Advertisment

ପୁଣି ଟ୍ରେନ୍‌ ଦୁର୍ଘଟଣା: ୪ ଯାତ୍ରୀ ମୃତ, ୧୦୦ରୁ ଅଧିକ ଆହତ

ଟ୍ରାକ୍‌ରୁ ବାହାରିଗଲା ଟ୍ରେନ୍। ଗତକାଲି ରାତି ୯ଟା ୩୫ରେ ଏହି ଅଘଟଣ ଘଟିଛି। ନର୍ଥ ଇଷ୍ଟ ସୁପର୍‌ଫାଷ୍ଟ ଏକ୍ସପ୍ରେସ୍‌ର ୨୧ଟି ବଗି ଲାଇନ୍‌ଚ୍ୟୁତ ହେବା ଫଳରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
North East Express Train Derails In Bihar 4 Dead

North East Express Train Derails In Bihar 4 Dead

ବିହାର ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ ନିକଟରେ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରାକ୍‌ରୁ ବାହାରିଗଲା ଟ୍ରେନ୍। ଗତକାଲି ରାତି ୯ଟା ୩୫ରେ ଏହି ଅଘଟଣ ଘଟିଛି। ନର୍ଥ ଇଷ୍ଟ ସୁପର୍‌ଫାଷ୍ଟ ଏକ୍ସପ୍ରେସ୍‌ର ୨୧ଟି ବଗି ଲାଇନ୍‌ଚ୍ୟୁତ ହେବା ଫଳରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ଗତ ରାତିରେ ନର୍ଥ ଇଷ୍ଟ ସୁପର୍‌ଫାଷ୍ଟ ଏକ୍ସପ୍ରେସ୍‌ ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନରୁ ଆସାମ ଗୌହାଟିର କାମାକ୍ଷା ଷ୍ଟେସନ୍ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ ନିକଟରେ ଏକ୍ସପ୍ରେସ୍‌ର ୨୧ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଗୁରୁତର ଯାତ୍ରୀଙ୍କୁ ପାଟନା ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ରାତି ସାରା ଦୁର୍ଘଟଣାସ୍ଥଳରେ ରେଲୱେ ଅଧିକାରୀ ଓ ପୋଲିସ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ କାର୍ଯ୍ୟାଳୟ ପକ୍ଷରୁ ଘଟଣା ଉପରେ ନଜର ରଖାଯାଇଛି। ତେବେ କେମିତି ଦୁର୍ଘଟଣା ଘଟିଲା ? କେଉଁ ପରିସ୍ଥିତିରେ ବଗି ଲାଇନ୍‌ଚ୍ୟୁତ ହେଲା, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। 

Advertisment

ଦୁର୍ଘଟଣା ପରେ ହେଲ୍‌ପ୍‌ଲାଇନ୍‌ ନମ୍ବର ଜାରି କରାଯାଇଛି। ପାଟନା- 9771449971, ଦାନାପୁର- 8905697493, କମର୍ସିଆଲ୍‌ କଣ୍ଟ୍ରୋଲ- 7759070004, ଆରା-  8306182542, ନୂଆଦିଲ୍ଲୀ- 01123341074, 9717631960, ଆନନ୍ଦ ବିହାର ଟର୍ମିନାଲ- 9717632791, କମର୍ସିଆଲ୍‌ କଣ୍ଟ୍ରୋଲ ଦିଲ୍ଲୀ ଡିଭିଜନ-  9717633779

Train Accident
Advertisment
Advertisment