Advertisment

ଏକ୍ସପ୍ରେସ୍‌ୱେରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍‌କୁ ଧକ୍କା ଦେଲା ମିନି ବସ୍‌, ୧୨ ମୃତ

ମୁମ୍ବାଇ-ନାଗପୁର ସମୃଦ୍ଧି ସୁପର ଏକ୍ସପ୍ରେସ୍‌ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
12 killed after mini-bus rams into truck in Maharashtra

12 killed after mini-bus rams into truck in Maharashtra

ମୁମ୍ବାଇ-ନାଗପୁର ସମୃଦ୍ଧି ସୁପର ଏକ୍ସପ୍ରେସ୍‌ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଓ ୬ ବର୍ଷୀୟା ନାବାଳିକା ଅଛନ୍ତି । ଏକ ମିନି ବସ୍‌ ଟ୍ରକ୍‌କୁ ଧକ୍କା ଦେବା ଯୋଗୁ ଦୁର୍ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ଛତ୍ରପତି ସମ୍ଭାଜୀ ନଗର ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି। ମୃତାହତମାନେ ଏକ ମିନି ବସ୍‌ରେ ନାସିକ ଇନ୍ଦିରାନଗର ସ୍ଥିତ ଘରକୁ ଯାଉଥିବା ବେଳେ ଟ୍ରକ୍‌କୁ ପଛପଟୁ ବସ୍‌ ଧକ୍କା ଦେଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସ୍‌ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲେ। ମିନି ବସ୍‌ ଡ୍ରାଇଭରଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଛନ୍ତି । ବର୍ତ୍ତମାନ ହସ୍ପିଟାଲ୍‌ରେ ସେ ଚିକିତ୍ସିତ ହେଉଛନ୍ତି।

Advertisment

ଦୁର୍ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । 

Accident
Advertisment
Advertisment