Advertisment

ବିବାହ ଶୋଭାଯାତ୍ରାରେ ୫୦, ହଜାରେ ଦର୍ଶକଙ୍କୁ ନେଇ ଚାଲିବ ଯାତ୍ରା

ହୋଟେଲ, ମଲ, କଲ୍ୟାଣ ମଣ୍ଡବ ଆଦିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଏମିତିକି ବାର୍ଷିକ ଉତ୍ସବ ମଧ୍ୟ ଆୟୋଜନ ହୋଇପାରିବ ନାହିଁ।

author-image
Chandan Shishu
Marriage Procession

Marriage Procession

ଭୁବନେଶ୍ୱର: ଜାନୁଆରୀ ମାସ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ଜାନୁଆରୀରେ ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ଜାରି ରହିବ ନାଇଟ କର୍ଫ୍ୟୁ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ। ସକାଳ ୫ରୁ ରାତି ୧୦ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଦୋକାନ ଖୋଲା ରହିବ। ଅନ୍ୟ ପକ୍ଷରେ ଓମିକ୍ରନ ସଂକ୍ରମଣକୁ ଦେଖି ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ କରାଯାଇଛି। ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକ ସାମିଲ ହୋଇପାରିବେ।

Advertisment

ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମେଳା ଆଦି ଆୟୋଜନ କରାଯାଇପାରିବ ନାହିଁ। ପାର୍କ, ବେଳାଭୂମି, କ୍ଳବରେ ପିକନିକ୍ ହୋଇପାରିବ ନାହିଁ।  ସେହିପରି ହୋଟେଲ, ମଲ, କଲ୍ୟାଣ ମଣ୍ଡବ ଆଦିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଏମିତିକି ବାର୍ଷିକ ଉତ୍ସବ ମଧ୍ୟ ଆୟୋଜନ ହୋଇପାରିବ ନାହିଁ। କୋଭିଡ଼ ନିୟମ ମାନି ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍, ଅଡିଟୋରିୟମ୍ ଏବଂ ଥିଏଟରରେ କାର୍ଯ୍ୟକ୍ରମ ଚାଲିପାରିବ। ଅନ୍ୟପକ୍ଷରେ ସର୍ବାଧିକ ୧ ହଜାର ଦର୍ଶକଙ୍କୁ ନେଇ ଅନୁମତିରେ ଚାଲିପାରିବ ଯାତ୍ରା।

୨୫୦ ଲୋକଙ୍କୁ ନେଇ ବିବାହ, ବ୍ରତ, ଶୁଦ୍ଧିକାର୍ଯ୍ୟ କରାଯାଇପାରିବ। ସମସ୍ତଙ୍କୁ ମିଶାଇ ୫୦ ଜଣରେ ବରଯାତ୍ରୀ ଶୋଭାଯାତ୍ରା ବି ହୋଇପାରିବ। ତେବେ ସର୍ବସାଧାରଣ ଭୋଜିଭାତକୁ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି।  

Advertisment

ସେହିପରି ଡିସେମ୍ବର ୩୧ ଓ ନୂଆବର୍ଷର ପ୍ରଥମ ଦୁଇ ଦିନରେ ଅଧିକ ସତର୍କତା ଲାଗି ସରକାରଙ୍କ ପକ୍ଷରୁ କୁହାଯାଇଛି। ପାର୍କ, ପିକନିକ୍ ସ୍ପଟ୍, ମଲ୍, ହୋଟେଲ ଏବଂ କ୍ଲବ ଭଳି ଭିଡ ଜମୁଥିବା ସ୍ଥାନରେ ନିୟମିତ ଯାଂଚ କରାଯିବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମକୁ କଡାକଡି ଭାବେ ପାଳନ କରାଯିବ। ଆବଶ୍ୟକ ସ୍ଥଳରେ କଟକଣାକୁ ଅଧିକ କଡାକଡି କରାଯିବ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି।   

Omicron Cases In Odisha Omicron Variant Covid Guidelines COVID19
Advertisment
Advertisment