• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଝରକାରୁ ଖସି ନାବାଳିକାର ମୃତ୍ୟୁ । ଟିକେ ଅସାବଧାନତା ପାଇଁ ୪ ମହଲାରୁ ପଡ଼ି ଚାଲିଗଲା ଛୋଟ ଝିଅର ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇ ସ୍ଥିତ ୱାଇ.କେ. ନଗରରେ । ସେତେ ଯେମିତି ଝରକା ପାଖରେ ଛକି ରହିଥିଲା ମୃତ୍ୟୁ।

ଝିଅଟି ଶୋଇଥିବା ବେଳେ ନିଜ ସ୍ବାମୀଙ୍କୁ ଛାଡ଼ିବାକୁ ଯାଇଥିଲେ ମାନୀ । ଠିକ୍ ଏତିକି ବେଳେ ଛୋଟ ଝିଅଟି ଉଠି ନିଜ ବାପା ମାଙ୍କୁ ଖୋଜିଥିଲା । ଘର ଭିତରେ ନପାଇବାରୁ ଝରକା ନିକଟକୁ ଯାଇ ଉଣ୍ତି ଥିଲା । ପରେ ଗୋଡ଼ ଖସି ଯାଇ ନାବାଳିକାର ମୃତ୍ୟୁ ହୋଇଛି।

୩୦ ମିନିଟ ପରେ ମାନୀ ନିଜ ସ୍ବାମୀଙ୍କୁ ଛାଡ଼ି ଫେରିବା ପରେ ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିଥିଲେ । ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ଝିଅକୁ ୪ ବର୍ଷ ହୋଇଥିଲା । ତେବେ ମୃତ୍ୟୁ ପରେ ଝିଅର ଆଖି ଦ୍ବୟକୁ ବାପା ମା ଦାନ କରିଦେଇଥିବା ସୂଚନା ।

ଗତ ମଙ୍ଗଳବାର ସକାଳ ୭.୩୦ । ଝିଅ ଶୋଇ ପଡ଼ିବା ପରେ ଉଭୟ ବାପା ମା ବାହାରି ଯାଇଥିଲେ ଓ ସେ ଉଠିବା ଭିତରେ ମାଆ ଆସି ଯାଇଥାଆନ୍ତେ ବୋଲି ସେମାନେ ଭାବିଥିଲେ । କିନ୍ତୁ ବିଧିର ବିଧାନ ଅଲଗା ଥିଲା । ମାଆ ନଫେରିବା ମଧ୍ୟରେ ହିଁ କୁନିଝିଅଟି ଉଠି ଯାଇଥିଲା ଓ ବାପା ମାଙ୍କୁ ଖୋଜି ଖୋଜି ଝରକା ନିକଟକୁ ଚାଲି ଯାଇଥିଲା । ପରେ ଝରକାରୁ ଗୋଡ଼ ଖସିଯାଇ ମୃତ୍ୟୁ ବରଣ କରିଛି ବୋଲି ପୋଲିସ ପକ୍ଷରୁ ରିପୋର୍ଟରେ ଉଲ୍ଲେଖ କରା ଯାଇଛି ।

ନିକଟସ୍ଥ ପୋଲିସ ଷ୍ଟେସନରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।