Advertisment

ପ୍ରେମିକ ନା ରାକ୍ଷସ ! ଲିଭ୍‌-ଇନ୍‌ ପାର୍ଟନରକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କଲା, ପ୍ରେସର୍‌କୁକର୍‌ରେ ପକାଇ ଶିଝାଇଲା...

ଲିଭ୍‌-ଇନ୍‌ ପାର୍ଟନରକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କଲା ପ୍ରେମିକ। ଏତିକିରେ ମନ ଶାନ୍ତ ହେଲାନି ଯେ, ମୃତଦେହ ଖଣ୍ଡକୁ ପ୍ରେସର୍‌କୁକର୍‌ରେ ପକାଇ ଶିଝାଇଲା। ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ମର୍ଡର କେସ୍‌ ଭଳି ଏକ ଘଟଣା ମହାରାଷ୍ଟ୍ରର ମୁମ୍ବାଇରେ ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
32 year old woman killed by live in partner in Maharashtra

32 year old woman killed by live in partner in Maharashtra

ଲିଭ୍‌-ଇନ୍‌ ପାର୍ଟନରକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କଲା ପ୍ରେମିକ। ଏତିକିରେ ମନ ଶାନ୍ତ ହେଲାନି ଯେ, ମୃତଦେହ ଖଣ୍ଡକୁ ପ୍ରେସର୍‌କୁକର୍‌ରେ ପକାଇ ଶିଝାଇଲା। ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ମର୍ଡର କେସ୍‌ ଭଳି ଏକ ଘଟଣା ମହାରାଷ୍ଟ୍ରର ମୁମ୍ବାଇରେ ଘଟିଛି। ଲିଭ୍‌-ଇନ୍‌ରେ ରହୁଥିବା ଜଣେ ବ୍ୟକ୍ତି ନିଜ ପ୍ରେମିକାକୁ ହତ୍ୟା ପରେ ଗଛ କଟା ମେସିନ୍‌ରେ ମୃତଦେହ ଖଣ୍ଡ ଖଣ୍ଡ କରିଥିଲା। ଏହାପରେ ଶରୀରର ଏହି ଖଣ୍ଡ ଅଂଶକୁ ପ୍ରେସର୍‌କୁକର୍‌ରେ ଶିଝାଇ ଦେଇଥିବା ଜଣାପଡ଼ିଛି। ଯେପରି କୌଣସି ଦୁର୍ଗନ୍ଧ ନଆସେ ଓ କେହି ଯେପରି ନଜାଣି ପାରନ୍ତି ଏଥିପାଇଁ ସେ ଏପରି କରିଥିବା କୁହାଯାଉଛି। ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଚଳାଇଛି।

Advertisment

ସୂଚନାଥାଉ କି, ମୀରା ରୋଡ୍‌ ସ୍ଥିତ ନୟା ନଗର ଥାନା ଅନ୍ତର୍ଗତ ଗୀତା-ଆକାଶଦୀପ ସୋସାଇଟିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସୋସାଇଟିର ୭ମ ମହଲାରେ ରହୁଥିବା ୫୬ ବର୍ଷୀୟ ମନୋଜ ସାହାଣୀ, ଲିଭ-ଇନ୍‌ ପାର୍ଟନର ୩୬ ବର୍ଷୀୟ ସରସ୍ୱତୀଙ୍କ ହତ୍ୟା କରିଛି। ଦୀର୍ଘ ଦିନ ହେବ  ଉଭୟ ଏକାଠି ରହୁଥିଲେ। ତେବେ କିଛିଦିନ ହେବ ମନୋଜ ରହୁଥିବା ଫ୍ଲାଟ୍‌ରୁ ଦୁର୍ଗନ୍ଧ ବାହାରୁଥିଲା। ଏନେଇ ପଡ଼ୋଶୀମାନେ ମଧ୍ୟ ଚିଡି ଯାଇଥିଲେ। ଶେଷରେ ପୋଲିସ୍‌କୁ ଖବର ଦେଇଥିଲେ।

ଫ୍ଲାଟ୍‌ରୁ ବାହାରୁଥିଲା ଦୁର୍ଗନ୍ଧ, ଖୋଜିବା ପରେ ମିଳିଲା ମୃତଦେହ ଖଣ୍ଡ...

ଖବରପାଇ ପୋଲିସ୍‌ ମନୋଜ ରହୁଥିବା ଫ୍ଲାଟ୍‌ରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲା। ଛାନ୍‌ଭିନ୍‌ ବେଳେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ପୋଲିସ୍‌ ଜାଣିବାକୁ ପାଇଥିଲା। ଏହାସହ ପୋଲିସ୍‌ ମହିଳାଙ୍କ ମୃତଦେହ ଖଣ୍ଡ ପାଇଥିଲା। ଏହାପରେ ତୁରନ୍ତ ମନୋଜକୁ ପୋଲିସ୍‌ ଗିରଫ କରିଥିଲା। ଜେରା ବେଳେ ସେ ଲିଭ୍‌-ଇନ୍‌ ପାର୍ଟନରକୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା। 

Advertisment

ଗଛ କଟା ମେସିନ୍‌ରେ ମୃତଦେହ କାଟିଲା, ପ୍ରେସ୍‌କୁକର୍‌ରେ ଶିଝାଇଲା...

ପୋଲିସ୍‌ ସୂଚନା ଅନୁସାରେ, କୌଣସି କଥାକୁ ନେଇ ମନୋଜ ଓ ସରସ୍ୱତୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ମନୋଜ ଲିଭ୍‌-ଇନ୍‌ ପାର୍ଟନର ସରସ୍ୱତୀଙ୍କୁ ହତ୍ୟା କରିଥିଲା। ଏହାପରେ ବଜାର ଯାଇ ଗଛ କଟା ମେସିନ୍‌ ଆଣିଥିଲା। ଫ୍ଲାଟ୍‌କୁ ଫେରି ମେସିନ୍‌ ସାହାଯ୍ୟରେ ମୃତଦେହ ଖଣ୍ଡ ଖଣ୍ଡ କରିଥିଲା। ଯାଞ୍ଚ ବେଳେ ପୋଲିସ୍‌ ଜାଣିବାକୁ ପାଇଛି ଯେ, ଯେପରି କୌଣସି ଦୁର୍ଗନ୍ଧ ନଆସେ ଏନେଇ ସେ ମୃତଦେହର କିଛି ଖଣ୍ଡକୁ ପ୍ରେସର୍‌କୁକର୍‌ରେ ପକାଇ ଶିଝାଇ ଦେଇଥିଲା। ପ୍ରମାଣ ନଷ୍ଟ ଓ ଦୁର୍ଗନ୍ଧରୁ ରକ୍ଷା ପାଇଁ ସେ ଏପରି କରିଥାଇପାରେ ପୋଲିସ୍‌ ଅନୁମାନ କରୁଛି। 

୩-୪ ଦିନ ପୂର୍ବେ ହତ୍ୟା ହୋଇଥିବା ଅନୁମାନ...

ପୋଲିସ୍‌ କହିଛି ଯେ, ୩-୪ ଦିନ ପୂର୍ବେ ହତ୍ୟା ହୋଇଥିବା ଅନୁମାନ କରାଯାଉଛି। ତେବେ ମୃତଦେହ ଖଣ୍ଡକୁ ଏକାଠି କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଘଟଣାସ୍ଥଳରେ ଫୋରେନସିକ୍‌ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ କରିଛି। ଏହାସହ ଫ୍ଲାଟ୍‌ରୁ ଅନ୍ୟ ପ୍ରମାଣ ମଧ୍ୟ ପୋଲିସ୍‌ ଯୋଗାଡ଼ କରିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ୍‌ କହିଛି।  ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିବା ସହ ଫ୍ଲାଟ୍‌କୁ ସିଜ୍‌ କରିଛି। 

Murder
Advertisment
Advertisment