/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640866096.jpg)
covid vaccine
ନୂଆଦିଲ୍ଲୀ: ଟିକା ସଂକ୍ରମଣ ରୋକିବନି, ସଂକ୍ରମଣ ରୋକିବାକୁ ସଚେତନ ଜରୁରୀ। କୋଭିଡ଼ ନିୟମ ଅନୁପାଳନ କଲେ ସଂକ୍ରମଣକୁ ରୋକି ହେବ। ଓମିକ୍ରନ୍ ସମ୍ପର୍କରେ ସୂଚନା ଦେବାକୁ ଯାଇ ଏକଥା କହିଛନ୍ତି ଆଇସିଏମ୍ଆର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ। ସେ ଯେଉଁ ଦେଶର ଟିକା ହୋଇଥାଉ, ସଂକ୍ରମଣ ପ୍ରତିରୋଧ କରିପାରିବନି। ଟିକା ଇମ୍ୟୁନିଟି ବଢ଼େଇବ, ରୋଗକୁ ପ୍ରତିରୋଧ କରିପାରିବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ୩ଟି କାରଣ ପାଇଁ ବୁଷ୍ଟର ଡୋଜ୍ ଦିଆଯାଉଛି। ଟିକା ରୋଗୀକୁ ଗୁରୁତର ହେବା ଓ ମୃତ୍ୟୁମୁଖରୁ ବଞ୍ଚାଇ ପାରିବ। ରୋଗୀକୁ ହସ୍ପିଟାଲରେ ଆଡମିଶନ ହେବାରୁ ଟିକା ରକ୍ଷା କରିବ। ବୁଷ୍ଟର ଡୋଜ୍ ବା ପ୍ରତିଷେଧମୂଳକ ଡୋଜ୍ ପାଇଁ ମେସେଜ୍ ଆସିବ। ଟିକା ପାଇଁ ଯୋଗ୍ୟ ବରିଷ୍ଠ ନାଗରିକଙ୍କ ପାଖକୁ SMS ଆସିବ। ଜାନୁଆରୀ ୧୦ରୁ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ।
ସବୁଠାରୁ ଆଶ୍ୱସ୍ତିର କଥା ହେଲା ଦେଶରେ ୩୨୦ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ ଦେଶରେ ୯୬୧ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)