• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭଉଣୀ ବାହାଘର ଲାଗି ସୁନା, ଟଙ୍କା ସବୁ ରଖିଥିଲେ । ବାହାଘରକୁ ୪ ଦିନ ରହିଲା...ଘରେ ଜିନିଷପତ୍ର ଭର୍ତ୍ତି ଥିଲା । ହେଲେ ଭୋରରୁ ଘରେ କଳାକନା ବୁଲାଇ ଦେଲେ ଚୋର । ଗଡରେଜ୍‌ ତାଡିଲେ, ମନଇଚ୍ଛା ଲୁଟ୍‌ କଲେ । ଘରେ ଆଉ କିଛି ନାହିଁ । ଏମିତି ସ୍ଥିତିରେ ବାହାଘର କେମିତି ହେବ? ସେଇ ଚିନ୍ତାରେ ଦିନ କାଟୁଛନ୍ତି ଏଇ ପରିବାର ।

ଭଦ୍ରକ ପୌରପାଳିକା ବୈକୁଣ୍ଠ ବିହାର କଲୋନିରେ ଥିବା ଶରତ ପଣ୍ଡାଙ୍କ ଘରେ ଗତକାଲି ଭୋର ସମୟରେ କେହି ନଥିବା ବେଳେ ତାଲା ଭାଙ୍ଗି କିଛି ଦୁର୍ବୃତ୍ତ ଚୋରି କରି ନେଇଯାଇଛନ୍ତି । ଘରେ ୨ ବର୍ଷ ହେଲା ଭଦ୍ରକ ରେଲୱେରେ ଲୋକ ପାଇଲଟ ମନୋଜ ପରିଡ଼ା ଘରଭଡ଼ା ନେ଼ଇ ରହୁଥିଲେ । ଆଗକୁ ଭଉଣୀ ବାହାଘର ଥିବାରୁ ଘରେ ସୁନା, ଟଙ୍କା ପଇସା ସବୁ ରଖିଥିଲେ । ହେଲେ ଗାଁରେ କୌଣସି କାମ ଥିବାରୁ ସେ ଗାଁକୁ ଯାଇଥିଲେ । ବାସ୍‌ ଏହାର ସୁଯୋଗ ନେଇ ଘରେ କଳାକନା ବୁଲାଇଦେଇଛନ୍ତି ଦୁର୍ବୃତ୍ତ ।

ମନୋଜଙ୍କ ଅଭିଯୋଗ ଅନୁସାରେ, ଘରେ ଥିବା ପ୍ରାୟ ୧ ଲକ୍ଷ ୬୦ ହଜାର କ୍ୟାସ୍‌....ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି । ଘରେ ଚୋରି ହେବା କଥା ଜଣାପଡ଼ିବା ପରେ ମନୋଜଙ୍କୁ ଫୋନ୍‌ କରି କହିଥିଲେ ଘର ମାଲିକ । ଆଉ ଘରେ ପହଞ୍ଚିବା ବେଳକୁ ସବୁକିଛି ଲୁଟ୍‌ କରିସାରିଥିଲେ ଚୋର । ଏନେଇ ଥାନାରେ ମାମଲା ରୁଜୁ କରିଛନ୍ତି ମନୋଜ । ହେଲେ ୪ ଦିନ ପରେ ବାହାଘର ଥିବାରୁ ଏବେ କଣ କରିବେ ସେନେଇ ଚିନ୍ତାରେ ମନୋଜ ।

 

  • Reported by:
  • Partha Sarathi nayak