Advertisment

୩୮ଲକ୍ଷର ଗହଣା, ଟୁଇନ୍ ସିଟିରେ ୭ଟି ପ୍ଲଟ୍..ସହକାରୀ ଯନ୍ତ୍ରୀଙ୍କ ସଂପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ...

କଟକ ସଦର ବ୍ଲକ୍ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସରକାରୀ ବାବୁଙ୍କ ଏକାଧିକ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ

author-image
Prangyan Parimita
undefined

Vigilance Raid

ପତ୍ନୀଙ୍କ ପାଇଁ କିଣିଛନ୍ତି ଦାମୀ ହୀରା ହାର। ରାଜଧାନୀରେ ବିଳାସପୂର୍ଣ୍ଣ ଘରେ ଲକ୍ଷାଧିକ ଟଙ୍କାର ଇଣ୍ଟେରିୟର ସାଙ୍ଗକୁ ସାତ ସାତଟି ପ୍ଲଟ୍ । ଭିଜିଲାନ୍ସ ଜାଲରେ ପଡିଥିବା କଟକ ସଦର ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ବିକାଶ ଚନ୍ଦ୍ର ଭୂୟାଁଙ୍କ ଠାରୁ ଆଜି ଜବତ ହୋଇଛି ଅମାପ ସମ୍ପତ୍ତି । ଏହି ସରକାରୀ ବାବୁ ଜଣକ କ୍ରିପ୍ଟୋ କରେନସିରେ ବି ନିବେଶ କରିଛନ୍ତି । ସେପଟେ ନୂଆପଡାରେ ଜଣେ ବ୍ୟାଙ୍କ ସହାୟକଙ୍କ ଘରେ ରେଡ୍ ବେଳେ ଭିଜିଲାନ୍ସ ହାତରେ ଲାଗିଛି କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି।...

Advertisment

କଟକ ସଦର ବ୍ଲକ୍ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସରକାରୀ ବାବୁଙ୍କ ଏକାଧିକ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ। ଭୁବନେଶ୍ୱର ସୌଭାଗ୍ୟନଗର ସ୍ଥିତ ଘର, ଚକେଇସିହାଣୀରେ ସମ୍ପର୍କୀୟଙ୍କ ଘର, କଟକ ନରସିଂହପୁରରେ ସମ୍ପର୍କୀୟଙ୍କ ଘର ଏବଂ କଟକ ସଦର ବ୍ଲକ୍ ଅଫିସ ଚାମ୍ବରରେ ଚଢାଉ ବେଳେ ଭିଜିଲାନ୍ସ ହାତରେ ଲାଗିଛି ବାବୁଙ୍କ ଅମାପ ସମ୍ପତ୍ତି।

ତେବେ ରାଜଧାନୀର ସୌଭାଗ୍ୟ ନଗରରେ ସହକାରୀ ଯନ୍ତ୍ରୀ ରହୁଥିବା ଘର ଦେଖି କାବା ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । ବିଳାସପୂର୍ଣ୍ଣ ଘରେ ଦାମୀ ଇଣ୍ଟେରିୟର ସାଙ୍ଗକୁ ଠୁଳ ହୋଇଛି ଲକ୍ଷାଧିକ ଟଙ୍କାର ସୋ ପିସ୍। ତାମଧ୍ୟରୁ ଅଧିକାଂଶ ଇମ୍ପୋଟେଡ୍। କିଚେନରେ ରହିଛି ସିକ୍ରେଟ୍ ଚାମ୍ବର।

Advertisment

କେବଳ ଏତିକି ନୁହେଁ, ସହକାରୀ ଯନ୍ତ୍ରୀ ବିକାଶ ଭୂୟାଁ କ୍ରିପ୍ଟୋ କରେନ୍ସିରେ ବି ନିବେଶ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ୧ ଲକ୍ଷ ୨୩ ହଜାର ଟଙ୍କାର ନିବେଶ ନେଇ ସୂଚନା ପାଇଛି ଭିଜିଲାନ୍ସ । ଏଥିସହ ଦୁଇ ପିଲାଙ୍କ ମେଡିକାଲ ଏବଂ ଇଂଜିନିୟରିଂ ପାଠ ପଢା ବାବଦରେ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି। ସରକାରୀ ବାବୁ କେଉଁ ଉପାୟରେ ଏତେ ଟଙ୍କା ଅର୍ଜନ କରିଛନ୍ତି ସେନେଇ ଖୋଳତାଡ ଜାରି ରଖିଛି ଭିଜିଲାନ୍ସ।

ସେପଟେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ବ୍ୟାଙ୍କ ସହାୟକ। ଭବାନୀପାଟଣା ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ କୋମନା ବ୍ରାଞ୍ଚରେ କାର୍ଯ୍ୟରତ ବ୍ୟାଙ୍କ ସହାୟକ ପ୍ରଦୀପ କୁମାର ଚନ୍ଦ୍ରକରଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ରେଡ୍ କରିଛି ଭିଜିଲାନ୍ସ। ନୂଆପଡ଼ାର ୩ଟି ସ୍ଥାନରେ ଏବଂ କୋମନା ସ୍ଥିତ ବ୍ରାଞ୍ଚ୍ ରେ ଚଢ଼ାଉ କରି ବ୍ୟାଙ୍କ ସହାୟକଙ୍କ ୩ଟି ଘର, ୯ଟି ପ୍ଲଟ୍, କାର୍, ଟ୍ରାକ୍ଟର ଏବଂ ବାଇକ ଜବତ କରିଛି ଭିଜିଲାନ୍ସ ଟିମ୍।

Vigilance Raid
Advertisment
Advertisment