Advertisment

ସଞ୍ଜୟଙ୍କ ନାଁରେ ଥାନାରେ ଏତଲା ଦେଲେ ପ୍ରକୃତି

ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ।

author-image
Chandan Shishu
ଅଦ୍ୟତନ ହୋଇଛି
actress prakruti mishra

actress prakruti mishra

କାଷ୍ଟିଂ କାଉଚ୍ ଅଭିଯୋଗକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ପ୍ରଯୋଜକ ସଞ୍ଜୟ ନାୟକଙ୍କ ମଧ୍ୟରେ ଲାଗିରହିଥିବା ମୁହାମୁହିଁ ସ୍ଥିତି, ଘନେଇବାରେ ଲାଗିଛି। ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ପ୍ରକୃତି ମିଶ୍ର ଉଠାଇଥିବା କାଷ୍ଟିଂ କାଉଚ ଅଭିଯୋଗ ବିରୋଧରେ ପ୍ରଯୋଜକ ସଞ୍ଜୟ ନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଆଜି ମୁମ୍ବାଇରେ ଥାନାରେ ଏତଲା ଦେଇଛନ୍ତି ପ୍ରକୃତି। ସଞ୍ଜୟ ନାୟକ ତାଙ୍କର ଅପମାନ ଓ ମାନହାନି କରିଥିବା ଅଭିଯୋଗ ହୋଇଛି। 

Advertisment

ଓ୍ବେଷ୍ଟ ଅନ୍ଧେରୀର ଦାଦା ଭାଇ ନାରୋଜି ପୋଲିସ ଷ୍ଟେସନରେ ପ୍ରକୃତି ନିଜର ଏବଂ ପରିବାରର ମାନହାନୀ ହୋଇଥିବା ନେଇ ଅଭିଯୋଗ କରିବା ସହ ଏତଲା ଦେଇଛନ୍ତି। ଏତଲା ଆଧାରରେ ପୋଲିସ ଆଇପିସି ଦଫା ୫୦୦, ୫୦୪ ଏବଂ ୫୦୬ ଲଗାଇ ମାମଲା ରୁଜୁ କରିଛି।

ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ। ସଂଗୀନ ଅଭିଯୋଗ ଆଣି ଇଣ୍ଡଷ୍ଟ୍ରିରେ ଆଉ ଏକ ବିବାଦ ଛିଡ଼ା ହୋଇଛି।

Advertisment

ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ବୟାନ ଦେଇ ପ୍ରକୃତି କହିଛନ୍ତି, ନୂଆ ନୂଆ ଅଭିନୟ ଜଗତକୁ ଆସୁଥିବା ଝିଅଙ୍କୁ କଂପ୍ରମାଇଜ ପାଇଁ ପ୍ରବର୍ତ୍ତାଉଥିଲେ ସଞ୍ଜୟ ନାୟକ। କେବଳ ଅଭିଯୋଗ ନୁହେଁ, ତାଙ୍କର କିଛି ହ୍ୱାଟ୍ସଆପ ଚାଟ୍ ମଧ୍ୟ ଭାଇରାଲ୍ ହେଉଛି । କେବଳ ପ୍ରକୃତି ନୁହଁନ୍ତି, ଏକ ହ୍ୱାଟ୍ସଆପ ଗ୍ରୁପରେ କାଷ୍ଟିଂ କାଉଚ୍ ପ୍ରସଙ୍ଗ ଉଠାଇ ପ୍ରକୃତି କରିଥିବା ଚାଟରେ ନିଜର ସହମତି ପ୍ରକାଶ କରିଛନ୍ତି ଅଭିନେତ୍ରୀ ଯସ୍ମିନ ରଥ ଏବଂ ପୁପୁଲ ଭୂୟାଁ ।

ପ୍ରକୃତିଙ୍କ ଉପରେ ବର୍ଷିଛନ୍ତି ସିନେ ପ୍ରଯୋଜକ ସଞ୍ଜୟ ନାୟକ । କହିଛନ୍ତି, ‘କାଷ୍ଟିଂ କାଉଚ୍ ଅଭିଯୋଗ ପୁରା ମିଛ । କିଛି ଅଭିନେତ୍ରୀ ଓ ପ୍ରଯୋଜକ ମିଶି ଆକ୍ରୋଶମୂଳକ ଭାବେ ବଦନାମ କରିବାକୁ ଚକ୍ରାନ୍ତ କରିଛନ୍ତି’। ତଥ୍ୟ ପ୍ରମାଣ ନଥାଇ କପୋଳକଳ୍ପିତ ଅଭିଯୋଗ ଆଣିଥିବାରୁ ପ୍ରକୃତି ମିଶ୍ର, ଅନ୍ୟ ଜଣେ ଅଭିନେତ୍ରୀ ଜସ୍ମିନ ରଥ ଏବଂ ବିନା ତଥ୍ୟରେ ନ୍ୟୁଜ କରିଥିବା ଚ୍ୟାନେଲ ବିରୋଧରେ ମାନହାନି ମୋକଦ୍ଦମା କରିବି ବୋଲି ଚେତାବନୀ ଶୁଣାଇଛନ୍ତି ସଂଜୟ ନାୟକ।

Ollywood Casting Couch Actress Prakruti Mishra
Advertisment
Advertisment