• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଗଲା ୧୬ ଚକିଆ ଟ୍ରଲର । ଜୀବନ ବଞ୍ଚାଇବାକୁ ଦୁର୍ଘଟଣା ପୂର୍ବରୁ ଡେଇଁ ପଡିଲେ ଡ୍ରାଇଭର ଓ ହେଲପର । ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚୁପଟି ନିକଟରେ ଘଟିଛି ଏହି ଦୁର୍ଘଟଣା । ଟ୍ରକଟି ଅନୁଗୁଳରୁ କଟକ ଅଭିମୁଖେ ଯାଉଥିଲା ।

ଉଭୟ ଡ୍ରାଇଭର ଓ ହେଲପର ଉତ୍ତର ପ୍ରଦେଶ ରାମପୁରର ବୋଲି ଜଣାପଡିଛି । ପୂର୍ବରୁ ଏହି ସ୍ଥାନରେ କିଛି ମାସ ତଳେ ଏକ ବସ୍ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବାରୁ ଏ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।