• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆନ୍ଧ୍ରର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୮ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାନେଇ ପ୍ରାଥମିକ ସୂଚନା ରହିଛି । ଆଗକୁ ଆହୁରି ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ।

ଦୁର୍ଘଟଣାସ୍ଥଳରେ ରେଳ ବିଭାଗର ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାସ୍ଥଳକୁ ଭୁବନେଶ୍ୱରରୁ ଏକ ଉଦ୍ଧାରକାରୀ ଦଳ ମଧ୍ୟ ଯାଇଛି । ତ୍ୱରିତ ବେଗରେ ଉଦ୍ଧାର କାର୍ଯ୍ୟ ଚାଲିଥିବା କହିଛନ୍ତି ସିପିଆରଓ । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟରେ ୧୪ଟି ଆମ୍ବୁଲାନ୍ସ ନିୟୋଜିତ ରହିଛି ।

ସେପଟେ ଦୁର୍ଘଟଣାକୁ ନେଇ ପୂର୍ବତଟ ରେଲୱେର CPRO ପ୍ରାରମ୍ଭିକ ଆଶଙ୍କା କରିଛନ୍ତି । ଓଭରସୁଟିଂରୁ ଦୁର୍ଘଟଣା ହୋଇ ଥାଇପାରେ ବୋଲି କହିଛନ୍ତି CPRO । କେଉଁ କାରଣରୁ ଦୁର୍ଘଟଣା ଘଟିଲା, ତାକୁ ନେଇ ତଦନ୍ତ ହେବ ବୋଲି CPRO କହିଛନ୍ତି ।

ପଲାସା ପାସେଞ୍ଜରକୁ ପଛରୁ ପିଟିଥିଲା ରାୟଗଡ଼ା ଯାଉଥିବା ପାସେଞ୍ଜର । ପଲାସାର ୨ଟି ବଗି ମେନ୍ ଲାଇନରେ ପଡ଼ିବାରୁ ଦୁର୍ଘଟଣା ହୋଇଥିଲା । ଏହି ସମୟରେ ମେନ୍ ଲାଇନରେ ଆସୁଥିଲା ଏକ ମାଲବାହୀ ଟ୍ରେନ୍ । ମେନ୍ ଲାଇନରେ ଦୁର୍ଘଟଣାଗ୍ରସ୍ତ ବଗିକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ ।