• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମାଲ୍‌ବାହୀ ଟ୍ରେନ୍ ଧକ୍କାରେ ମାଈହାତୀ ମୃତ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ୍ ପଳସା ନିକଟରେ ମାଲବାହୀ ଟ୍ରେନ୍ ଧକ୍କାରେ ଗୋଟିଏ ମାଈହାତୀର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଆଜି ଭୋର୍ ସମୟରେ ନୟାଗଡ଼ ଓ ଜୁରୁଡ଼ି ଷ୍ଟେସନ୍ ମଝିରେ ପଳସା ନିକଟରେ ରେଳ ଲାଇନ୍ ପାର୍ ହେଉଥିବା ବେଳେ ହାତୀକୁ ଧକ୍କା ଦେଇଥିଲା ଟ୍ରେନ୍ । ଫଳରେ, ଘଟଣାସ୍ଥଳରେ ହାତୀର ମୃତ୍ୟୁ ଘଟିଥିଲା ।

ମୃତ ହାତୀର ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ସୂଚନା ମିଳିଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କୁହୁଡ଼ି ଯୋଗୁ ଭିଜିବିଲିଟି କମିଯିବାରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।

PCCFଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଜଏଣ୍ଟ ଟାକ୍ସଫୋର୍ସ ଏହା ଘଟଣା ଉପର ନଜର ରଖିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ରେଲୱେ ପୋଲିସ ଫୋର୍ସ ଓ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଛି ।

  • Reported by:
  • PRANAYA PANI