• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅପମାନର ପ୍ରତିଶୋଧ ନେବାକୁ ଯାଇ ହତ୍ୟାକାରୀ ସାଜିଲା ସ୍ୱାମୀ । ବାଥରୁମରେ ପୋଷାକ ସଫା କରିବା ସମୟରେ ସ୍ତ୍ରୀକୁ ଗୁଳିମାରି ଦେଲେ ଅବସରପ୍ରାପ୍ତ ଯବାନ । ମଙ୍ଗଳବାର ଅପରାହ୍ନରେ ଆଗ୍ରା ଥାନା ଅନ୍ତର୍ଗତ ଦୁର୍ଗା ନଗରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗୋଟିଏ ପରେ ଗୋଟିଏ, ସାତୋଟି ଗୁଳି ସ୍ତ୍ରୀଙ୍କ ମୁଣ୍ଡକୁ ମାରିଛନ୍ତି । ଏହି କାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ମାରିଥିଲା ଅଭିଯୁକ୍ତ । ଖବର ପାଇବା ପରେ ବିଳମ୍ବିତ ରାତ୍ରିରେ ତାଙ୍କୁ ଗିରଫ କରାଯାଇଛି ।

VRS ନେଇଥିଲେ ମହେନ୍ଦ୍ର ସିଂହ

ଅଭିଯୁକ୍ତ ମହେନ୍ଦ୍ର ସିଂହ ରାଠୋର CRPF ରୁ VRS ନେଇଥିଲେ । ୫୧ ବର୍ଷିୟ ଅଭିଯୁକ୍ତ ଅବସର ପରେ ଏକ ବ୍ୟାଙ୍କରେ ଗାର୍ଡ ରୂପରେ କାର୍ଯ୍ୟ କରୁଥିଲେ । ସ୍ତ୍ରୀ ଓ ଦୁଇ ପୁଅଙ୍କ ସହ ତାଙ୍କର ସଂସାର । ଦୁଇ ପୁଅଙ୍କ ମଧ୍ୟରୁ ଜଣେ ବିବାହିତ ହୋଇ ଥିବାବେଳେ ଅନ୍ୟ ଜଣକ ପାଠ ପଢ଼ୁଛନ୍ତି । ଘଟଣା ଦିନ ଦିଲ୍ଲୀର ଏକ ଘରୋଇ କମ୍ପାନିରେ ଚାକିରି କରୁଥିବା ବଡ଼ ପୁଅ ଅନ୍ୟ ଏକ କୋଠରୀରେ ଥିବାବେଳେ ସାନ ପୁଅ ମୋବାଇଲ୍‌ ସଜାଡ଼ିବା ପାଇଁ ବାହାରକୁ ଯାଇଥିଲେ । ବୋହୂ ମଧ୍ୟ କିଛି କାମରେ ବ୍ୟସ୍ତ ଥିଲେ ।

ଛୋଟ ଛୋଟ କଥାରେ ଅପମାନିତ କରୁଥିଲେ ସ୍ତ୍ରୀ

ସୂଚନା ଅନୁସାରେ, ଅଭିଯୁକ୍ତଙ୍କୁ ତାଙ୍କ ସ୍ତ୍ରୀ ଛୋଟ ଛୋଟ କଥାରେ ଅପମାନ ଦେଉଥିଲେ । ଆଉ ଏଥିରେ ଭୀଷଣ ଭାବରେ ରାଗିଯାଉଥିଲେ ମହେନ୍ଦ୍ର । ଆଉ ସେହି ପୁଞ୍ଜିଭୂତ ଅସନ୍ତୋଷ ଆଜି ତାଙ୍କୁ ହତ୍ୟାକାରୀ ସଜେଇ ଦେଇଛି । ତେବେ ଗୁଳି ଚଳାଇବା ବେଳେ ମହେନ୍ଦ୍ରଙ୍କ ସ୍ତ୍ରୀ ବାଥରୁମ୍‌ରେ ପୋଷାକ ସଫା କରୁଥିଲେ । ଅନ୍ୟପଟେ ତାଙ୍କ ବୋହୂ ଆସି ଶାଶୂଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ଅଭିଯୁକ୍ତ ତାଙ୍କୁ ବି ମାରିବା ପାଇଁ ଚେଷ୍ଟା କରିବା ପରେ କୌଣସି ମତେ ନିଜକୁ ବଞ୍ଚାଇ ସଙ୍ଗେ ସଙ୍ଗେ ସେ ପୋଲିସକୁ ଖବର ଦେଇଥିଲେ ।

ବୋହୂଙ୍କ ଅଭିଯୋଗ ପରେ ଅବସରପ୍ରାପ୍ତ ଯବାନ ମହେନ୍ଦ୍ରଙ୍କ ନାଁରେ ଆଇପିସିର ଧାରା ୩୦୨ (ନରହତ୍ୟା) ଏବଂ ଧାରା ୩୦୭ (ହତ୍ୟା ଉଦ୍ୟମ) ଆଧାରରେ ମାମଲା ରୁଜୁ କରିଛି ପୋଲିସ୍‌ । ତେବେ ଅଭିଯୁକ୍ତ ମହେନ୍ଦ୍ର ନିଜର ଅପରାଧ ସ୍ୱୀକାର କରିଥିବା କହିଛନ୍ତି ଡିସିପି ବିକାଶ ।