• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଓବାଦୀମାନେ ଡ୍ରୋନ ଉଡ଼ାଇ ସୁରକ୍ଷାକର୍ମୀଙ୍କ ଉପରେ ରଖୁଛନ୍ତି ନଜର । ଛତିଶଗଡ଼ଓ ତେଲେଙ୍ଗାନାର ମାଓବାଦୀ ମାନେ ଡ୍ରୋନ ମାଧ୍ୟମରେ ଯବାନ ଓ ସେମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି । ମାଲକାନଗିରି ସୀମାନ୍ତ ବସ୍ତର ମାଓ ସଂଗଠନ ପାଖରେ ୧୦ରୁ ଅଧିକ ଡ୍ରୋନ ଥିବା ସୂଚନା ମିଳିଛି । ସିଆରପିଏଫ୍ ଯବାନ ଅପରେସନ୍ ପାଇଁ ଯାଇଥିବା ବେଳେ କିଛି ସମୟ ପାଇଁ ସୁକମା, ବିଜାପୁର ଓ ନାରାୟଣପୁରରେ ଡ୍ରୋନ୍ ଦେଖିବାକୁ ପାଇଥିଲେ ସୁରକ୍ଷାବଳ ।

ତେଲେଙ୍ଗାନାର ଚେରଲା ନିକଟରେ ମାଓବାଦୀ ନାଗେଶ୍ୱରା ରାଓ, ମଲ୍ଲିକାର୍ଜୁନା ରାଓ ଏବଂ ପଙ୍ଗୁଲୁ ଉମାଶଙ୍କରକୁ ପୋଲିସ ଗିରଫ କରିବା ପରେ ସତ୍ୟତା ପଦାକୁ ଆସିଛି । ସେମାନଙ୍କଠାରୁ ଗୋଟିଏ ଡ୍ରୋନ୍ ଜବତ କରାଯାଇଥିଲା । ତେଣୁ ନକ୍ସଲମାନେ ଡ୍ରୋନ୍ ବ୍ୟବହାର କରଥିବା ସ୍ପଷ୍ଟ ହୋଇଛି ।

ବର୍ତ୍ତମାନ ଡ୍ରୋନ କ୍ୟାମେରା ଗୁଡ଼ିକ ଅନଲାଇନରେ ମିଳୁଥିବା ବେଳେ ତାହାକୁ କିଣିବା ସହଜ ହୋଇଯାଇଛି । ବାହାଘର ହେଉ କି ୟୁଟ୍ୟୁବର ଏବେ ସମସ୍ତଙ୍କ ପାଖରେ ଡ୍ରୋନ୍‌ । ତେବେ ଡ୍ରୋନ ଉଡ଼ାଇବା ପାଇଁ କୌଣସି ‌ସ୍ୱତନ୍ତ୍ର ଶିଖିବା ପାଇଁ ମଧ୍ୟ ପଢ଼ୁନି । ତେଣୁ ସହଜରେ ମାଓବାଦୀଙ୍କ ହାତକୁ ଯାଉଛି ଡ୍ରୋନ୍ ।