Advertisment

୪ ଦିନର ଶିଶୁକୁ ମେଡିକାଲ ଲାଟ୍ରିନରେ ଛାଡ଼ି ପଳାଇଲେ ବାପା-ମାଆ

ଜନ୍ମ ପରେ ମାଆର କୋଳ ବଦଳରେ ପରିତ୍ୟକ୍ତ ଲାଟ୍ରିନ୍ କୋଠରୀରେ ନବଜାତ ଶିଶୁ। ଆସିବାର ୪ ଦିନ ପରେ ବି ମାଆ,ବାପା କିମ୍ବା ସମ୍ପର୍କୀୟଙ୍କ ପାଇଁ ସେ ଅଲୋଡ଼ା, ଅଖୋଜା।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Newborn baby boy abandoned by parents in hospital toilet rescued

ନବଜାତ ଶିଶୁଟି ଗୁରୁତର ରୋଗରେ ପୀଡ଼ିତ ବୋଲି ଜାଣିବା ପରେ ହସ୍ପିଟାଲର ପରିତ୍ୟକ୍ତ ଲାଟ୍ରିନ୍ ରୁମରେ ଛାଡ଼ି ପଳାଇଲେ ବାପା ମାଆ। ତେବେ ସୈାଭାଗ୍ୟବତଃ ୪ ଦିନର ଛୁଆଟିକୁ ଜୀବିତ ଅବସ୍ଥାରେ ଉଦ୍ଧାରି କରିଛି ପୋଲିସ ଓ ଚାଇଲଡଲାଇନ୍। ବ୍ରହ୍ମପୁର ସହରର ଏକ ଘରୋଇ ନର୍ସିଂହୋମରୁ ଶିଶୁଟିକୁ ଉଦ୍ଧାର ପରେ ଏ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେପଟେ ଏଭଳି ଦାୟିତ୍ୱହୀନତା ଲାଗି ଛୁଆର ବାପା-ମାଆ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କେସ୍ ଠୁଙ୍କିଛି ପୋଲିସ୍।

Advertisment

ଜନ୍ମ ପରେ ମାଆର କୋଳ ବଦଳରେ ପରିତ୍ୟକ୍ତ ଲାଟ୍ରିନ୍ କୋଠରୀରେ ନବଜାତ ଶିଶୁ। ଆସିବାର ୪ ଦିନ ପରେ ବି ମାଆ,ବାପା କିମ୍ବା ସମ୍ପର୍କୀୟଙ୍କ ପାଇଁ ସେ ଅଲୋଡ଼ା, ଅଖୋଜା। ବ୍ରହ୍ମପୁର ସହରର ଏକ ଘରୋଇ ନର୍ସିଂହୋମର ଏକ ଅବ୍ୟବହୃତ ଲାଟ୍ରିନ୍ କୋଠରୀ ଭିତରୁ ଆଜି ସକାଳେ ଉଦ୍ଧାର ହୋଇଛି ଏ ନିଷ୍ପାପ ଶିଶୁ। ତାର ଅପରାଧ ହେଉଛି, ସେ ଆଜନ୍ମ ରୋଗୀ। ପିଲାଟିର ମସ୍ତିଷ୍କରେ ପାଣି ଜମିଥିବା ଏବଂ ମେରୁଦଣ୍ଡରେ ସମସ୍ୟା ଥିବା ଡାକ୍ତର କହିବା ପରେ ତାକୁ ଦୁସ୍ଥ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ ନିଷ୍ଠୁର ମାଆ ଓ ବାପା। 

ପିଲାଟି ଆଉ ବଞ୍ଚିବନି ବୋଲି ଭାବି ସାଙ୍ଗରେ ଘରକୁ ନେବା ବଦଳରେ ଏ ଲାଟ୍ରିନ୍ ଭିତରେ ଛାଡ଼ି ଘରକୁ ପଳାଇଥିଲେ ତା ଜନ୍ମକଲା ବାପା ଓ ମାଆ। ତେବେ ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଓ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ SNCUରେ ଭର୍ତ୍ତି କରାଯାଇଛି।

Advertisment

ଶିଶୁଟିକୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର ପରେ ତାର ମାଆ-ବାପା କିଏ, ସେ ନେଇ ଖୋଳତାଡ଼ ଆରମ୍ଭ କରିଥିଲା ବୈଦ୍ୟନାଥପୁର ପୋଲିସ। ଘରୋଇ  ମେଡିକାଲରେ କାଗଜପତ୍ର ଯାଞ୍ଚ ପରେ ପିଲାଟିକୁ ଗାଙ୍ଗପୁର ଅଞ୍ଚଳରେ ଏକ ଦମ୍ପତି ଏଭଳି ଅବସ୍ଥାରେ ଛାଡ଼ି ଦେଇଥିବା ସ୍ପଷ୍ଟ ହୋଇଥିଲା। ପରେ ପୋଲିସ ଡାକରା ପାଇ ମେଡିକାଲକୁ ଆସିଥିଲେ ଶିଶୁପୁତ୍ରର ମାଆ ଓ ବାପା। ଆଉ ପିଲାଟିକୁ କାହିଁକି ଏଭଳି ଅବସ୍ଥାରେ ଛାଡ଼ିଯାଇଥିଲେ, ତାର ଉତ୍ତର ବି ରଖିଥିଲେ।

ଏ ନିର୍ଦ୍ଦୟ ଘଟଣା ସାମ୍ନାକୁ ପରେ ପ୍ରଶ୍ନ ଉଠୁଛି, ପିଲାଟି ଜନ୍ମରୁ ରୋଗାକ୍ରାନ୍ତ ବୋଲି ଡାକ୍ତର କହିବା ପରେ ତାର ଅଧିକ ଚିକିତ୍ସା ପାଇଁ ନକରି ବାପା ମାଆ ଛୁଆଟିକୁ ଏପରି ଅବସ୍ଥାରେ ଫିଙ୍ଗିଦେଲେ କେମିତି ? ନିଜ ଶିଶୁର ମଙ୍ଗଳ ମନାସିବା ବଦଳରେ ମାଆଟିଏ ଏତେ ନିଷ୍ଠୁର ହେଲା କିଭଳି ? ଅନ୍ୟପଟେ ଘରୋଇ ମେଡିକାଲର ୨୪ ଘଣ୍ଟିଆ ନିଘା ଭିତରେ ମାଆବାପା ଛୁଆଟିକୁ ଛାଡ଼ିଯିବା ବେଳେ ମେଡିକାଲ କର୍ମଚାରୀ କରୁଥିଲେ କଣ? ଘଟଣା ଜାଣିବା ପରେ କାଲିଠୁ ପୋଲିସ କିମ୍ବା ଚାଇଲଡାଇନକୁ ଖବର କାହିଁକି ଦେଲେନି?

ଏସବୁ ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବା ବେଳେ ଏଭଳି ଦାୟିତ୍ବହୀନତା ପାଇଁ ଛୁଆର ବାପା ମାଆ ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ଦାଏର କରାଯିବ ବୋଲି ସୂଚନା ଦେଇଛି ପୋଲିସ।

Advertisment
Advertisment