• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Marriage Procession
ବିବାହ ଶୋଭାଯାତ୍ରାରେ ୫୦, ହଜାରେ ଦର୍ଶକଙ୍କୁ ନେଇ ଚାଲିବ ଯାତ୍ରା

ହୋଟେଲ, ମଲ, କଲ୍ୟାଣ ମଣ୍ଡବ ଆଦିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଏମିତିକି ବାର୍ଷିକ ଉତ୍ସବ ମଧ୍ୟ ଆୟୋଜନ ହୋଇପାରିବ ନାହିଁ। 

Omicron
ରାଜ୍ୟରେ ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ୪ ଜଣ ବିଦେଶ ଫେରନ୍ତା

ରାଜ୍ୟରେ ଆଜି ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ILS ପକ୍ଷରୁ ସୂଚନା ଦିଆଯାଇଥିଲା। ଓମିକ୍ରନ୍ ଆକ୍ରାନ୍ତଙ୍କ ସଂପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ୫ ନୂଆ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ବିଦେଶ ଫେରନ୍ତା। 

  • Thursday, 30 December 2021
covid guidelines
ଜାନୁଆରୀରେ ପିକନିକ୍‌ ମନା। ରାତି ୧୦ରୁ ନାଇଟ୍‌ କର୍ଫ୍ୟୁ

ଆବଶ୍ୟକ ସ୍ଥଳରେ କଟକଣାକୁ ଅଧିକ କଡାକଡି କରାଯିବ। ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି।

covid vaccine
କାହିଁକି ଜରୁରୀ କରୋନା ଭ୍ୟାକ୍ସିନ୍‌, କାରଣ କହିଲେ ICMR ଡିଜି

ଟିକା ପାଇଁ ଯୋଗ୍ୟ ବରିଷ୍ଠ ନାଗରିକଙ୍କ ପାଖକୁ SMS ଆସିବ। ଜାନୁଆରୀ ୧୦ରୁ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ।

omicron Variant
ଆସିଲା ନୂଆ ୫ ଓମିକ୍ରନ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ସମସ୍ତ ୫ ଜଣଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ସେଥିରୁ ଜଣକର ପଜିଟିଭ ମିଳିଛି, ଜିନମ ସିକ୍ୟୁଏନସିଂ ପାଇଁ ଯାଇଛି।

Religious Institutions In Bhubaneswar To Remain Closed
ଓମିକ୍ରନ୍‌ ଭୟ: ଭୁବନେଶ୍ୱରରେ ୩ ଦିନ ବନ୍ଦ ରହିବ ଧର୍ମାନୁଷ୍ଠାନ

ରାଜ୍ୟରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ।

omicron
ରାଜ୍ୟରେ ଚିହ୍ନଟ ହେଲେ ଆଉ ୫ ଓମିକ୍ରନ ଆକ୍ରାନ୍ତ

ରାଜ୍ୟରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଏହି କ୍ରମରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ମାତ୍ର ୧୦ ଦିନ ଭିତରେ ରାଜ୍ୟରେ ୧୪ ଜଣ ସଂକ୍ରମିତ ଚିହ୍ନଟ ହେଲେଣି ।

Covid Positive
୭ ମାସ ଭିତରେ ୪ ଥର ଭ୍ୟାକ୍ସିନେଟେଡ୍, ହେଲେ ବି ପଜିଟିଭ୍

ଚାରି ଚାରି ଥର ଭ୍ୟାକ୍ସିନେଟେଡ୍ ହେବା ପରେ ବି କରୋନା ପଜିଟିଭ୍ ଚିହ୍ନଟ ହେଲେ ଜଣେ ମହିଳା । ଏଭଳି କିଛି ଦୃଶ୍ୟ ମଧ୍ୟପ୍ରଦେଶର ଇନ୍ଦୋର ଏୟାରପୋର୍ଟରେ ଦେଖିବାକୁ ମିଳିଛି । କୋଭିଡ ପଜିଟିଭ୍ ବାହାରିବାରୁ ତାଙ୍କର ଦୁବାଇ ଯାତ୍ରାକୁ ବାରଣ କରାଯାଇଥିବା କଥା ଏୟାରପୋର୍ଟ ଅଧିକାରୀ କହିଛନ୍ତି । ମହିଳା ଜଣକ ଚାରି ଥର ଭ୍ୟାକ୍ସିନ ନେବା କଥା କହୁଥିବାର ଶୁଣିବାକୁ ମିଳୁଛି ।

Omicron
ଓମିକ୍ରନକୁ ନେଇ ଅନ୍ତର୍ଜାତୀୟ ସମୁଦାୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କବାଣୀ

ଚିନ୍ତା ବଢାଇଲାଣି ଓମିକ୍ରନ୍ । କୋଭିଡ ବିଶେଷ କରି ଓମିକ୍ରନକୁ ନେଇ ଅନ୍ତର୍ଜାତୀୟ ସମୁଦାୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କବାଣୀ । କରୋନାର ଆଗାମୀ ସୁନାମିରେ ହୁଏତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନିଜେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍ ଗେବ୍ରିୟେସୁସ୍ ।

corona
ଗମ୍ଭୀର ହେଲାଣି କରୋନା ସ୍ଥିତି : ମୁମ୍ବାଇ ଓ ଦିଲ୍ଲୀ ପରି ବଡ଼ ସହରରେ ସ୍ଥିତି ସଂଗୀନ

ଦେଶକୁ ଆସିଗଲା କି ତୃତୀୟ ଲହରୀ । ଅନ୍ୟ ଦେଶ ପରି ଭାରତରେ ମଧ୍ୟ ସଂକ୍ରମଣ ଲଙ୍ଗ ଜମ୍ପ୍‌ ମାରୁଛି । ଧୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି ।

Omicron
ଦେଶରେ ବଢୁଛି କୋଭିଡ ପଜିଟିଭ୍ ସଂଖ୍ୟା, ଆସିଗଲା କି ତୃତୀୟ ଲହର!

ୟେଲୋ ଆଲର୍ଟ ଜାରି ହୋଇଥିବା ଦିଲ୍ଲୀରେ, ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୭୦ ପ୍ରତିଶତ ବଢ଼ିଛି । ୪୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ରେଟ୍ ପ୍ରାୟ ୧ ପ୍ରତିଶତ ରହିଛି । ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨୩୮କୁ ବଢ଼ିଛି, ଯାହାକି ଦେଶରେ ସର୍ବାଧିକ ବୋଲି କୁହାଯାଉଛି ।

Omicron
ଓଡିଶାକୁ ଘାରିଲାଣି ଓମିକ୍ରନ୍ ଭୟ: ଆଜି ଆଉ ଜଣେ ପଜିଟିଭ୍ ଚିହ୍ନଟ

ରାଜ୍ୟରେ କାୟା ବିସ୍ତାର କରୁଛି ଓମିକ୍ରନ ଭାରିଆଣ୍ଟ । ଆଜି ଆଉ ଜଣଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଏଭଳି ସଂଖ୍ୟାବୃଦ୍ଧି ପରେ ଭୟ ବଢ଼ିବାରେ ଲାଗିଛି । କେବଳ ଯେ ଓମିକ୍ରନ୍, ତାନୁହେଁ, କରୋନାର ଦୈନିକ ସଂକ୍ରମଣ ମଧ୍ୟ ଚିନ୍ତା ବଢ଼ାଇଛି ।

nandankanan
ଓମିକ୍ରନ୍‌ ଭୟ ! ସଂକ୍ରମଣ ରୋକିବାକୁ ନନ୍ଦନକାନନ ବନ୍ଦ

ଆଗକୁ ନୂଆ ବର୍ଷ ଆସୁଛି । ନୂଆ ‍ବର୍ଷରେ ନନ୍ଦନକାନନରେ ଅହେତୁକ ଭିଡ଼ ଦେଖିବାକୁ ମିଳିବ । ଆଉ ଭିଡ଼ ହେଲେ ସଂକ୍ରମଣ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି ।

Pramod Sawant
ଡରାଇଲାଣି କରୋନା ! ଗୋଆରେ ନ୍ୟୁ-ୟର ପାର୍ଟି ମନା, ନେଗେଟିଭ୍ ସାର୍ଟିଫିକେଟ୍‌ ଥିଲେ ମିଳିବ ଏଣ୍ଟ୍ରି

ବୁଧବାର ସଂଧ୍ୟାରେ ଏ ନେଇ ଗାଇଡଲାଇନ ଜାରି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଜିରୋ ନାଇଟ ସେଲିବ୍ରେସନରେ ଯୋଗ ଦେଉଥିବା ଅତିଥି ମଧ୍ୟ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ସହ କୋଭିଡ୍‌ର ପୂର୍ଣ୍ଣ ଦୁଇଟି ଟିକା ନେଇଥିବା ଜରୁରୀ ରହିଛି ।

  • Wednesday, 29 December 2021
Coronavirus
କରୋନା କହର ! ମୁମ୍ବାଇରେ ସ୍ଥିତି ସାଂଘାତିକ, ଦିନକରେ ୯୦ ପ୍ରତିଶତ ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା

ଗତ ସପ୍ତାହରେ ୫ ହଜାରରୁ ୬ ହଜାର ମଧ୍ୟରେ ପଜିଟିଭ ଚିହ୍ନଟ ହୋଇଥିଲେ । ଏଭଳି ସ୍ଥିତିରେ ସରକାର ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ । କେଭିଡ୍ କଟକଣାକୁ ଠିକ୍ ଭାବେ ପାଳନ କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । 

Baba Akhandalamani Temple To Remain Closed
୩ ଦିନ ବନ୍ଦ ରହିବ ବାବା ଆଖଣ୍ଡଳମଣିଙ୍କ ଦର୍ଶନ

ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ୩ ଦିନ ପାଇଁ ବନ୍ଦ ରହିବ। ଡିସେମ୍ବର ୩୧ ସକାଳ ୬ରୁ ଜାନୁଆରୀ ୨ ତାରିଖ ସନ୍ଧ୍ୟା ୮ଟା ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। 

omicron Variant
ରାଜଧାନୀରେ ଓମିକ୍ରନ୍ ଭୟ ! ସର୍ବାଧିକ ସଂକ୍ରମିତ ଚିହ୍ନଟ

ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍ ଆତଙ୍କ । ଏହିଠାରୁ ହିଁ ଦେଶର ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।

school students
ବଦଳିବ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି !

ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି DMET କହିଛନ୍ତି।

Covid Vaccination Team Detained By Villagers
କରୋନା ଟିକା ଦେବାକୁ ଯାଇ ଅଙ୍ଗନବାଡ଼ି ଦିଦି, ଆଶାକର୍ମୀ ହଟହଟ୍ଟା; ୬ ଘଣ୍ଟା ଅଟକ ରଖିଲେ ଗାଁ ଲୋକେ

କରୋନା ଟିକା ଦେବାକୁ ଯାଇ ହଟହଟ୍ଟା ହେଲେ ଅଙ୍ଗନବାଡ଼ି ଦିଦି ଓ ଆଶାକର୍ମୀ। ଗାଁଲୋକେ ସେମାନଙ୍କୁ ୬ ଘଣ୍ଟା ଅଟକ ରଖିଥିଲେ।

omicron Variant
ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ

ରାଜ୍ୟରେ ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଓମିକ୍ରନ୍‌ ଆକ୍ରାନ୍ତ ଜଣକ UAE ଫେରନ୍ତା ବୋଲି ସୂଚନା ମିଳିଛି। 

Booster Dose
କିଏ ନେବ ବୁଷ୍ଟର ଡୋଜ୍‌ ? ସ୍ପଷ୍ଟ କଲେ ସରକାର..

୬୦ ବର୍ଷରୁ ଅଧିକ ବୟସ୍କ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ବୁଷ୍ଟର୍ ଡୋଜ୍ ନେବା ପାଇଁ ଲୋଡ଼ା ନାହିଁ କୌଣସି ମେଡିକାଲ୍ ସାର୍ଟିଫିକେଟ୍ ।

  • Tuesday, 28 December 2021
Corona
ଓଡ଼ିଶାକୁ ଫେବ୍ରୁଆରୀ ଟେନସନ୍, ମାସ ଶେଷ ଆଡ଼କୁ ଶୀର୍ଷ ଛୁଇଁବ !

ICMR ଅନୁସାରେ ଯଦି ତୃତୀୟ ଲହର ଆସେ ତାହାଲେ ଓଡ଼ିଶାକୁ ଖୁବ୍‌ଶୀଘ୍ର ଆସିବ । ଫେବ୍ରୁଆରୀ ମାସ ଶେଷ ବେଳକୁ ଏହା ଶୀର୍ଷ ଛୁଇଁପାରେ, ତେଣୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି ।

  • Tuesday, 28 December 2021
Vaccine for Children
୧୦ରୁ କଟକରେ ପ୍ରିଭେଣ୍ଟିଭ୍ ଡୋଜ୍ ବା ବୁଷ୍ଟର ଡୋଜ୍

ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଯାବତ୍ ଦେଶରେ ୬୫୩ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ମହାରାଷ୍ଟ୍ରରେ ସର୍ବାଧିକ ୧୬୭ ଜଣଙ୍କ ଠାରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ।

  • Tuesday, 28 December 2021
vaccination
କିଶୋରଙ୍କୁ ପ୍ରଥମ ଡୋଜ୍ ଓ ବୃଦ୍ଧଙ୍କୁ ତୃତୀୟ ଡୋଜ୍ ଟିକା, ଦିଆଯିବ କେମିତି ? ଜାଣନ୍ତୁ...

ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା ଏବଂ ବରିଷ୍ଠ ନାଗରିକ ଯେଉଁମାନେ ଏପ୍ରିଲ ସୁଦ୍ଧା ଦ୍ୱିତୀୟ ଡୋଜ୍‌ ନେଇଥିବେ ସେମାନଙ୍କୁ ଜାନୁଆରୀ ୧୦ ତାରିଖରୁ ତୃତୀୟ ଡୋଜ୍‌ ବା  ପ୍ରତିଷେଧମୂଳକ ଡୋଜ୍‌ ଦିଆଯିବ।

Possible third wave
ଖୁବ୍‌ଶୀଘ୍ର ଆସିବ କରୋନାର ତୃତୀୟ ଲହର ! ଓଡିଶାରେ ପହଞ୍ଚିପାରେ ପିକ୍‌ରେ ...

ଯଦି କରୋନାର ତୃତୀୟ ଲହର ଆସେ, ତା’ ହେଲେ ଖୁବ୍‌ଶୀଘ୍ର ଏହା ଓଡ଼ିଶାକୁ ଆସିପାରେ। ଫେବୃଆରୀ ମାସ ଶେଷ ବେଳକୁ ଏହା ପିକ୍‌ ସ୍ତରରେ ପହଞ୍ଚିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।