• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦଶହରା ଦେଖି ଫେରୁଥିବା ବେଳେ ଚାଲିଗଲା ଚାରିଜଣଙ୍କ ଜୀବନ । ନୂଆପଡା ବୋଡେନ୍ ଥାନ ରାଜପୁର ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ଜୀବନ ଚାଲିଯାଇଛି । ଏଥିରେ ୩ ଜଣ ଗୁରୁତର ଅଛନ୍ତି । ମୃତକଙ୍କ ମଧ୍ୟରେ କମଳାମାଲ ଗାଁର ୨ ଜଣ ଥିବା ବେଳେ ଭୀମାପଦର ଗାଁର ଜଣେ ଓ ଭଇଁଷାଦରହ ଗାଁର ଜଣେ ଅଛନ୍ତି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଦଶହରା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଫେରୁଥିବା ବେଳେ ଦୁଇଟି ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଚାରିଜଣଙ୍କ ମୃତ୍ୟୁ ହୋଇଥିଲା । ସିନପାଲି ଆଡୁ ଆସୁଥିବା ବାଇକରେ ଚାରି ଜଣ ଥିବା ବେଳେ ବୋଡେନରୁ ସିନାପାଲି ଆସୁଥିବା ବାଇକରେ ୩ଜଣ ଥିଲେ ।

ବାଇକ ଦୁର୍ଘଟଣାରେ ଗୁରୁତର ଆହତ ତିନିଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ..