/odishatv-khabar/media/post_attachments/uploadimage/library/16_9/16_9_0/Coal_Mines_1686316880.jpg)
Coal Mines
ପୁଣି ଏକ ବଡ଼ ଅଘଟଣ । ଧସିଲା ଖଣି, ଚାଲିଗଲା ଅନେକ ନିରୀହଙ୍କ ଜୀବନ । ଶୁକ୍ରବାର ଝାଡ଼ଖଣ୍ଡର ଧାନବାଦ୍ ଜିଲ୍ଲାରେ ବେଆଇନ ଖଣି ଖନନ ସମୟରେ କୋଇଲା ଖଣି ଧସି ଯାଇଛି । ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ଖାଲି ସେତିକି ନୁହେଁ ଏଥିରେ ଅନେକ ଲୋକ ଗୁରୁତର ମଧ୍ୟ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହ ଅନେକ ଲୋକ ଏବେ ବି ସେହି ଖଣି ତଳେ ପୋତି ହୋଇରହିଥିବା ଆଶଙ୍କା କରାଯାଉଛି । ଖବରପାଇ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।
ମିଳିଥିବା ସୂଚନା ଅନୁଯାୟୀ, କୋଇଲା କାଢ଼ିବା ପାଇଁ ଟନେଲ ଭିତରେ ଶହ ଶହ ଲୋକ ପଶିଥିଲେ । ଏହି ସମୟରେ କୋଇଲା ଖଣି ଭୁଶୁଡ଼ି ପଡ଼ିଥିଲା । ସୂଚନା ପାଇବା ମାତ୍ରେ ସ୍ଥାନୀୟ ଲୋକ ସେଠାକୁ ଧାଇଁ ଆସିଥିଲେ । ସେମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଲୋକଙ୍କୁ ଖଣି ଭିତରୁ ବାହାର କରିବାକୁ ଚେଷ୍ଟା କରିଥିଲେ । ଅନେକ ଲୋକଙ୍କୁ ସେମାନେ ଉଦ୍ଧାର କରିବାରେ ସଫଳ ମଧ୍ୟ ହୋଇଛନ୍ତି । ହେଲେ ଏବେ ବି କିଛି ଲୋକ ମାଟି ତଳେ ଫଶି ରହିଥିବା ଆଶଙ୍କା କରାଯାଉଛି ।
ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, ଏଟିଦେବ ପ୍ରଭା ଆଉଟ୍ସୋର୍ସିଂ କମ୍ପାନୀ ଦ୍ୱାରା ବେଆଇନ୍ ଭାବେ ଖନନ କରାଯାଉଥିଲା । ସେତେବେଳେ ଟନେଲ ଛାତ ଭୁଶୁଡ଼ି ପଡ଼ିଲା । ଯାହାଫଳରେ ଲୋକେ ସେହି ଭିତରେ ଫଶିଗଲେ । ଏହାପରେ ଲୋକଙ୍କ ମଧ୍ୟ ଛନକା ପଶିଗଲା, ଆଉ ସମସ୍ତେ ଏଣେତେଣେ ଦୌଡ଼ିବାକୁ ଲାଗିଲେ । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ।
ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏବଂ ସିଆଇଏସ୍ଫ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)