/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686561196.jpg)
brutal murder
ତେଲେଙ୍ଗାନାରୁ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି । ବିକାରବାଦ ଜିଲ୍ଲାରେ ଜଣେ ୧୯ ବର୍ଷର ଯୁବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ତେବେ ହତ୍ୟାକାରୀ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ । ଯୁବତୀଙ୍କୁ ପ୍ରଥମେ ଆଖିରେ ସ୍କ୍ରୁ ଡ୍ରାଇଭର ସାହାଯ୍ୟରେ ଆକ୍ରମଣ କରାଯାଇଥିବା ବେଳେ ତାଙ୍କ ଗଳାକୁ ବ୍ଲେଡରେ କାଟିଦେବା ପରେ ଖସି ଯାଇଛି ଅଭିଯୁକ୍ତ ।
ବିକାରାବାଦ ଜିଲ୍ଲାର କାଲାପୁର ଗାଁରେ ଏହି ଘଟଣା ଘଟିଛି । ଜଣେ ୧୯ ବର୍ଷିୟ ଯୁବତୀଙ୍କୁ କେହି ଅଜ୍ଞାତ ବ୍ୟକ୍ତି ଅତି ନିର୍ମମ ଭାବରେ ହତ୍ୟା କରିଛି । ପୋଖରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୀଡିତାଙ୍କ ନାମ ହେଉଛି ଜଟୁ ସିରିଶା । ତାଙ୍କ ଆଖିକୁ ଅତି ନିର୍ମମ ଭାବରେ ସ୍କ୍ରୁ ଡ୍ରାଇଭରରେ ଆକ୍ରମଣ କରାଯାଇଛି । ଏହା ପରେ ଯୁବତୀଙ୍କ ଗଳାକୁ ବ୍ଲେଡରେ କାଟିଦେଇଛି ଅଭିଯୁକ୍ତି । ତେବେ ଯୁବତୀଙ୍କ ମୃତ୍ୟୁ ପରେ ମୃତଦେହକୁ ପୋଖରୀରେ ଫିଙ୍ଗି ଅଭିଯୁକ୍ତ ଫେରାର ମାରିଛି ।
ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୧୧ଟା ସମୟରେ ଯୁବତୀ ଜଣକ ଘରୁ ବାହାରିଥିଲେ । ହେଲେ ଅନେକ ସମୟ ହେବା ପରେ ମଧ୍ୟ ଘରକୁ ଫେରିନଥିଲେ । ସେହି ସମୟରେ ତାଙ୍କୁ କେହି ହତ୍ୟା କରିଛି । ତେବେ ଏହି ଘଟଣା ପଛରେ କିଏ ଅଛି ଏବଂ ଏପରି କାହିଁକି କରିଛି ସେ ସମ୍ପର୍କରେ ସୂଚନା ମିଳିପାରି ନାହିଁ । ଯୁବତୀଙ୍କୁ ଏଭଳି ବୀଭତ୍ସ ଭାବରେ ହତ୍ୟା କରାଯାଇଛି ଯେ ତାଙ୍କ ମୃତଦେହ ଦେଖି ଡରି ଯାଇଥିଲେ ଗାଁ ଲୋକ ।
ଗାଁ ପାଖ ପୋଖରୀରେ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି । ଏବେ ଅଧିକ ତଦନ୍ତ ଆରମ୍ଭ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)