/odishatv-khabar/media/post_attachments/uploadimage/library/16_9/16_9_0/s_1698393139.jpg)
Delhi Hit And Run Case
ଦିଲ୍ଲୀରେ ହିଟ୍ ଆଣ୍ଡ୍ ରନ୍ । ଦିଲ୍ଲୀ ପୋଲିସ କନଷ୍ଟେବଲଙ୍କୁ ଧକ୍କା ଦେଇ ଫେରାର୍ ମାରିଲେ କାର୍ ଡ୍ରାଇଭର । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାର ସିସିଟିଭି ଚିତ୍ର ଏବେ ସାମ୍ନାକୁ ଆସିଛି । ଗତ ୨୪ ଓ ୨୫ ତାରିଖ ମଧ୍ୟ ରାତ୍ରରେ ଏହି ଘଟଣା ଘଟିଥିଲା।
ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର କନ୍ନଟ ପ୍ଲେସ୍ରେ ପୋଲିସ କନଷ୍ଟେବଲ ଜଣକ ଚେକ୍ ପୋଷ୍ଟରେ ଥିବା ଏକ ଗାଡ଼ି ନିକଟରେ ଛିଡ଼ା ହୋଇ ଚେକିଂ କରୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଏକ ଏସୟୁଭି କାର୍ ଆସି କନଷ୍ଟେବଲଙ୍କୁ ଧକ୍କା ଦେଇଥିଲା ।
#WATCH | CCTV footage shows a Delhi Police personnel hit by an SUV and thrown into the air in the Connaught Place area
The incident happened on the intervening night of 24th-25th October. Police detained the car driver and action was taken against him.
(Video source: Delhi… pic.twitter.com/5lMAD0It7g
— ANI (@ANI) October 27, 2023
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପୋଲିସ କର୍ମଚାରୀ ଜଣକ ଛିଟ୍କି ହୋଇ କିଛି ଦୂରରେ ଯାଇ ପଡ଼ିଥିଲେ । ଦୁର୍ଘଟଣାରେ ତାଙ୍କର ଗୋଡ଼ ଏବଂ ମୁଣ୍ଡରେ ଆଘାତ ଲାଗିଛି । ଦୁର୍ଘଟରା ପରେ କାର୍ ସହ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ମାରିଥିଲେ । ହେଲେ ପୋଲିସ ପରେ ଡ୍ରାଇଭରକୁ ଅଟକ ରଖିଥିଲା ।
ଅନ୍ୟପକ୍ଷେ, ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)