Advertisment

Heat Wave: ରାଜଧାନୀରେ ୩୭ ଟପିଲା ପାରଦ

ମାର୍ଚ୍ଚ ଅଧା ନ ହେଉଣୁ ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଗତକାଲି ପାରଦ ୪୦ ପାର ହୋଇଥିବା ବେଳେ ଆଜି ମଧ୍ୟ ସମଗ୍ର ରାଜ୍ୟରେ ନିଆଁ ବର୍ଷୁଛି। ସେହିପରି ଚଳିତ ବର୍ଷ ପ୍ରଥମ ଥର ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୭ ଡିଗ୍ରୀ ପାର କରିଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
bhubaneswar

bhubaneswar

ମାର୍ଚ୍ଚ ଅଧା ନ ହେଉଣୁ ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଗତକାଲି ପାରଦ ୪୦ ପାର ହୋଇଥିବା ବେଳେ ଆଜି ମଧ୍ୟ ସମଗ୍ର ରାଜ୍ୟରେ ନିଆଁ ବର୍ଷୁଛି। ସେହିପରି ଚଳିତ ବର୍ଷ ପ୍ରଥମ ଥର ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୭ ଡିଗ୍ରୀ ପାର କରିଛି। ଦିନ ୨.୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୭ ଡିଗ୍ରୀ ପାର କରିଛି। ୨ଟା ୩୦ ସୁଦ୍ଧା ତାପମାତ୍ରା ୩୭.୪ ଡିଗ୍ରୀରେ ପହଞ୍ଚିଛି। ଅନ୍ୟ ପକ୍ଷରେ ଝାରସୁଗୁଡା ଓ ସମ୍ବଲପୁରରେ ତାପମାତ୍ରା ୩୯.୮ ଡିଗ୍ରୀ ରହିଛି। ସେହିପରି ରାଉରକେଲାରେ ୩୯, ହୀରାକୁଦରେ ୩୮.୮, ଚାନ୍ଦବାଲିରେ ୩୭.୪ ଓ କେନ୍ଦୁଝରରେ ୩୬.୬ ଡିଗ୍ରୀ ରହିଛି ତାପମାତ୍ରା।

Advertisment

ଏହା ବ୍ୟତୀତ ଆଜିଠୁ ୪ଦିନ ପାଇଁ ଜାରି ହୋଇଛି ହିଟ୍ ୱେଭ୍ ସତର୍କତା। ଉପକୂଳରୁ ଉପାନ୍ତ ସବୁଠି ତାତି ତାଉ ଥିବା ବେଳେ ଆଜିଠୁ ଜଳିବ ପଶ୍ଚିମ ଓଡ଼ିଶା। ହୋଲିରେ ବି ଅନୁଭବ ହେବ ଟାଇଁ ଟାଇଁ ଖରା। ୧୩ରୁ ୧୬ ତାରିଖ ୪ ଦିନ ପାଇଁ ୟେଲୋ ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ପାଇଁ ବଲାଙ୍ଗିର,ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡା ସହ ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ସତର୍କତା ଜାରି କରିଛି ବିଭାଗ।

ସେହିପରି ୧୪ ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ଅନୁଗୋଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୫ ତାରିଖରେ ପ୍ରବଳ ଖରା ନେଇ ୫ ଜିଲ୍ଲା ସୁନ୍ଦରଗଡ଼, ସୋନପୁର, ଅନୁଗୋଳ ,ବରଗଡ଼ ଓ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ୧୬ ତାରିଖରେ ଝାରସୁଗୁଡ଼ା ଓ ସମ୍ବଲପୁର ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି। ବୁଧବାର ବୌଦ୍ଧ ଜିଲ୍ଲାରେ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ ହୋଇଥିଲା। ସେହିପରି ଅନ୍ୟ ୧୨ଟି ସହରରେ ୩୮ ଡିଗ୍ରୀ ଉପରେ ରହିଥିଲା ତାପମାତ୍ରା ।

Advertisment

ଅଧିକ ପଢ଼ନ୍ତୁ: ରାଜ୍ୟରେ ବଢୁଛି ଖରାର ପ୍ରକୋପ, ପ୍ରଥମ ଥର ପାଇଁ ତାତି ଛୁଇଁଲା ୩୯ ଡିଗ୍ରୀ

Bhubaneswar Heat Wave Heat Wave In Odisha
Advertisment
Advertisment