Advertisment

ବିଚ୍‌ ବଜାରରେ ବିଦେଶୀ ୟୁଟ୍ୟୁବରଙ୍କୁ ଧକ୍କା, ଜୀବନ ବଞ୍ଚାଇ ଦୌଡ଼ି ପଳାଇଲେ...ଭିଡିଓ ଭାଇରାଲ୍‌

ଡଚ୍‌ ୟୁଟ୍ୟୁବରଙ୍କୁ ବେଙ୍ଗାଲୁରୁର ଏକ ମାର୍କେଟ୍‌ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ନିଜ ୟୁଟ୍ୟୁବ୍‌ ଚ୍ୟାନେଲ ପାଇଁ ବ୍ଲଗ୍‌ କରୁଥିବା ବେଳେ ସେଠାକାର ଜଣେ ସ୍ଥାନୀୟ ବ୍ୟବସାୟୀ ସମ୍ପୃକ୍ତ ୟୁଟ୍ୟୁବରଙ୍କୁ ହଇରାଣ କରିବା ସହ ତାଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dutch yotuber Physically Assaulted Harassed In Bengaluru

Dutch yotuber Physically Assaulted Harassed In Bengaluru

କଥାରେ ଅଛି ଅତିଥି ଦେବୋ ଭବଃ। ହେଲେ ବେଙ୍ଗାଲୁରୁରେ ଏହାର ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠି ଅତିଥିଙ୍କୁ ସମ୍ମାନ ବଦଳରେ ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଡଚ୍‌ ୟୁଟ୍ୟୁବରଙ୍କୁ ବେଙ୍ଗାଲୁରୁର ଚିକ୍‌ପେଟ୍‌ ମାର୍କେଟ୍‌ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ନିଜ ୟୁଟ୍ୟୁବ୍‌ ଚ୍ୟାନେଲ ପାଇଁ ବ୍ଲଗ୍‌ କରୁଥିବା ବେଳେ ସେଠାକାର ଜଣେ ସ୍ଥାନୀୟ ବ୍ୟବସାୟୀ ସମ୍ପୃକ୍ତ ୟୁଟ୍ୟୁବରଙ୍କୁ ହଇରାଣ କରିବା ସହ ତାଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Advertisment

ଜୀବନ ବଞ୍ଚାଇ ଦୌଡ଼ି ପଳାଇଥିଲେ ୟୁଟ୍ୟୁବର...

ଡଚ୍‌ ୟୁଟ୍ୟୁବର ପେଡ୍ରୋ ମୋଟା ଯେତେବେଳେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଲାଇଭ୍‌ କରୁଥିଲେ, ଏହି ସମୟରେ ତାଙ୍କ ସହ ଏହି ଘଟଣା ଘଟିଥିଲା। ବଜାରରେ ଚାଲି ଚାଲି ୟୁଟ୍ୟୁବରେ ଲାଇଭ କରୁଥିଲେ। ହେଲେ ଏହି ସମୟରେ ଜଣେ ବ୍ୟକ୍ତି ଆସି ତାଙ୍କୁ ଅଟକାଇ ତାଙ୍କ ହାତ ଧରି ନେଇଥିଲେ। ପେଡ୍ରୋ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନମସ୍ତେ କହିଥିଲେ। ହେଲେ ବ୍ୟକ୍ତି ଜଣକ ତାଙ୍କ ହାତ ଧରି ତାଙ୍କୁ ଧକ୍କା ମାରିଥିଲେ ଓ ଆକ୍ରମଣ କରିଥିଲେ। ଏହାପରେ କୌଣସି ମତେ ପେଡ୍ରୋ ନିଜକୁ ବଞ୍ଚାଇ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଆସିଥିଲେ।

Advertisment

ହଠାତ୍‌ ହାତ ଧରିଲେ, ତା’ପରେ ଆକ୍ରମଣ...

ସେହି ସମୟରେ ତାଙ୍କ ସହ କ’ଣ ଘଟିଥିଲା ଏନେଇ ପେଡ୍ରୋ ସୋସିଆଲ୍‌ ମିଡିଆରେ ଶେୟାର କରି କହିଛନ୍ତି, ଏହା ତାଙ୍କର ଭୟଙ୍କର ଅନୁଭୂତି ଥିଲା। ଅଭିଜ୍ଞତା ବାଣ୍ଟିବା ପାଇଁ ବିଦେଶୀ ନାଗରିକ ଭାରତର ବେଙ୍ଗାଲୁର ସ୍ଥିତ ଚୋର୍‌ ବଜାର ଯାଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆସି ହଠାତ୍‌ ତାଙ୍କ ହାତ ଧରି ପକାଇଥିଲେ ଓ ଆକ୍ରମଣ କରିଥିଲେ। କୌଣସି ମତେ ଜୀବନ ବଞ୍ଚାଇ ସେଠାରୁ ସେ ଖସି ପଳାଇ ଆସିଥିଲେ। ଏହାପରେ ପେଡ୍ରୋ କିଛି ଷ୍ଟ୍ରିଟ୍‌ ଫୁଡ୍‌ ଖାଇଥିଲେ ଓ କିଛି ଭାରତୀୟ ଲୋକଙ୍କୁ ଭେଟିବା ସହ ନୂଆ ସାର୍ଟ କିଣିଥିଲେ ବୋଲି ପେଡ୍ରୋ କହିଛନ୍ତି। 

ଭାଇରାଲ୍‌ ପରେ ପୋଲିସ୍‌ର ଆକ୍ସନ...

ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ପରେ ବେଙ୍ଗାଲୁରୁ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ପୋଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଛି। 

Advertisment
Advertisment