରେ କୋରାପୁଟ ଜିଲ୍ଲା ପାଡୁଆ ଥାନା ପୋଲିସ୍‌କୁ ସଫଳତା ମିଳିଛି। ବଡ଼ କଥା ହେଲା, ପାଡୁଆ ଥାନାରେ କାର୍ଯ୍ୟରତ ୨ ଜଣ ହୋମ୍‌ଗାର୍ଡ ଏବଂ ଜଣେ ଗ୍ରାମରକ୍ଷୀ ଏହି ଡକାୟତି ଗ୍ୟାଙ୍ଗର ସକ୍ରିୟ ସଦସ୍ୟ। ଆଉ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ହେଉଛନ୍ତି ଜଣେ ପୂର୍ବତନ ସମିତି ସଭ୍ୟ।

Advertisment

କୋରାପୁଟ ଜିଲ୍ଲା ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ବୁଧବାର ଦିନ ଆନ୍ଧ୍ରପ୍ରଦେଶର ଆଣ୍ଟିପାଖ ଗାଁର କାମେଡି ଚିଟି ବାବୁ ଓ ବିଶୋଇ ଭିମଧର ପାୱାର ଟିଲର କିଣିବାକୁ ଜୟପୁର ଯାଉଥିଲେ। ପ୍ରବଳ ଖରା ଯୋଗୁ ଚାଟୁଆ ନିକଟ କଣ୍ଡାପାଲି ଛକ ନିକଟରେ ଗୋଟିଏ ବିଶ୍ରାମାଗାରରେ ସେମାନେ ଅଟକି ଥିଲେ। ଏହି ସମୟରେ ୫ ଜଣ ଦୁର୍ବୃତ୍ତ ଗୋଟିଏ କାର୍‌ରେ ପହଞ୍ଚି ଠେଲାପେଲା କରି ସେମାନଙ୍କ ନିକଟରୁ ୧ ଲକ୍ଷ ୧୫ ହଜାର ଟଙ୍କା ଝାମ୍ପି ନେଇଥିଲେ। 

ପାଡୁଆ ଥାନାରେ ଅଭିଯୋଗ ପରେ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଓ ପାଡୁଆ ପୋଲିସ୍‌ ବିଭିନ ସ୍ଥାନରେ ନାକା ବନ୍ଧି କରି ଗାଡିମୋଟର ଯାଞ୍ଚ କରିଥିଲେ। ପୋଲିସ ଡକାୟତରେ ବ୍ୟବହୃତ କାର୍‌କୁ ଜବତ କରିବା ସହ ୫ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଏମାନଙ୍କ ନିକଟରୁ ନଗଦ ୮୦ ହଜାର ଟଙ୍କା, ୪ଟି ମୋବାଇଲ୍‌ ଫୋନ୍‌ ପୋଲିସ୍‌ ଜବତ କରିଛି। ଏମାନଙ୍କୁ ଜେରା ବେଳେ ଜଣାପଡ଼ିଥିଲା, ଏହି ଡକାୟତି ଗ୍ୟାଙ୍ଗରେ ପୋଲିସ୍‌ ଓ ରାଜନେତା ସାମିଲ ଅଛନ୍ତି। 

Advertisment

ପୋଲିସ୍‌ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ଘଟଣାର ତଦନ୍ତ ଚଳାଇଛି। 

Loot
Advertisment
Advertisment