• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ପରେ ଜାରି ହେଲା ହେଲ୍ପ ଲାଇନ୍‌ ନମ୍ବର । ପୂର୍ବତଟ ରେଳପଥ ପକ୍ଷରୁ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି । ହେଲପ୍‌ଲାଇନ୍ ନଂ- 0674-2301625, 2301525, 2303069ରେ କଲି କରି ଅସୁବିଧା ସମ୍ପର୍କରେ ଜଣାଇବାକୁ କୁହାଯାଇଛି ।

ଆଜି ସଂଧ୍ୟା ପରେ ପରେ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଥିବା ଖବର ମିଳିଛି । ରାୟଗଡ଼ା ଯାଉଥିବା ପାସେଞ୍ଜର ପଲାସା ପାସେଞ୍ଜରକୁ ଧକ୍କା ଦେଇଥିବା ଜଣାପଡ଼ିଛି । ପଲାସାର ଗୋଟିଏ ବଗି ମେନ୍ ଲାଇନ୍‌ରେ ପଡ଼ିବାରୁ ଏହି ଦୁର୍ଘଟଣା ହୋଇଛି । ଏହି ସମୟରେ ଦୁର୍ଘଟଣାଗ୍ରସ୍ତ ବଗିକୁ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍‌ ।

ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଆନ୍ଧ୍ର ପାର୍ବତୀପୁରମର । ଅନ୍ୟ ୪ଜଣ ମୃତକଙ୍କ କୌଣସି ସୂଚନା ମିଳିପାରିନାହିଁ । ସେପଟେ ଉଦ୍ଧାରକାର୍ଯ୍ୟ ପାଇଁ ଭୁବନେଶ୍ୱରରୁ ମଧ୍ୟ ସ୍ୱତନ୍ତ୍ର ଟିମ୍ ଯାଇଛି ।

ଦୁର୍ଘଟଣା ସଂପର୍କରେ ପୂର୍ବତଟ ରେଳପଥର ସିପିଆରଓ ପ୍ରତିକ୍ରିୟା ରଖିଛନ୍ତି । ପଲାସାର ୨ଟି ବଗି ଓ ରାୟଗଡ଼ା ପାସେଞ୍ଜରର ଇଞ୍ଜିନ୍ ଲାଇନ୍ ଚ୍ୟୁତ ହୋଇଥିବା ସେ ସୂଚନା ଦେଇଛନ୍ତି । ସେ ଅହୁରି କହିଛନ୍ତି ଯେ, ବଗି ମାଲବାହୀ ଟ୍ରେନରେ ମାଡ଼ ହୋଇଥିଲେ ହେଁ କ୍ଷତି ହୋଇନି । ଉଭୟ ଟ୍ରେନରେ ମିଶି ୧୦୦ରୁ ୧୫୦ ଯାତ୍ରୀ ଥାଇପାରନ୍ତି । ଦୁର୍ଘଟଣାସ୍ଥଳରେ ରେଳ ବିଭାଗର ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାସ୍ଥଳକୁ ଭୁବନେଶ୍ୱରରୁ ଏକ ଉଦ୍ଧାରକାରୀ ଦଳ ଯାଇଛି । ତ୍ୱରିତ ବେଗରେ ଉଦ୍ଧାର କାର୍ଯ୍ୟ ଚାଲିଥିବା କହିଛନ୍ତି ସିପିଆରଓ ।

ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟରେ ୧୪ଟି ଆମ୍ବୁଲାନ୍ସ ନିୟୋଜିତ ଅଛନ୍ତି । ପଲାସା ପାସେଞ୍ଜରକୁ ପଛରୁ ପିଟିଲା ରାୟଗଡ଼ା ଯାଉଥିବା ପାସେଞ୍ଜର । ପଲାସାର ୨ଟି ବଗି ମେନ୍ ଲାଇନରେ ପଡ଼ିବାରୁ ଦୁର୍ଘଟଣା ହୋଇଥିଲା । ଏହି ସମୟରେ ମେନ୍ ଲାଇନରେ ଆସୁଥିଲା ଏକ ମାଲବାହୀ ଟ୍ରେନ୍ । ମେନ୍ ଲାଇନରେ ଦୁର୍ଘଟଣାଗ୍ରସ୍ତ ବଗିକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଟିମ୍ ରେଳ ବିଭାଗ ପଠାଇଥିବା କହିଛନ୍ତି ପୂର୍ବତଟ ରେଳପଥର ସିପିଆରଓ ।