• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରହସ୍ୟ ଘେରରେ ମୁମ୍ବାଇ ମୀରା ରୋଡ୍ ମର୍ଡର କେସ୍। ମନୋଜ ଓ ସରସ୍ୱତୀଙ୍କ ସଂପର୍କକୁ ନେଇ ଏବେ ବି ସସପେନ୍ସ । ଉଭୟ ଲିଭ୍-ଇନରେ ଥିଲେ ନା ବିବାହ କରିଥିଲେ ସେନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ, ପୋଲିସ ଜାଣିବାକୁ ପାଇଛି ଯେ ସେମାନେ ଘରେ ସ୍ୱାମୀ-ସ୍ତ୍ରୀ ଭାବେ ରହୁଥିଲେ ବି, ବାହାରେ ସମସ୍ତେ ସେମାନଙ୍କୁ ମାମୁ-ଭାଣିଜୀ ବୋଲି ଜାଣିଥିଲେ । ତେବେ ଅଭିଯୁକ୍ତ ମନୋଜ କହିଥିଲା, ସେ ସରସ୍ୱତୀଙ୍କୁ ହତ୍ୟା କରିନି, ବରଂ ସେ ଆତ୍ମହତ୍ୟା କରିଥିଲେ ।

ଏପଟେ ପୁଲିସ୍‌ ସମ୍ମୁଖରେ ମନୋଜ ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇଛି । ସେ ନିଜେ ଏଚଆଇଭି ପଜିଟିଭ ବୋଲି କହିଛି । ଏପରିକି ତାଙ୍କର ସରସ୍ୱତୀଙ୍କ ସହ କୌଣସି ଶାରୀରିକ ସମ୍ପର୍କ ନ ଥିବା ବି କହିଛି ।

ମୁମ୍ବାଇର ମୀରା ରୋଡରେ ସେମାନେ ଲିଭ-ଇନରେ ରହୁଥିଲେ ମନୋଜ ଓ ସରସ୍ୱତୀଙ୍କ ଏବଂ କୌଣସି କାରଣରୁ ତିକ୍ତତା ସୃଷ୍ଟି ହେବାରୁ ମନୋଜ ସରସ୍ୱତୀଙ୍କୁ ମାରି ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିବା କୁହାଯାଉଥିଲା । ତେବେ ତଦନ୍ତ ଆଗକୁ ବଢ଼ିବା ସହିତ, ଖୋଲୁଛି ନୂଆ ନୂଆ ରହସ୍ୟ ।

ଅଭିଯୁକ୍ତ ମନୋଜ ଏଚଆଇଭି ପଜିଟିଭ ବୋଲି ଜଣାପଡ଼ିବା ସହିତ, ସେ ପୋଲିସକୁ ବୟାନ ଦେଇଛି ଯେ, ସେ ସରସ୍ୱତୀଙ୍କୁ ଝିଅ ଭଳି ଦେଖୁଥିଲା । ଜୁନ ୩ରେ ସେ ଘରକୁ ଫେରିବା ପରେ ଦେଖିଲା ଯେ, ସରସ୍ୱତୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ପାଟିରୁ ଫେଣ ବାହାରୁଥିଲା । ସରସ୍ୱତୀ ମରିଯାଇଛନ୍ତି ବୋଲି ଜାଣିବା ପରେ, ଗିରଫ ହେବା ଭୟରେ ସେ ମୃତଦେହକୁ କଟରରେ କାଟି ଖଣ୍ଡଖଣ୍ଡ କରିଥିଲା । ଏହାପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଯୋଜନା କରୁଥିଲା ବୋଲି କହିଛି ମନୋଜ । କହିଛି, ଏଭଳି କାଣ୍ଡ ପାଇଁ ସେ ଅନୁତପ୍ତ ନୁହେଁ । ତେବେ ପୋଲିସ ତାର ବୟାନରେ ସନ୍ତୁଷ୍ଟ ନଥିବା କୁହାଯାଉଛି ।...

ତେବେ ସରସ୍ୱତୀଙ୍କ ଭଉଣୀ ଦାବି କରିଛନ୍ତି ଯେ, ମନୋଜ ଓ ସରସ୍ୱତୀ ମନ୍ଦିରରେ ବିବାହ କରିଥିଲେ । ବିବାହ ପରେ ଏକଥା ସରସ୍ୱତୀ ନିଜର ଭଉଣୀ ମାନଙ୍କୁ ଜଣାଇଥିଲେ । ତେବେ ଉଭୟଙ୍କ ମଧ୍ୟରେ ୨୦ରୁ ଅଧିକ ବର୍ଷର ବୟସ ତାରତମ୍ୟ ଥିବାରୁ ସରସ୍ୱତୀ ନିଜ ବୈବାହିକ ସଂପର୍କ କଥା ବାହାରେ ପ୍ରକାଶ କରୁନଥିଲେ । ବାହାରେ ମନୋଜଙ୍କୁ ନିଜ ମାମୁଁ ବୋଲି ପରିଚୟ ଦେଉଥିଲେ ସରସ୍ୱତୀ । ସରସ୍ୱତୀଙ୍କ ଭଉଣୀମାନେ ପୋଲିସକୁ ଏହି ବୟାନ ଦେଇଛନ୍ତି । ମନୋଜ ସରସ୍ୱତୀଙ୍କୁ ଚାକିରି ଖୋଜିବାରେ ସାହାଯ୍ୟ କରିଥିଲେ ।

ତେବେ ମୁମ୍ବାଇରେ ରହିବା ସୁବିଧା ନଥିବାରୁ ମନୋଜ ସରସ୍ୱତୀଙ୍କୁ ବୋରିବଲିରେ ଥିବା ନିଜ ଫ୍ଲାଟରେ ରହିବାକୁ ଦେଇଥିଲେ । ୨୦୧୭ରେ ସେମାନେ ମୀରା ରୋଡରେ ରହିବା ଆରମ୍ଭ କରିଥିଲେ । ତେଣେ ପୋଲିସ ସରସ୍ୱତୀଙ୍କ ଭଉଣୀମାନଙ୍କ ସହିତ ଶରୀର ଖଣ୍ଡର ଡିଏନଏ ମ୍ୟାଚ କରିବ ବୋଲି ଜଣାପଡ଼ିଛି ।