ଲୁଗା ଧୋଇବାକୁ ନଈକୁ ଯାଇଥିଲେ । ଛକିଥିଲା କୁମ୍ଭୀର...ହଠାତ୍ ପାଣି ଭିତରକୁ ନେଲା ଟାଣି । ଯେତେ ପାଟି କଲେ ବି କେହି ଶୁଣିବାକୁ ନଥିଲେ । ଖିନଭିନ୍ କରି ଅଧାରୁ ଅଧିକ ମହିଳାଙ୍କ ଶରୀରକୁ ଖାଇଦେଲା
ବରଗଡ ଜିଲ୍ଲା କାଦୋବାହାଲ ଅଞ୍ଚଳରେ ଘଟିଛି ଦୁର୍ଘଟଣା । ଦ୍ରୁତଗତିରେ ଟ୍ରକଟି ଆସି ଛାତ୍ରୀଙ୍କ ଉପରେ ଓଲଟି ପଡିଥିଲା ।
ଗତ ୮ ମାସରେ ଦୁର୍ଘଟଣାରେ ଗଲାଣି ୬ ଜୀବନ । ତ୍ରୁଟିପୂର୍ଣ୍ଣ ନିର୍ମାଣ ଶୈଳୀ ଯୋଗୁଁ ବେଶି ଦୁର୍ଘଟଣା ଅଭିଯୋଗ ।
ବାପା-ମାଆ ଝଗଡ଼ା କଲେ। ନିଇତି ପାଟିତୁଣ୍ଡ, ମାରପିଟ୍ ବି ହେଲା। ପାରିବାରିକ କଳହ ଦିନକୁ ଦିନ ବଢିବାରେ ଲାଗିଲା। ଆଉ ଶେଷରେ ଏହି କଳହର କରୁଣ ପରିଣତି ଭୋଗୁଛି ୧୦ ମାସର କଅଁଳ ଶିଶୁ। କଟକରେ ୯ ମାସର ନିଷ୍ପାପ ଶିଶୁକୁ ଧରି ନଦୀକୁ ଡେଇଁ ପଡିଛି ବାପା। ତେବେ ଭାଗ୍ୟବଶତଃ ପିଲାଟି ବଂଚିଯାଇଛି। ବର୍ତ୍ତମାନ ଆଇସିୟୁରେ ତାର ଚିକିତ୍ସା ଚାଲିଛି। ସେପଟେ ପାଣିରେ ବୁଡି ନିଖୋଜ ବାପାର ଏଯାଏଁ ପତ୍ତା ମିଳିପାରିନି।
୯ମାସର ଛୁଆକୁ ଧରି ନଦୀକୁ ଡେଇଁପଡ଼ିଲା ବାପା । କଟକ ଜିଲ୍ଲା ସଦର ଥାନା ସଇଁନ୍ଦା ନିକଟରେ ଥିବା ସିଢ଼ୁଆ ନଦୀରେ ଏହି ଅଘଟଣ ଘଟିଛି । ପାରିବାରିକ କଳହରୁ ବାପା ଛୁଆକୁ ଧରି ନଦୀକୁ ଡେଇଁପଡ଼ିଥିବା ସୂଚନା ମିଳିଛି । ଏ ନେଇ ସ୍ଥାନୀୟ ଲୋକ ପ୍ରଥମେ ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।
୧୪ଶହ ଲୋକଙ୍କୁ ସ୍ଥାନାନ୍ତର, ପୋଡ଼ିଯାଇଛି ୨ ହଜାର ଘର । ଆପାତକାଳୀନ ପରିଚାଳନାରେ ତ୍ରୁଟି ଅଭିଯୋଗ କରିଛନ୍ତି ଲୋକେ ।
ସ୍କୁଲରେ ବଜ୍ରପାତ ଘଟି ୧୬ ପିଲା ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଗରଦପୁର ବ୍ଲକ୍ କୁଦାନଗରୀ ହାଇସ୍କୁଲରେ ବଜ୍ରପାତ ହୋଇଛି। ସମସ୍ତେ ପାଟକୁରା ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ହାଇସ୍କୁଲ୍ରେ ଅସ୍ଥାୟୀ ଭାବେ ଚାଲିଥିଲା ଆଦର୍ଶ ବିଦ୍ୟାଳୟ।
ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲିଥିଲା ଆଦର୍ଶ ବିଦ୍ୟାଳୟ।
ପୋଲିସ ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରେ ନେହେରୁ ନଗର ପୋଲିସ ଷ୍ଟେସନ ଅଧିନସ୍ଥ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ।
ରାସ୍ତାରୁ ଗୁରୁତର ଭାବେ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ବାଘଟିକୁ ପଶୁ ଚିକିତ୍ସାଳୟକୁ ନେବା ସମୟରେ ମୃତ୍ୟୁ ହୋଇଥିଲା।
ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ ପାଇଁ ଲାଗିଛି ୬ଟି ଅଗ୍ନିଶମ ଗାଡ଼ି ।
୨ ଜଣ କାଉଡ଼ିଆଙ୍କୁ ଉଦ୍ଧାର କରାଯାଇପାରିନାହିଁ । ସେମାନେ ଏବେ ବି ନିଖୋଜ ରହିଛନ୍ତି । ଏନେଇ ଅଗ୍ନିଶମ ବାହିନୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ କାଉଡ଼ିଆଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜଡ଼ାପାଳ ନିକଟରେ ବ୍ରିଜ ତଳକୁ ଖସିଲା ମଦ ବୋଝେଇ ସ୍କର୍ପିଓ । ୬ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ଡ୍ରାଇଭର ଗିରଫ ।
ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।
ଆଲୁମିନିୟମ ବୋଝେଇ ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ । ଆଜି ଭୋର ୪ଟା ସମୟରେ ଦୁଇଟି ଯାକ ଟ୍ରକ କୋଲକାତା ଅଭିମୁଖେ ଯାଉଥିବା ବେଳେ ଲୁହା ଚାଦର ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇ ଆଲୁମିନିୟମ ବୋଝେଇ ଟ୍ରକଟି ଜଳିଯାଇଛି ।
ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।
ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । କେନ୍ଦୁଝରରେ ବି ସ୍ଥିତି ସଙ୍ଗୀନ ହେଲାଣି...ଜୁଡିଆ ଘାଟିରେ ପାହାଡ଼ ଧସି ପଥର ରାସ୍ତା ଉପରେ ପଡିଛି...ରାସ୍ତାରେ ଯାଉଯାଉ ଟ୍ରକ୍ ଉପରେ ପଡିଲା ବିରାଟ ପଥର ଖଣ୍ଡ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର।
ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଡ଼ିଲା ବଡ଼ ପଥର । ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ମାଲ୍ବାହୀ ଟ୍ରେନ୍ ଇଞ୍ଜିନ ଉପରେ ଏକ ବିରାଟକାୟ ପଥର ଖସିପଡ଼ିଛି । ଫଳରେ ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ବେଳେ ସୌଭାଗ୍ୟବଶତଃ ରେଲୱେ କର୍ମଚାରୀ ସୁରକ୍ଷିତ ଅଛନ୍ତି । ବଇଣ୍ଡା ଠାରୁ ଗୋଟିଏ କିମି ଦୂରରେ ଏହି ଅଘଟଣ ଘଟିଛି । ଏବେ ଘଟଣାସ୍ଥଳରେ ପହଞ୍ଚି ରେଲୱେ ଅଧିକାରୀ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ପ୍ରବଳ ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର୍ । ବାଲେଶ୍ଵର ସିମୁଳିଆ ଥାନା ୧୬ନଂ ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି ।
ମାଲ୍ବାହୀ ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଡ଼ିଲା ବଡ଼ ପଥର..ତାଳଚେରରୁ ସମ୍ବଲପୁର ଅଭିମୁଖେ ଯିବାବେଳେ ପଡ଼ିଲା ପଥର
ଚଳିତ ସପ୍ତାହରେ ଆସିବ ଶେଷ ପର୍ଯ୍ୟାୟ DNA ରିପୋର୍ଟ । ବଳକା ମୃତ ଶରୀର ନେଇ ସରକାର ନେବେ ନିଷ୍ପତ୍ତି ।
ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍। ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ର ସାହାପୁରରେ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଏହି ବଡ଼ ଅଘଟଣ ଘଟିଛି।
ପ୍ରବଳ ବର୍ଷା ସହ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ରାତି ୭ଟା ଯାଏ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
କି ଦୁଃଖ ଦେଲା ଦଇବ ! ବିବାହର ୧୦ ଦିନ ପୂରୁଣୁ ନବଦମ୍ପତିଙ୍କ ଜୀବନ ଚାଲିଗଲା ।
ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ିପଡ଼ିବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି ।